Advertisment

୧୦ ରନ୍‌ରେ ହାରିଲା ଚେନ୍ନାଇ

ଅବୁଧାବି: ପୂର୍ବ ମ୍ୟାଚ୍‌ରେ ୧୦ ୱିକେଟ୍‌ରେ ଜିତିଥିବା ଚେନ୍ନାଇ ସୁପର କିଙ୍ଗସ୍‌ ବୁଧବାର ୧୦ ରନ୍‌ରେ ପରାଜୟ ବରଣ କରିଛି। କୋଲକାତା ଦେଇଥିବା ୧୬୮ ରନ୍‌ର ଟାର୍ଗେଟ୍‌କୁ ପିଛା କରିଥିବା ଚେନ୍ନାଇର ଇନିଂସ୍‌ ୧୫୭ ରନ୍‌ରେ ସୀମିତ ରହିଥିଲା। ସେନ୍‌ ୱାଟସନ୍‌ଙ୍କ ଅର୍ଦ୍ଧଶତକ ବି ଚେନ୍ନାଇଙ୍କୁ ବଞ୍ଚାଇ ପାରି ନଥିଲା। ଚେନ୍ନାଇ ପକ୍ଷରୁ ଓପନ୍‌ କରୁଥିବା ୱାଟସନ୍‌ ଏବଂ ଫ୍ଲାପ୍‌ ଡୁପ୍ଲେସିସ୍‌ ଭଲ ଆରମ୍ଭ ଦେଇଥିଲେ। ଡୁପ୍ଲେସିସ୍‌ ୧୭ ରନ୍‌ କରି ବିଦାୟ ନେଇଥିଲେ ହେଁ ୱାଟସନ୍‌ଙ୍କ […]

୧୦ ରନ୍‌ରେ ହାରିଲା ଚେନ୍ନାଇ

Tripathy

Advertisment

ଅବୁଧାବି: ପୂର୍ବ ମ୍ୟାଚ୍‌ରେ ୧୦ ୱିକେଟ୍‌ରେ ଜିତିଥିବା ଚେନ୍ନାଇ ସୁପର କିଙ୍ଗସ୍‌ ବୁଧବାର ୧୦ ରନ୍‌ରେ ପରାଜୟ ବରଣ କରିଛି। କୋଲକାତା ଦେଇଥିବା ୧୬୮ ରନ୍‌ର ଟାର୍ଗେଟ୍‌କୁ ପିଛା କରିଥିବା ଚେନ୍ନାଇର ଇନିଂସ୍‌ ୧୫୭ ରନ୍‌ରେ ସୀମିତ ରହିଥିଲା। ସେନ୍‌ ୱାଟସନ୍‌ଙ୍କ ଅର୍ଦ୍ଧଶତକ ବି ଚେନ୍ନାଇଙ୍କୁ ବଞ୍ଚାଇ ପାରି ନଥିଲା।

Advertisment

ଚେନ୍ନାଇ ପକ୍ଷରୁ ଓପନ୍‌ କରୁଥିବା ୱାଟସନ୍‌ ଏବଂ ଫ୍ଲାପ୍‌ ଡୁପ୍ଲେସିସ୍‌ ଭଲ ଆରମ୍ଭ ଦେଇଥିଲେ। ଡୁପ୍ଲେସିସ୍‌ ୧୭ ରନ୍‌ କରି ବିଦାୟ ନେଇଥିଲେ ହେଁ ୱାଟସନ୍‌ଙ୍କ ଲଢ଼େଇ ଜାରି ରହିଥିଲା। ପରେ ଅମ୍ବାତି ରାୟୁଡ଼ୁ ୩୦ ରନ୍‌ କରିପାରିଥିଲେ। କିନ୍ତୁ ଶ୍ରେଷ୍ଠ ଫିନିଶର କୁହାଯାଉଥିବା ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟ୍‌ରୁ ବିଶେଷ କିଛି ରନ୍‌ ମିଳିନଥିଲା। କୁରାନ୍‌ ଏବଂ ଝାଡେଜା ଯଥାକ୍ରମେ ୧୭ ଏବଂ ୨୧ ରନ୍‌ କରିଥିଲେ। କିନ୍ତୁ କେଦାର ଯାଦବ ନିରାଶ କରିଥିଲେ। ସେ ୧୨ ବଲ୍‌ ଖେଳି ମାତ୍ର ୭ ରନ୍‌ କରିବା ଦଳ ପାଇଁ ମହଙ୍ଗା ପଡ଼ିଥିଲା।
https://twitter.com/IPL/status/1313902613465759744?s=20
https://twitter.com/ChennaiIPL/status/1313896728806948864?s=20

ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍‌ ରାଇଡର୍ସ ରାହୁଲ ତ୍ରିପାଠୀଙ୍କୁ ପ୍ରମୋସନ ଦେଇ ଇନିଂସ୍‌ ଓପନ୍‌ କରିବାକୁ ସୁଯୋଗ ଦେଇଥିଲା। ସୁଯୋଗକୁ କାମରେ ଲଗାଇ ରାହୁଲ ତ୍ରିପାଠୀ ଦମଦାର ଅର୍ଦ୍ଧଶତ ହାସଲ କରିଥିଲେ। ତାଙ୍କ ଲଢ଼ୁଆ ଇନିଂସ୍‌ ସତ୍ତ୍ୱେ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୧୬୭ ରନ୍‌ କରିପାରିଥିଲା। ରାହୁଲ ତ୍ରିପାଠୀ ଆରମ୍ଭରୁ ୧୭ ଓଭର ଯାଏ ବ୍ୟାଟିଂ କରି ୮୧ ରନ୍‌ର ଇନିଂସ୍‌ ଖେଳିଥିଲେ ହେଁ କୋଲକାତାର ଅନ୍ୟ କୌଣସି ବ୍ୟାଟସମ୍ୟାନ ତାଙ୍କ ସାଥ ଦେଇ ନଥିଲେ। ଏଥିପାଇଁ ଏକଦା ୧୯୦ରୁ ଅଧିକ ରନ୍‌ ବେଶ ସହଜରେ ହାସଲ କରିନେବା ଲକ୍ଷ୍ୟରେ ଥିବା କୋଲକାତା ୧୭୦ ମଧ୍ୟ ପାର କରିପାରି ନାହିଁ।
https://twitter.com/IPL/status/1313913725758263297?s=20

Advertisment

ଟସ୍‌ ଜିତି କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଶେଷ ଭାଗରେ ଆସି ବିସ୍ଫୋରକ ଇନିଂସ୍‌ ଖେଳିଥିବା ରାହୁଲ ତ୍ରିପାଠୀ ଆଜି କୋଲକାତା ପାଇଁ ଓପନ କରିଥିଲେ। ତାଙ୍କ ସହ ଶୁବମାନ ଗିଲ୍‌ ବ୍ୟାଟିଂ କରିଥିଲେ। ରାହୁଲ ଗୋଟିଏ ପକ୍ଷରେ ରହି ବଡ଼ ଶଟ୍‌ ଖେଳିଥିଲେ ହେଁ ଗିଲ ମାତ୍ର ୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।
https://twitter.com/IPL/status/1313907939900416000?s=20
ନୀତୀଶ ରାଣା ବି ବେଶୀ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ସେ ୯ ରନ୍‌ କରି ଚଳିତ ଆଇପିଏଲରେ ଚେନ୍ନାଇ ପକ୍ଷରୁ ପ୍ରଥମ ମ୍ୟାଚ୍‌ ଖେଳୁଥିବା କରନ ଶର୍ମାଙ୍କ ବଲରେ ଆଉଟ ହୋଇଥିଲେ। ନିୟମିତ ଭାବେ ଦଳ ପାଇଁ ଓପନ କରୁଥିବା ସୁନୀଲ ନାରିନ ଆଜି ୪ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ସେ ୯ ବଲ୍‌ରେ ୧୭ ରନ୍‌ କରିଥିବା ବେଳେ କରନ ଶର୍ମାଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ହେଲେ ଏହାର ପ୍ରଭାବ ରାହୁଲ ତ୍ରିପାଠୀଙ୍କ ଉପରେ ପଡ଼ି ନଥିଲା। ସେ ବଡ଼ ଶଟ୍ ଖେଳି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ଆହୁରି ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲେ। ୧୬.୫ ଓଭର୍‌ରେ ଦଳୀୟ ସ୍କୋର ୧୪୦ ଥିବା ବେଳେ ରାହୁଲ ବ୍ୟକ୍ତିଗତ ୮୧ ରନ୍‌ କରି ଆଉଟ ହୋଇଯାଇଥିଲେ। ସେ ଏହି ଇନିଂସ୍‌ରେ ୮ଟି ଚୌକା ଓ ୩ଟି ଛକା ମାରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଇଓନ ମୋର୍ଗାନ ୭ ଓ ଆଣ୍ଡ୍ରେ ରସେଲ ମାତ୍ର ୨ ରନ୍‌ କରି ସମସ୍ତଙ୍କୁ ନିରାଶ କରିଥିଲେ। ଶେଷ ଭାଗରେ ଦୀନେଶ କାର୍ତ୍ତିକ ବଡ଼ ଶଟ୍‌ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ସେ କେବଳ ୧୨ ରନ୍‌ କରିପାରିଥିଲେ। କମିନ୍ସ ୯ ବଲ୍‌ରେ ୧୭ ରନ୍‌ କରିବାକୁ ଦଳ ୧୬୭ ରନ୍‌ କରିପାରିଛି। କମଲେଶ ନାଗୋରକୋଟି(୦), ଶିବମ ମାଭି(୦) ଓ ଶେଷ ବଲରେ ବରୁଣ ଚକ୍ରବର୍ତ୍ତୀ ୧ ରନ୍‌ କରି ରନ୍‌ ଆଉଟ ହେବାରୁ କୋଲକାତା ସମସ୍ତ ୱିକେଟ ହରାଇଥିଲା।
https://twitter.com/IPL/status/1313872705809117185?s=20

ଚେନ୍ନାଇ ପକ୍ଷରୁ ଡ୍ୱେନ ବ୍ରାଭୋ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ସାମ କୁରାନ, ଶାର୍ଦ୍ଦୁଳ ଠାକୁର ଓ କରନ ଶର୍ମା ଦୁଇଟି ଲେଖାଏ ୱିକେଟ ଦଖଲ କରିଛନ୍ତି।
https://twitter.com/IPL/status/1313916339640168448?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe