Advertisment

ବାପା ହେବେ କେ.ଏଲ୍ ରାହୁଲ, ଖୁସି ଖବର ଦେଲେ ଆଥିୟା

ଖୁବଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି କ୍ରିକେଟର କେ.ଏଲ୍ ରାହୁଲ ଓ ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ। ଇନଷ୍ଟାଗ୍ରାମରେ ପୋଷ୍ଟ କରି ଖୁସି ଖବର ଦେଲେ ଷ୍ଟାର ଦମ୍ପତି।

KL Rahul and Athiya

KL Rahul and Athiya

Advertisment

ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ ଓ କ୍ରିକେଟର କେ.ଏଲ୍ ରାହୁଲଙ୍କ ଘରୁ ଆସିଛି ଖୁସି ଖବର। ଖୁବଶୀଘ୍ର ଏହି ଷ୍ଟାର ଦମ୍ପତି ନିଜ ଘରକୁ କୁନି ଅତିଥିଙ୍କୁ ସ୍ୱାଗତ କରିବାକୁ ଯାଉଛନ୍ତି। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଉଭୟ ଆଥିୟା ଏବଂ ରାହୁଲ ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି।

Advertisment

ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ସେମାନେ ଲେଖିଛନ୍ତି, 'ଆମର ସୁନ୍ଦର ଉପହାର ଖୁବଶୀଘ୍ର ଆସୁଛି, ୨୦୨୫।' ଏହି କ୍ୟାପ୍ସନ ସହିତ ଛୋଟ ଛୁଆର ପାଦ ଚିତ୍ର ମଧ୍ୟ ପୋଷ୍ଟରେ ସେୟାର କରାଯାଇଛି। ତେବେ ରାହୁଲ ଓ ଆଥିୟାଙ୍କ ଖୁସି ଖବର ଶୁଣି ତାଙ୍କର ପରିବାର ଓ ପ୍ରଶଂସକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଥିୟାଙ୍କ ଭାଇ, ଅର୍ଥାତ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ଏହି ପୋଷ୍ଟରେ କମେଣ୍ଟ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ପ୍ରଶଂସକମାନେ ମଧ୍ୟ ଏହି ପୋଷ୍ଟକୁ ବହୁତ ପସନ୍ଦ କରିଛନ୍ତି। ଖୁବଶୀଘ୍ର କୁନି କେଏଲ୍ ରାହୁଲ ଦୁନିଆକୁ ଆସିବାକୁ ଯାଉଥିବା ୟଜର୍ସମାନେ କମେଣ୍ଟ କରିଛନ୍ତି।

Advertisment

ପ୍ରକାଶ ଥାଉ, କ୍ରିକେଟର କେଏଲ୍ ରାହୁଲ ଏବଂ ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ ଦୀର୍ଘ ଦିନ ଡେଟ୍ କରିବା ପରେ ଶେଷରେ ୨୩ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ। ଉଭୟଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ସୁନୀଲ ସେଟ୍ଟୀଙ୍କ ଫାରମ ହାଉସରେ ଧୁମଧାମରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏବେ ଏହି ଷ୍ଟାର ଦମ୍ପତି ବାପା-ମାଆ ହେବାକୁ ଯାଉଛନ୍ତି।

KL Rahul Athiya Shetty Rahul And Athiya Suniel Shetty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe