Advertisment

ଭାରତ ୩୦୭/୬, ମାତ୍ର ୩ ରନ୍ ପାଇଁ କୋହଲି ଶତକରୁ ବଞ୍ଚିତ

ଟ୍ରେଣ୍ଟବ୍ରିଜ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନର ଅନ୍ତିମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ ହରାଇ ଭାରତ ୮୭ ଓଭରରେ ୬ ୱିକେଟ ବିନିମୟରେ ୩୦୭ ରନ୍ ସ୍କୋର କରିପାରିଛି। ରିଷଭ ପନ୍ତ ୨୨ ରନ୍ କରି ଅପରାଜିତ ରହିଛନ୍ତି। ଏହା ପୂର୍ବରୁ ଅଜିଙ୍କ୍ୟ ରାହଣେ(୮୧) ଙ୍କ ସହ ୧୫୯ରନ୍ ଯୋଡ଼ି ଦଳକୁ ଏକ ସମ୍ମାନଜନକ ସ୍ଥିତିକୁ ଆଣିବା ପରେ କ୍ୟାପଟେନ କୋହଲି ମାତ୍ର ୩ ରନ୍ ପାଇଁ ଏହି ସିରିଜରେ ତାଙ୍କର ଦ୍ଵିତୀୟ ଶତକରୁ […]

ଭାରତ ୩୦୭/୬, ମାତ୍ର ୩ ରନ୍ ପାଇଁ କୋହଲି ଶତକରୁ ବଞ୍ଚିତ

kohli rhane

Advertisment

ଟ୍ରେଣ୍ଟବ୍ରିଜ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନର ଅନ୍ତିମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ ହରାଇ ଭାରତ ୮୭ ଓଭରରେ ୬ ୱିକେଟ ବିନିମୟରେ ୩୦୭ ରନ୍ ସ୍କୋର କରିପାରିଛି। ରିଷଭ ପନ୍ତ ୨୨ ରନ୍ କରି ଅପରାଜିତ ରହିଛନ୍ତି।

Advertisment

ଏହା ପୂର୍ବରୁ ଅଜିଙ୍କ୍ୟ ରାହଣେ(୮୧) ଙ୍କ ସହ ୧୫୯ରନ୍ ଯୋଡ଼ି ଦଳକୁ ଏକ ସମ୍ମାନଜନକ ସ୍ଥିତିକୁ ଆଣିବା ପରେ କ୍ୟାପଟେନ କୋହଲି ମାତ୍ର ୩ ରନ୍ ପାଇଁ ଏହି ସିରିଜରେ ତାଙ୍କର ଦ୍ଵିତୀୟ ଶତକରୁ ବଞ୍ଚିତ ହୋଇଛନ୍ତି।ରସିଦ

ସେ ୯୭ ରନ୍ କରିଥିବା ବେଳେ ଶୀଘ୍ର ଶତକ ହାସଲ କରିବାର ବ୍ୟଗ୍ରତା ଯୋଗୁ ସ୍ପିନର ଆଦିଲ ରସିଦଙ୍କ ବଲକୁ ଏକ ବଡ଼ ଶଟ୍ ମାରିବାକୁ ଯାଇ ବେନ ଷ୍ଟୋକ୍ସଙ୍କ ହାତରେ ଧରା ପଡ଼ିଥିଲେ। ସେତେବେଳକୁ ଭାରତର ସ୍କୋର ଥିଲା ୨୭୯।

Advertisment

କୋହଲିଙ୍କ ୱିକେଟର ପତନ ପରେ ପାଣ୍ଡ୍ୟା-ରିଷଭ ପନ୍ତଙ୍କ ଯୋଡ଼ି ଦଳୀୟ ସ୍କୋରକୁ ୩୦୦ ପାର୍ କରାଇବାରେ ସଫଳ ହୋଇଥିଲେ।

ଇଂଲଣ୍ଡ ପକ୍ଷରୁ ୱକ୍ଶ ୩ ୱିକେଟ ନେଇଥିବା ବେଳେ ଜେମ୍ସ ଆଣ୍ଡର୍ସନ, ଷ୍ଟୁଆର୍ଟ ବ୍ରଡ ଓ ଆଦିଲ ରସିଦ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି। ହାର୍ଦିକଙ୍କ ୱିକେଟ ହାସଲ କରି ଆଣ୍ଡର୍ସନ ଭାରତ ବିପକ୍ଷରେ ୧୦୦ତମ ୱିକେଟ ନେବାର ସଫଳତା ଅର୍ଜ୍ଜନ କରିଛନ୍ତି। .

ସଂକ୍ଷିପ୍ତ ସ୍କୋର : ଭାରତ -୧ମ ଇନିଂସ - ୩୦୭/୬ ( ଶିଖର ଧାୱନ -୩୫ / କେ ଏଲ ରାହୁଲ-୨୩ / ଚେତେଶ୍ଵର ପୂଜାରା- ୧୪ )  

ୱିକେଟ ପତନ- ୬୦/୧, ୬୫/୨, ୮୨/୩, ୨୪୧/୪, ୨୭୯/୫ ଓ ୩୦୭ /୬  

,

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe