/odisha-reporter/media/post_attachments/uploads/2020/09/Virat-Rohit.jpg)
Virat-Rohit
ନୂଆଦିଲ୍ଲୀ: ଆଇସିସି ଦିନିକିଆ ରାଙ୍କିଙ୍ଗରେ ଇଂଲିଶ ଅଲରାଉଣ୍ଡର୍ କ୍ରିସ୍ ଓକ୍ସ ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନିଜ ପ୍ରଦର୍ଶନ ଯୋଗୁ ଓକ୍ସଙ୍କୁ ମାନ୍ୟତା ତାଲିକାରେ ପଦୋନ୍ନତି ପାଇଛନ୍ତି। ବୋଲିଂ ତାଲିକାରେ ଓକ୍ସ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଅଲରାଉଣ୍ଡର ମାନ୍ୟତା ତାଲିକାର ଦ୍ୱିତୀୟ ସ୍ଥାନକୁ ଲମ୍ପ ମାରିଛନ୍ତି।
ବୋଲର ତାଲିକାରେ ବାମହାତୀ କିୱି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ 722 ପଏଣ୍ଟ ସହ 1 ନମ୍ବରରେ ଥିବାବେଳେ ତାଙ୍କ ପଛକୁ ଦ୍ୱିତୀୟରେ ଭାରତୀୟ ଫାଷ୍ଟ ବୋଲର୍ ଯଶପ୍ରୀତ ବୁମ୍ରା ଓ ଆଫଗାନିସ୍ତାନ ସ୍ପିନର୍ ମୁଜିବ୍ ଉର୍ ରହମାନ୍ ଅଛନ୍ତି।
ସେହିପରି ଅଲରାଉଣ୍ଡର ତାଲିକାରେ ଆଫଗାନିସ୍ତାନର ମହମ୍ମଦ ନବୀ ପ୍ରଥମ ସ୍ଥାନରେ ଥିବାବେଳେ ଓକ୍ସ ଦ୍ୱିତୀୟ ଏବଂ ତାଙ୍କ ପଛକୁ ଇମାଦ୍ ଓ୍ୱାସିମ୍, ବେନ୍ ଷ୍ଟୋକ୍ସ ଓ କଲିନ୍ ଡି ଗ୍ରାଣ୍ଡହୋମ୍ ଅଛନ୍ତି।
ତେବେ ଦିନିକିଆ ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ କାଏମ ଥିବାବେଳେ ଟିମ୍ ଇଣ୍ଡିଆ ଓପନର୍ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ସ୍ଥିର ଅଛନ୍ତି। ତାଲିକାର ତୃତୀୟ ସ୍ଥାନରେ ପାକିସ୍ତାନୀ ଅଧିନାୟକ ବାବର୍ ଆଜାମ୍ ଥିବାବେଳେ ଦୁଇ ଅଷ୍ଟ୍ରେଲୀୟ ଓପନର୍ ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
