Advertisment

୨୩ ତମ ଶତକ ମାରି ଫେରିଲେ କୋହଲି

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲି ଶତକ ହାସଲ କରିଛନ୍ତି। କୋହଲି ତାଙ୍କ ଟେଷ୍ଟ୍‌ କ୍ୟାରିୟର୍‌ର ଏହି ୨୩ତମ ଶତକ ପାଇଁ ୧୯୧ଟି ବଲ୍‌ର ସାମ୍ନା କରିଛନ୍ତି। ଏହି ଶତକୀୟ ଇଂନିସ୍‌ରେ ବିରାଟ୍‌ ୧୦ ଆକର୍ଷଣୀୟ ଚୌକା ମାରିଛନ୍ତି। କିନ୍ତୁ ଶତକ ହାସଲର ମାତ୍ର କିଛି ସମୟ ପରେ କ୍ରିସ୍‌ ୱକ୍ସଙ୍କ ଇନ୍‌ସୁଇଂକୁ ବୁଝି ନପାରି ୧୦୩ ରନ୍‌ରେ ଆଉଟ୍‌ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି ବିରାଟ୍‌। ପ୍ରଥମ […]

ଅଦ୍ୟତନ ହୋଇଛି
୨୩ ତମ ଶତକ ମାରି ଫେରିଲେ କୋହଲି

virat-3

Advertisment

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲି ଶତକ ହାସଲ କରିଛନ୍ତି।

Advertisment

କୋହଲି ତାଙ୍କ ଟେଷ୍ଟ୍‌ କ୍ୟାରିୟର୍‌ର ଏହି ୨୩ତମ ଶତକ ପାଇଁ ୧୯୧ଟି ବଲ୍‌ର ସାମ୍ନା କରିଛନ୍ତି। ଏହି ଶତକୀୟ ଇଂନିସ୍‌ରେ ବିରାଟ୍‌ ୧୦ ଆକର୍ଷଣୀୟ ଚୌକା ମାରିଛନ୍ତି।

କିନ୍ତୁ ଶତକ ହାସଲର ମାତ୍ର କିଛି ସମୟ ପରେ କ୍ରିସ୍‌ ୱକ୍ସଙ୍କ ଇନ୍‌ସୁଇଂକୁ ବୁଝି ନପାରି ୧୦୩ ରନ୍‌ରେ ଆଉଟ୍‌ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି ବିରାଟ୍‌।

Advertisment

ପ୍ରଥମ ପାଳିରେ ମଧ୍ୟ କୋହଲି ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ୯୭ ରନ୍‌ରେ ଆଉଟ୍ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। କିନ୍ତୁ ଏଥର ଶତକ ହାସଲ କରିବାରେ ବିରାଟ୍‌ଙ୍କୁ କୌଣସି ଇଂଲିଶ ବୋଲର ଅଟକାଇ ପାରିନାହାନ୍ତି।

ଚଳିତ ଇଂଲଣ୍ଡ ସିରିଜ୍‌ରେ ଏହା କୋହଲିଙ୍କ ଦ୍ୱିତୀୟ ଶତକ। ଏହା ପୂର୍ବରୁ କୋହଲି ଏଜ୍‌ବାଷ୍ଟନ୍‌ରେ ଖେଳାଯାଇଥିବା  ପ୍ରଥମ ଟେଷ୍ଟ୍‌ରେ ୧୫୧ ରନ୍‌ର ଇନିଂସ୍‌ ଖେଳିଥିଲେ। କିନ୍ତୁ ଏହି ମ୍ୟାଚ୍‌ରେ ଭାରତ ବିଜୟଠାରୁ ୩୧ ରନ୍‌ ପଛରେ ରହି ହାରି ଯାଇଥିଲା।

ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ କମ୍‌-ବ୍ୟାକ୍‌ ଲକ୍ଷ୍ୟ ନେଇ ନିଟିଂହାମ୍‌ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ବେଶ ଚମତ୍କାର ଖେଳ ପ୍ରଦର୍ଶନ ଜାରି ରଖିଛି।

ଇଂଲଣ୍ଡକୁ ପ୍ରଥମ ଇନିଂସ୍‌ରେ ମାତ୍ର ୧୬୧ ରନ୍‌ରେ ଅଲଆଉଟ୍‌ କରି ୧୬୮ ରନ୍‌ର ଅଗ୍ରଣୀ ଲାଭ କରିଥିବା ଟିମ୍‌ ଇଣ୍ଡିଆ ଇତିମଧ୍ୟରେ ୪୫୦ ରନ୍‌ରେ ଆଗୁଆ ହୋଇଯାଇଛି।

ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୫ ୱିକେଟ୍‌ ହରାଇ ୨୮୨ ରନ୍‌ର ବିଶାଳ ସ୍କୋର କରିଛି। ଅଜିଙ୍କ୍ୟ ରାହଣେ ୧୮ ରନ୍‌ କରି ଅପରାଜିତ ରହିଛନ୍ତି। କୋହଲି ଆଉଟ୍‌ ହେବା ପରେ ରିଷଭ ପନ୍ତ କ୍ରିଜ୍‌କୁ ଆସିଥିଲେ। କିନ୍ତୁ ସେ ମାତ୍ର ୧ ରନ୍‌ କରି ଶେଷ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆଉଟ୍‌ ହୋଇଛନ୍ତି।

ମ୍ୟାଚ୍‌ ଶେଷ ହେବାକୁ ଆହୁରି ଦୁଇ ଦିନ ବାକି ଥିବା ବେଳେ ଏବେ ନଟିଂହାମ୍‌ ଟେଷ୍ଟ୍‌ ସଂପୂର୍ଣ୍ଣ ଭାବେ ଭାରତର ନିୟନ୍ତ୍ରଣକୁ ଚାଲି ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe