Advertisment

ଏମିତି ଏକ ରେକର୍ଡ ତାଲିକାରେ ଯୋଡ଼ିହେଲା କୁଲଦୀପଙ୍କ ନାଁ

ରାଜକୋଟ୍‌: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଟିମ୍‌ ଇଣ୍ଡିଆ ବେଶ ଆରାମରେ ଜିତି ନେଇଛି। ଇଣ୍ଡିଜ୍‌ ବାହିନୀକୁ ବିରାଟ୍‌ ଆଣ୍ଡ କୋ ଏକ ଇନିଂସ ଓ ୨୭୨ ରନ୍‌ରେ ହରାଇ ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ଭାରତ କେବେ ହେଲେ ଏତେ ରନ୍‌ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ହରାଇ ନଥିଲା। ତେବେ ଭାରତ ପାଇଁ ଦ୍ୱିତୀୟ ଇନିଂସ୍‌ରେ ବୋଲିଂରେ କମାଲ କରିଥିଲେ କୁଲଦୀପ ଯାଦବ। ଚାଇନାମ୍ୟାନ୍‌ କୁଲଦୀପ ପ୍ରଥମ ଇନିଂସ୍‌ରେ […]

author-image
Hemant Lenka
ଏମିତି ଏକ ରେକର୍ଡ ତାଲିକାରେ ଯୋଡ଼ିହେଲା କୁଲଦୀପଙ୍କ ନାଁ

e

ରାଜକୋଟ୍‌: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଟିମ୍‌ ଇଣ୍ଡିଆ ବେଶ ଆରାମରେ ଜିତି ନେଇଛି। ଇଣ୍ଡିଜ୍‌ ବାହିନୀକୁ ବିରାଟ୍‌ ଆଣ୍ଡ କୋ ଏକ ଇନିଂସ ଓ ୨୭୨ ରନ୍‌ରେ ହରାଇ ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ଭାରତ କେବେ ହେଲେ ଏତେ ରନ୍‌ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ହରାଇ ନଥିଲା।

Advertisment

ତେବେ ଭାରତ ପାଇଁ ଦ୍ୱିତୀୟ ଇନିଂସ୍‌ରେ ବୋଲିଂରେ କମାଲ କରିଥିଲେ କୁଲଦୀପ ଯାଦବ। ଚାଇନାମ୍ୟାନ୍‌ କୁଲଦୀପ ପ୍ରଥମ ଇନିଂସ୍‌ରେ ୧ ଗୋଟିଏ ୱିକେଟ୍‌ ନେଇଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୫ଟି ୱିକେଟ୍‌ ଦଖଲ କରିଛନ୍ତି।

[caption id="attachment_284799" align="aligncenter" width="983"]publive-imageଟେଷ୍ଟ୍‌ ମ୍ୟାଚ୍‌ରେ ୫ ୱିକେଟ୍‌ ଦଖଲ ପରେ କୁଲଦୀପ[/caption]

Advertisment

ଏଭଳି ୫ଟି ୱିକେଟ୍‌ ଦଖଲ କରିବା କୁଲଦୀପଙ୍କ ଟେଷ୍ଟ୍‌ କ୍ୟାରିୟରର ପ୍ରଥମ ଘଟଣା। ତେବେ ସେ ପ୍ରଥମ ଭାରତୀୟ ସ୍ପିନର ତଥା ଦ୍ୱିତୀୟ ଭାରତୀୟ ଭାବେ ୩ଟି ଯାକ ଫର୍ମାଟ ଅର୍ଥାତ ଟେଷ୍ଟ୍‌, ଦିନିକିଆ ଓ ଟି-୨୦ରେ ୫ଟି ୱିକେଟ୍‌ ଦଖଲ କରିବାର ରେକର୍ଡ ସୃଷ୍ଟି କରିଛନ୍ତି।କୁଲଦୀପଙ୍କ ପୂର୍ବରୁ ସ୍ପିଡ୍‌ଷ୍ଟର ଭୁବନେଶ୍ୱର କୁମାର ୩ଟି ଯାକ ଫର୍ମାଟରେ ୫ଟି ଲେଖାଏ ୱିକେଟ୍‌ ଦଖଲ କରିଥିଲେ।

ଏଭଳି ୩ଟି ଯାକ ଫର୍ମାଟରେ ୫ଟି ଲେଖାଏ ୱିକେଟ୍‌ ନେବା ରେକର୍ଡ ତାଲିକାରେ ବିଶ୍ୱର ୩ୟ ସ୍ପିନର ଓ ୭ମ ବୋଲର୍‌ ହୋଇଛନ୍ତି କୁଲଦୀପ।

[caption id="attachment_284802" align="aligncenter" width="980"]publive-imageଦିନିକିଆ ମ୍ୟାଚ୍‌ରେ ୫ ୱିକେଟ୍‌ ଦଖଲ ପରେ କୁଲଦୀପ[/caption]

କୁଲଦୀପ ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ରେ ଗୋଟିଏ ମ୍ୟାଚ୍‌ରେ ୫ଟି ଲେଖାଏ ୱିକେଟ୍‌ ନେଇଥିଲେ। ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟି-୨୦ରେ କୁଲଦୀପ ୨୪ ରନ୍‌ ଦେଇ ୫ଟି ୱିକେଟ୍‌ ଦଖଲ କରିବା ପରେ ଏହି ଫର୍ମାଟରେ ପୂର୍ବରୁ ଭାରତ ପାଇଁ ୫ଟି ୱିକେଟ୍‌ ଦଖଲ କରିଥିବା ଭୁବନେଶ୍ୱର କୁମାର ଓ ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲଙ୍କ ସହ ତୃତୀୟ ଭାରତୀୟ ଭାବେ ରେକର୍ଡ ବୁକ୍‌ରେ ସାମିଲ ହୋଇଥିଲେ। ସେହିପରି ଟେଣ୍ଟବ୍ରିଜ୍‌ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୁଲଦୀପ ୧୦ ଓଭର୍‌ରେ ମାତ୍ର ୨୫ ରନ୍‌ ଦେଇ ୫ଟି ୱିକେଟ୍‌ ଦଖଲ କରିଥିଲେ।

ଆଜି ୨୩ ବର୍ଷୀୟ କୁଲଦୀପ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୪ ଓଭରରେ ୫୭ ରନ୍‌ ଦେଇ ୫ଟି ୱିକେଟ୍‌ ଦଖଲ କରିଛନ୍ତି।

[caption id="attachment_284804" align="aligncenter" width="973"]publive-imageଟି-୨୦ ମ୍ୟାଚ୍‌ରେ ୫ ୱିକେଟ୍‌ ଦଖଲ କରିବା ପରେ କୁଲଦୀପ[/caption]

୩ଟି ଯାକ ଫର୍ମାଟରେ ୫ଟି ଲେଖାଏ ୱିକେଟ୍‌ ନେଇଥିବା ତାଲିକାରେ ନ୍ୟୁଜିଲ୍ୟାଣ୍ଡର ଟିମ୍‌ ସାଉଦୀ, ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ,ପାକିସ୍ତାନର ଉମର ଗୁଲ, ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ଓ ଦକ୍ଷିଣ ଆଫ୍ରିକାର ଇମ୍ରାନ୍‌ ତାହିର ରହିଛନ୍ତି।