ଫର୍ଗୁସନଙ୍କ କମାଲ୍: ସୁପର ଓଭରରେ ହାଇଦ୍ରାବାଦ ଚିତପଟାଙ୍ଗ୍

ନୂଆଦିଲ୍ଲୀ: ପ୍ରଥମ ବଲରେ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଓ ତୃତୀୟ ବଲରେ ଅବଦୁଲ୍ ସାମଦ ବୋଲଡ୍ ହେବା ପରେ ମ୍ୟାଚକୁ ରୋମାଞ୍ଚକର ସୁପର ଓଭରକୁ ଆଣିଥିବା ସନରାଇଜର୍ସ ହାଇଦ୍ରାବାଦ୍ ଶେଷରେ କୋଲକାତା ନାଇଟ୍ ରାଇଡର୍ସ ନିକଟରେ ନିଜକୁ ଆତ୍ମସମର୍ପଣ କରି ଦେଇଥିଲା। 6 ବଲରୁ ମାତ୍ର 3 ରନର ବିଜୟ ଲକ୍ଷ୍ୟ ପାଇଥିବା ନାଇଟ ରାଇଡର୍ସ ଦୁଇଟି ବଲ ପୂର୍ବରୁ ଏହି ସହଜ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ତେବେ ରବିବାରର ଏହି ପ୍ରଥମ ମ୍ୟାଚରେ କୋଲକାତା […]

KKR

KKR

Subrat Kumar Nayak
  • Published: Sunday, 18 October 2020
  • Updated: 18 October 2020, 08:02 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମ ବଲରେ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଓ ତୃତୀୟ ବଲରେ ଅବଦୁଲ୍ ସାମଦ ବୋଲଡ୍ ହେବା ପରେ ମ୍ୟାଚକୁ ରୋମାଞ୍ଚକର ସୁପର ଓଭରକୁ ଆଣିଥିବା ସନରାଇଜର୍ସ ହାଇଦ୍ରାବାଦ୍ ଶେଷରେ କୋଲକାତା ନାଇଟ୍ ରାଇଡର୍ସ ନିକଟରେ ନିଜକୁ ଆତ୍ମସମର୍ପଣ କରି ଦେଇଥିଲା। 6 ବଲରୁ ମାତ୍ର 3 ରନର ବିଜୟ ଲକ୍ଷ୍ୟ ପାଇଥିବା ନାଇଟ ରାଇଡର୍ସ ଦୁଇଟି ବଲ ପୂର୍ବରୁ ଏହି ସହଜ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ତେବେ ରବିବାରର ଏହି ପ୍ରଥମ ମ୍ୟାଚରେ କୋଲକାତା ପାଇଁ ବିଜୟର କର୍ଣ୍ଣଧାର ସାଜିଥିଲେ ନ୍ୟୁଜିଲ୍ୟାଣ୍ଡ ଫାଷ୍ଟ ବୋଲର ଲକି ଫର୍ଗୁସନ୍। ଚଳିତ ଆଇପିଏଲର ନିଜ ପ୍ରଥମ ମ୍ୟାଚ ଖେଳୁଥିବା ଏହି କିୱି ଦ୍ରୁତ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ହିଁ କୋଲକାତା ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା। ତେବେ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର 33 ବଲରେ 47 ରନର ପ୍ରଭାବୀ ଇନିଂସ ଖେଳି ମ୍ୟାଚକୁ ସୁପର ଓଭରକୁ ଆଣିଥିଲେ।

କିନ୍ତୁ ଫର୍ଗୁସନଙ୍କ ଲକ୍ଷ୍ୟଭେଦୀ ବୋଲିଂ ଆଗରେ ହାଇଦ୍ରାବାଦ୍ ଏକପ୍ରକାର ଅସହାୟ ହୋଇ ପଡ଼ିଥିଲା। ଫର୍ଗୁସନ ପ୍ରଥମେ 4 ଓଭର 15 ରନ୍ ଦେଇ 3 ୱିକେଟ୍ ନେଇଥିବାବେଳେ ସୁପର ଓଭରରେ ଦୁଇଟି ୱିକେଟ୍ ନେଇ ସନରାଇଜର୍ସ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ। ସେ ହିଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଏହା ପୂର୍ବରୁ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ୍ ପ୍ରଥମେ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ରାହୁଲ ତ୍ରିପାଠୀ ତାଙ୍କ ଚିରାଚରିତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ଅପେକ୍ଷାକୃତ ଧୀମା ସ୍କୋରିଂ କରୁଥିବା ଶୁଭମାନ ଗିଲଙ୍କ ସହ ପ୍ରଥମ ୱିକେଟ୍ ପାଇଁ ଛଅ ଓଭରରେ 48 ରନ୍ ଯୋଡ଼ିଥିଲେ। 16 ବଲରୁ ଦୁଇ ଚୌକା ଓ ଗୋଟିଏ ଛକା ସହ ବ୍ୟକ୍ତିଗତ 23 ରନ କରି ରାହୁଲ୍ ନଟରାଜନଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ଏହା ପରେ କ୍ରିଜକୁ ଆସିଥିବା ନିତିଶ ରାନା ଗିଲଙ୍କ ସହ ଦ୍ୱିତୀୟ ୱିକେଟରେ 39 ରନ ଯୋଡ଼ିବା ପରେ ଗିଲ୍ 37 ବଲରୁ 36 ରନ କରିଥିବାବେଳେ ରସିଦ ଖାନଙ୍କ ବଲରେ ଗର୍ଗଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିଅନ ଫେରିଥିଲେ।

ପରେ ପରେ ରାନା 29 ଓ ଆଣ୍ଡ୍ରେ ରସେଲ୍ 9 ରନ୍ କରି ଆଉଟ ହୋଇଯିବାରୁ କୋଲକାତା ରନ୍ ହାରରେ ଲଗାମ ଲାଗିଥିଲା। ତେବେ ପଞ୍ଚମ ୱିକେଟରେ ଇଅନ ମୋର୍ଗାନ୍ ଓ ଦୀନେଶ କାର୍ତ୍ତିକ ଦ୍ରୁତ 58 ରନ ସଂଗ୍ରହ କରି ଦଳୀୟ ସ୍କୋରକୁ 163 ରନରେ ପହଞ୍ଚାଇଥିଲେ। ଶେଷ ବେଳକୁ କାର୍ତ୍ତିକ ଧୂଆଁଧାର ବ୍ୟାଟିଂ କରିଥିବାବେଳେ ବିଶାଲ ଥାମ୍ପିଙ୍କ ମ୍ୟାଚର ଶେଷ ଓଭରରେ ମୋର୍ଗାନ୍ ବିସ୍ଫୋରକ ପାଳି ଖେଳି ଶେଷ ବଲରେ ଆଉଟ ହୋଇଥିଲେ। କାର୍ତ୍ତିକ 14 ବଲରୁ ଦୁଇ ଚୌକା ଓ ଦୁଇ ଛକା ବଳରେ 29 ଓ ମୋର୍ଗାନ୍ 23 ବଲରୁ 3 ଚୌକା ଓ ଗୋଟିଏ ଛକା ଜରିଆରେ 34 ରନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos