Advertisment

ବେଲଜିୟମ ଖେଳାଳିଙ୍କୁ ମାତ ଦେଇ ଆଗେଇଲେ ଲକ୍ଷ୍ୟ ସେନ

ଆଜିର ମ୍ୟାଚ୍‌ରେ ସେ ବେଲଜିୟର ଜୁଲିଏନ କାରାଗିଙ୍କୁ ବେଶ ଚମତ୍କାର ଢଙ୍ଗରେ ୨-୦ରେ ହରାଇ ଦେଇଛନ୍ତି। ଏଥିସହ ନିଜର ଦ୍ୱିତୀୟ ଗ୍ରୁପ ମ୍ୟାଚ୍‌ ଖେଳିବାକୁ ଆଗକୁ ବଢ଼ିଛନ୍ତି।

Lakshya

Lakshya

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ଶଟଲର ଲକ୍ଷ୍ୟ ସେନଙ୍କ ଦବଦବା ଜାରି ରହିଛି। ପ୍ୟାରିସ ଅଲିମ୍ପିକ୍ସରେ ସେ ପ୍ରଥମ ମ୍ୟାଚ୍‌ ଗୁଏତଲାମା ଖେଳାଳିଙ୍କ ଠାରୁ ଜିତିଥିଲେ ହେଁ ଏହାକୁ ଡିଲିଟ କରି ଦିଆଯାଇଥିଲା। ଗୁଏତମାଲାର ଖେଳାଳି ଅଲିମ୍ପିକ୍ସରୁ ଓହରି ଯିବାରୁ ଲକ୍ଷ୍ୟଙ୍କ ବିଜୟକୁ ରେକର୍ଡ ବୁକରୁ ହଟାଇ ଦିଆଯାଇଥିଲା।

Advertisment

ତେଣୁ ସେ ଆଜି ପୁଣି ମୂଳରୁ ନିଜର ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଥିଲେ। ଆଜିର ମ୍ୟାଚ୍‌ରେ ସେ ବେଲଜିୟର ଜୁଲିଏନ କାରାଗିଙ୍କୁ ବେଶ ଚମତ୍କାର ଢଙ୍ଗରେ ୨-୦ରେ ହରାଇ ଦେଇଛନ୍ତି। ଏଥିସହ ନିଜର ଦ୍ୱିତୀୟ ଗ୍ରୁପ ମ୍ୟାଚ୍‌ ଖେଳିବାକୁ ଆଗକୁ ବଢ଼ିଛନ୍ତି।

କୋର୍ଟ ୩ରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ ଆରମ୍ଭରୁ ଲକ୍ଷ୍ୟ ସେନ ବ୍ୟାକଫୁଟରେ ରହିଥିଲେ। ପ୍ରଥମ ସେଟର ହାଫ ଷ୍ଟେଜ ସୁଦ୍ଧା ଲକ୍ଷ୍ୟ ସେନଙ୍କ ଠାରୁ କାରାଗି ଆଗେଇ ଯାଇଥିଲେ। ସ୍ଥିତି ୧୨-୮ରେ କାରାଗିଙ୍କ ସପକ୍ଷରେ ରହିଥିଲା।

Advertisment

କିନ୍ତୁ ଲକ୍ଷ୍ୟ ସେନ ଜବରଦସ୍ତ କମବ୍ୟାକ କରିଥିଲେ। ସେ ଦମଦାର ପ୍ରଦର୍ଶନ କରି ପ୍ରଥମ ସେଟକୁ ୨୧-୧୯ରେ କବଜା କରି ନେଇଥିଲେ। ଦ୍ୱିତୀୟ ସେଟରେ ଲକ୍ଷ୍ୟ ନିଜର ଲୟ ହାସଲ କରିବାକୁ ସକ୍ଷମ ହୋଇଥିଲେ।

ଜବରଦସ୍ତ ନେଟ ପ୍ଲେ ଓ ଶାମସ ଜରିଆରେ ସେ କାରାଗିଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ସେ ଦ୍ୱିତୀୟ ସେଟକୁ ୨୧-୧୪ରେ ଜିତି ମ୍ୟାଚକୁ ବାଜିମାତ କରି ନେଇଥିଲେ। ପ୍ରଥମ ସେଟକୁ ୨୨ ମିନିଟ ଓ ଦ୍ୱିତୀୟ ସେଟକୁ ୨୧ ମିନିଟରେ ଲକ୍ଷ୍ୟ ଶେଷ କରିଛନ୍ତି।

ଶେଷ ଗ୍ରୁପ ମ୍ୟାଚ୍‌ରେ ଲକ୍ଷ୍ୟ ସେନଙ୍କ ମୁକାବିଲା ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କ ସହ ହେବ।

Olympics Paris Olympics 2024 Paris Olympics Olympics 2024 Lakshya Sen
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe