Advertisment

ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିବେ ସର୍ଫରାଜ! ରାହୁଲଙ୍କୁ ଅଧିକ ସୁଯୋଗ ଦେବାକୁ ଚାହାଁନ୍ତି ଗମ୍ଭୀର

ଶୁଭମନ ଗିଲ ଫିଟ୍ ହେବା ପରେ ଦ୍ୱିତୀୟ ଟେଷ୍ଟରେ ସର୍ଫରାଜ ଖାନ ଏବଂ କେଏଲ୍ ରାହୁଲଙ୍କ ମଧ୍ୟରୁ ଖେଳିବା ପାଇଁ କିଏ ସୁଯୋଗ ପାଇବେ? ସହକାରୀ ପ୍ରଶିକ୍ଷକ କହିଲେ ଗମ୍ଭୀରଙ୍କ ପସନ୍ଦ ରାହୁଲ।

ଅଦ୍ୟତନ ହୋଇଛି
KL Rahul and Sarfaraz Khan

KL Rahul and Sarfaraz Khan

Advertisment

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡଠାରୁ ୧-୦ରେ ପଛୁଆ ରହିଛି। ଅକ୍ଟୋବର ୨୪ରୁ ଅକ୍ଟୋବର ୨୮ ମଧ୍ୟରେ ପୁଣେରେ ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ସିରିଜ ବଂଚାଇବାକୁ ହେଲେ ଭାରତୀୟ ଦଳକୁ ଏହି ମ୍ୟାଚ୍ ଜିତିବା ଜରୁରୀ। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ କିପରି ରହିବ? ଶୁଭମନ ଗିଲ ଫିଟ୍ ହେବା ପରେ ସର୍ଫରାଜ ଖାନ ଏବଂ କେଏଲ୍ ରାହୁଲଙ୍କ ମଧ୍ୟରୁ ଖେଳିବା ପାଇଁ କିଏ ସୁଯୋଗ ପାଇବ? ଏନେଇ ବିଭିନ୍ନ ଆଲୋଚନା ମଧ୍ୟରେ ସାମ୍ନାକୁ ଆସିଛି ଦଳର ସହକାରୀ ପ୍ରଶିକ୍ଷକଙ୍କ ପ୍ରତିକ୍ରିୟା।

Advertisment

ବାଦ ପଡ଼ିପାରନ୍ତି ସର୍ଫରାଜ
ବେଙ୍ଗାଲୁରୁ ଟେଷ୍ଟରେ ସର୍ଫରାଜ ଖାନ ଏକ ଚମତ୍କାର ଶତକ ସ୍କୋର କରିଥିଲେ, ଯାହା ଭାରତକୁ ପଞ୍ଚମ ଦିନରେ କିଛି ସମୟ ମ୍ୟାଚରେ ଜୀବିତ ରହିବାର ସୁଯୋଗ ଦେଇଥିଲା। କିନ୍ତୁ ଏହା ସତ୍ତ୍ୱେ ସର୍ଫରାଜ ଖାନଙ୍କ ପାଇଁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୌଣସି ଭଲ ସଂକେତ ଦିଶୁନାହିଁ। ପୁଣେ ଟେଷ୍ଟରେ ଖେଳିବାକୁ ଥିବା ଭାରତୀୟ ଦଳରୁ ସର୍ଫରାଜ ଖାନ ବାଦ ପଡ଼ିପାରନ୍ତି। ସର୍ଫରାଜ ଖାନଙ୍କ ସ୍ଥାନରେ ଦଳରେ ଖେଳିବା ପାଇଁ କେ.ଏଲ୍ ରାହୁଲଙ୍କୁ ଗୁରୁତ୍ୱ ମିଳିପାରେ।

'ରାହୁଲଙ୍କୁ ଅଧିକ ସୁଯୋଗ ଦେବାକୁ ଚାହାଁନ୍ତି ଗମ୍ଭୀର'
ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ରିୟାନ୍ ଟେନ୍ ଡୋଚେଟ୍ କହିଛନ୍ତି, 'ଦଳ ପରିଚାଳନା ସମିତି କେ.ଏଲ୍ ରାହୁଲଙ୍କ ଉପରେ କୌଣସି ତରବରିଆ ନିଷ୍ପତ୍ତି ନେବା ମନୋଭାବରେ ନାହିଁ। ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଚାହୁଁଛନ୍ତି ଯେ କେ.ଏଲ୍ ରାହୁଲ ସର୍ବାଧିକ ସୁଯୋଗ ପାଆନ୍ତୁ। ସଞ୍ଜୁ ସାମସନଙ୍କ ପରି କେଏଲ୍ ରାହୁଲଙ୍କୁ ମଧ୍ୟ ସର୍ବାଧିକ ସୁଯୋଗ ଦେବାକୁ ଚାହୁଁଛନ୍ତି ଗମ୍ଭୀର।' ରିଆନ୍ ଟେନ୍ ଡୋଚେଟଙ୍କ ପ୍ରତିକ୍ରିୟାକୁ ଆଧାର କରି ପୁଣେ ଟେଷ୍ଟରେ ସର୍ଫରାଜ ଖାନଙ୍କ ସ୍ଥାନରେ କେ.ଏଲ୍ ରାହୁଲ ସୁଯୋଗ ପାଇପାରନ୍ତି ବୋଲି କୁହାଯାଉଛି।

Advertisment

'ରାହୁଲଙ୍କ ଫର୍ମ ଚିନ୍ତାଜନକ ନୁହେଁ'
ଟିମ୍ ଇଣ୍ଡିଆର ସହକାରୀ ପ୍ରଶିକ୍ଷକଙ୍କ କହିବା କଥା, କେ.ଏଲ୍ ରାହୁଲଙ୍କ ଫର୍ମ ଚିନ୍ତାଜନକ ନୁହେଁ। ସେ ଭଲ ବ୍ୟାଟିଂ କରୁଛନ୍ତି ଏବଂ ସେ ଏକ ଭଲ ମାନସିକତା ନେଇ ଖେଳୁଛନ୍ତି। 'ଦଳରେ ୬ଟି ସ୍ଥାନ ପାଇଁ ଆମ ପାଖରେ ୭ ଜଣ ସର୍ବୋତ୍ତମ ବିକଳ୍ପ ରହିଛନ୍ତି, ଆମେ ପିଚ୍ ଏବଂ ପରିସ୍ଥିତି ଅନୁଯାୟୀ ଦଳ ସ୍ଥିର କରିବୁ' ବୋଲି କହିଛନ୍ତି ଡୋଚେଟ୍।

KL Rahul India Vs New Zealand Sarfaraz Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe