Advertisment

ଯୌନ ନିର୍ଯାତନା ମାମଲାରେ ଫସିଲେ ପାକ୍‌ ଅଧିନାୟକ ବାବର ଆଜମ, ଏଫଆଇଆର ରୁଜୁ

ଇସଲାମାବାଦ: ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାରେ ଲାହୋର କୋର୍ଟ ଏଫଆଇଆର ରୁଜୁ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଲାହୋରର ହାମିଜା ମୁକ୍ତାର ନାମକ ଜଣେ ମହିଳା ୨୦୨୦ ମସିହା ନଭେମ୍ବର ମାସରେ ପ୍ରଥମଥର ବାବରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ମହିଳାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସେ ତାଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିଲେ। ଏପରି କି ମହିଳାଙ୍କୁ ଗର୍ଭ […]

author-image
Hemant Lenka
ଯୌନ ନିର୍ଯାତନା ମାମଲାରେ ଫସିଲେ ପାକ୍‌ ଅଧିନାୟକ ବାବର ଆଜମ, ଏଫଆଇଆର ରୁଜୁ

d

ଇସଲାମାବାଦ: ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାରେ ଲାହୋର କୋର୍ଟ ଏଫଆଇଆର ରୁଜୁ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଲାହୋରର ହାମିଜା ମୁକ୍ତାର ନାମକ ଜଣେ ମହିଳା ୨୦୨୦ ମସିହା ନଭେମ୍ବର ମାସରେ ପ୍ରଥମଥର ବାବରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ମହିଳାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସେ ତାଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିଲେ। ଏପରି କି ମହିଳାଙ୍କୁ ଗର୍ଭ ନଷ୍ଟ କରିବାକୁ ବାବର ବାଧ୍ୟ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ଏହା ବିରୋଧରେ ସେ ପୁଲିସ୍‌ ନିକଟକୁ ଯାଇଥିଲେ ହେଁ କିଛି ବି ଲାଭ ହୋଇ ନଥିଲା। ଶେଷରେ ମହିଳା ଜଣଙ୍କ ଲାହୋର କୋର୍ଟରେ ଆବେଦନ କରିଥିଲେ। ତାଙ୍କ ଅଭିଯୋଗରେ ସତ୍ୟତା ଥିବା ପ୍ରମାଣ କରିବା ପାଇଁ ମହିଳା ଜଣଙ୍କ ମେଡିକାଲ ପ୍ରମାଣପତ୍ର ମଧ୍ୟ ଦେଇଥିଲେ।

Advertisment

ଆଡିସନାଲ ସେସନ ଜଜ୍ ନୋମାନ ମହମ୍ମଦ ନୈମି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନସୀରବାଦ ପୁଲିସ୍‌ ଷ୍ଟେସନର ଏସଏଚ୍‌ଓଙ୍କୁ ତୁରନ୍ତ ବାବରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କହିଛନ୍ତି। ମହିଳାଙ୍କ ଅଭିଯୋଗ ସମସ୍ତଙ୍କୁ ଚିକିତ କରିଛି। ତେଣୁ ଏହାର ବିସ୍ତୃତ ତଦନ୍ତ ହେବା ଦରକାର ବୋଲି ବିଚାରପତି କହିଛନ୍ତି।

ବିଚାରପତିଙ୍କ ନିର୍ଦ୍ଦେଶ ପରେ ନସୀରବାଦ ପୁଲିସ୍‌ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।