Advertisment

ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

ଭାରତର ପ୍ରଥମ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ସେ ସେମି ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Lakshya Sen

Lakshya Sen

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ନୂଆ ରେକର୍ଡ କରିଛନ୍ତି ଯୁବ ଶଟଲର ଲକ୍ଷ୍ୟ ସେନ। ସେ ପୁରୁଷ ଏକକ ବ୍ୟାଡମିଣ୍ଟନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

Advertisment

ଭାରତର ପ୍ରଥମ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ସେ ସେମି ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ପୂର୍ବରୁ କେବଳ କଶ୍ୟପ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲ ଯାଏ ଯାଇ ପାରିଥିଲେ। ହେଲେ ଲକ୍ଷ୍ୟ ସେନ କ୍ୱାର୍ଟର ଫାଇନାଲରେ ଚମତ୍କାର ବିଜୟ ହାସଲ କରି ନିଜକୁ ପଦକ ଦୌଡ଼ରେ ସାମିଲ କରିପାରିଛନ୍ତି।

ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଲକ୍ଷ୍ୟ ସେନଙ୍କୁ ଛାଡ଼ି ଦେଲେ ଭାରତର ବାକି ଶଟଲରମାନେ ବିଭିନ୍ନ ବର୍ଗରେ ଭାଗ ନେଇ ପରାସ୍ତ ହୋଇଛନ୍ତି। ଦୁଇଥର ମେଡାଲ ଜିତିଥିବା ପିଭି ସିନ୍ଧୁ ଗୁରୁବାର କ୍ୱାର୍ଟର ଫାଇନାଲରେ ହାରିଥିଲେ। ସେହିପରି ପୁରୁଷ ଡବଲ୍ସରେ ସାତ୍ତ୍ୱିକ ଓ ଚିରାଗଙ୍କୁ ମଧ୍ୟ କ୍ୱାର୍ଟର ଫାଇନାଲରେ ବିଦାୟ ନେବାକୁ ପଡ଼ିଥିଲା। ପୁରୁଷ ଏକକ କ୍ୱାର୍ଟର ଫାଇନାଲରେ ଏଚଏସ ପ୍ରଣୟଙ୍କୁ ଲକ୍ଷ୍ୟ ସେନ ହିଁ ହରାଇଥିଲା। ତେଣୁ ଏବେ ପଦକ ଜିତିବାର ଆଶା କେବଳ ଲକ୍ଷ୍ୟ ସେନଙ୍କ ଉପରେ ରହିଛି। ସେ ପଦକ ପକ୍କା କରିବା ଠାରୁ ଆଉ ଗୋଟିଏ ବିଜୟ ଦୂରରେ ରହିଛନ୍ତି ।

Advertisment

୨୦୧୬ ଅଲିମ୍ପିକ୍ସରେ ସିନ୍ଧୁ ଭାରତକୁ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଦେଇଥିଲେ। ଟୋକିଓ ଅଲିମ୍ପିକ୍ସରେ ସେ ବ୍ରୋଞ୍ଜ ପଦକ ଆଣିଥିଲେ। ତେଣୁ ଏଥର ବ୍ୟାଡମିଣ୍ଟନରୁ ଲକ୍ଷ୍ୟ ପଦକ ଆଣିବେ ବୋଲି ସମସ୍ତେ ଆଶା ରଖିଛନ୍ତି। 

କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେଇର ଚୋ ତିଏନ ଚେନଙ୍କୁ ୨-୧ ସେଟରେ ହରାଇ ଏପରି ସଫଳତା ହାସଲ କରିଛନ୍ତି। ଆଜି ମ୍ୟାଚ୍‌ ଜିତିବାକୁ ଲକ୍ଷ୍ୟ ସେନଙ୍କୁ ବେଶ ସଂଘର୍ଷ କରିବାକୁ ପଡ଼ିଥିଲା।

ତାଙ୍କ ସାମ୍ନାରେ ଥିବା ଚୋ ତିଏନ ଚେନ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ ଆରମ୍ଭରୁ ଦ୍ୱାଦଶ ସିଡ୍ ଚେନ୍‌ ଭାରତର ଲକ୍ଷ୍ୟ ସେନକୁ ବ୍ୟାକଫୁଟକୁ ଠେଲିବାକୁ ଚେଷ୍ଟା କରିଥିଲେ। ହେଲେ ଏଯାଏ ଅପରାଜେୟ ଥିବା ଲକ୍ଷ୍ୟ ହାର ମାନିବା ମୁଡରେ ନଥିଲେ। ସେ ମଧ୍ୟ ତାଙ୍କୁ କଡ଼ା ଫାଇଟ ଦେଇଥିଲେ। ତଥାପି ଚୋ ତିଏନ ଚେନ ୨୧-୧୯ରେ ପ୍ରଥମ ସେଟ ଜିତି ନେଇଥିଲେ।

ଦ୍ୱିତୀୟ ସେଟରେ ମଧ୍ୟ ଲକ୍ଷ୍ୟ ବ୍ୟାକଫୁଟରେ ରହିଥିଲେ। କିନ୍ତୁ ସେ ଜବରଦସ୍ତ କମବ୍ୟାକ କରିଥିଲେ। ଏଥିସହ ୨୧-୧୫ରେ ସେ ସେଟକୁ ଜିତି ସ୍ଥିତି ୧-୧ କରି ଦେଇଥିଲେ।

ତୃତୀୟ ସେଟରେ ଚୋ ତିଏନ ଚେନ ଅପେକ୍ଷା ଲକ୍ଷ୍ୟ ଭଲ ଲୟ ଦେଖାଇଥିଲେ। ଏକାଧିକ ସାମଶ ଓ ନେଟ ପ୍ଲେ ଦ୍ୱାରା ସେ ଚୋ ତିଏନ ଚେନଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ତିଏନ ଚେନ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ହେଁ ଲକ୍ଷ୍ୟ ତାଙ୍କର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଏଥିସହ ୨୧-୧୨ରେ ତୃତୀୟ ସେଟକୁ ଜିତି ସେ ଭାରତ ପାଇଁ ଇତିହାସ ସୃଷ୍ଟି କରି ଦେଇଥିଲେ।

Paris Olympics Olympics 2024 Lakshya Sen