/odisha-reporter/media/post_attachments/uploadimage/library/16_9/16_9_0/Lakshya_1722865757.jpg)
Lakshya
ଅଲିମ୍ପିକ୍ସ ଡେବ୍ୟୁରେ ପଦକ ଜିତିବାର ଅତି ନିକଟକୁ ଆସି ଏହାକୁ ହାତ ଛଡ଼ା କରିଛନ୍ତି ଭାରତର ଷ୍ଟାର ଶଟଲର ଲକ୍ଷ୍ୟ ସେନ। ଆଜି ସେ ବ୍ରୋଞ ପଦକ ଲଢ଼େଇରେ ସେ ବିଶ୍ୱର ସପ୍ତମ ସିଡ ତଥା ମାଲେସିୟାର ଲି ଜି ଜିଆଙ୍କ ଠାରୁ ୧-୨ ସେଟରେ ହାରି ପ୍ୟାରିସରୁ ଖାଲି ହାତରେ ଫେରିଛନ୍ତି। ଏକଦା ୧-୦ରେ ଆଗରେ ଥିବା ଲକ୍ଷ୍ୟ ପରବର୍ତ୍ତୀ ଦୁଇଟି ଯାକ ସେଟ ହାରି ନିରାଶ ହୋଇଛନ୍ତି। ଲ’ ମାଲେସିୟା ପାଇଁ ବ୍ରୋଞ୍ଜ ଜିତି କମାଲ କରିଛନ୍ତି। ସେ ଲକ୍ଷ୍ୟଙ୍କୁ ୧୩-୨୧, ୨୧-୧୬ ଓ ୨୧-୧୧ରେ ହରାଇ ଏପରି ବିଜୟ ପାଇଛନ୍ତି।
ଭାରତର ପ୍ରଥମ ପୁରୁଷ ଖେଳାଳି ଭାବେ ଅଲିମ୍ପିକ୍ସର ନକଆଉଟ ପର୍ଯ୍ୟାୟରେ ଲକ୍ଷ୍ୟ ପ୍ରବେଶ କରିଥିଲେ। ଉକ୍ତ ମ୍ୟାଚ୍ରେ ସେ ଦମଦାର ପ୍ରଦର୍ଶନ କରି ସେମିକୁ ଯାଇଥିଲେ। କିନ୍ତୁ ସେମିରେ ତାଙ୍କୁ ବିଶ୍ୱର ଦୁଇ ନମ୍ବର ସିଡ୍ ତଥା ଡେନମାର୍କର ଷ୍ଟାର ଭିକ୍ଟର ଆକ୍ସେଲସେନ ସହ କଡ଼ା ଲଢ଼େଇ କରି ହାରିବାକୁ ପଡ଼ିଥିଲା। ସେ ଭିକ୍ଟରଙ୍କ ଠାରୁ ୦-୨ରେ ହାରିଥିଲେ। ଏଥିପାଇଁ ଆଜି ତାଙ୍କୁ ଜିଆଙ୍କ ସହ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବାକୁ ପଡ଼ିଥିଲା।
ମ୍ୟାଚ୍ ଆରମ୍ଭରୁ ଲକ୍ଷ୍ୟଙ୍କ ଲୟ ଦମଦାର ଥିଲା। ସେ ପ୍ରଥମ ସେଟକୁ ମାତ୍ର ୨୦ ମିନିଟ ମଧ୍ୟରେ ଶେଷ କରିଥିଲେ। ଏହି ସେଟକୁ ୨୧-୧୩ରେ ଜିତି ସେ ୧-୦ରେ ଆଗୁଆ ମଧ୍ୟ ହୋଇଯାଇଥିଲେ।
ଦ୍ୱିତୀୟ ସେଟରେ ମଧ୍ୟ ଲକ୍ଷ୍ୟ ଆରମ୍ଭରୁ କମାଲ କରିଥିଲେ। ସେ ଲିଙ୍କ ଠାର ଯଥେଷ୍ଟ ଆଗରେ ମଧ୍ୟ ରହିଥିଲେ। କିନ୍ତୁ ଲି ଜବରଦସ୍ତ ଢଙ୍ଗରେ କମବ୍ୟାକ କରି ଦ୍ୱିତୀୟ ସେଟର ପ୍ରଥମ ହାଫକୁ ୧୧-୮ରେ ଜିତି ନେଇଥିଲେ। ଦ୍ୱିତୀୟ ହାଫରେ ମଧ୍ୟ ସେ କମାଲ କରିଥିଲେ। ତେବେ ଲକ୍ଷ୍ୟ ତାଙ୍କୁ କଡ଼ା ଟକ୍କର ଦେଇଥିଲେ।
ଏକଦା ସ୍ଥିତି ୧୭-୧୪ ହୋଇ ଲି ଜି ଜିଆଙ୍କ ସପକ୍ଷରେ ହୋଇ ଯାଇଥିଲା। ଲକ୍ଷ୍ୟ କମବ୍ୟାକ କରି ସ୍ଥିତିକୁ ୧୯-୧୬କୁ ଆଣିଥିଲେ। ହେଲେ ତାଙ୍କୁ ଦ୍ୱିତୀୟ ସେଟକୁ ୨୧-୧୬ରେ ହାରିବାକୁ ପଡ଼ିଥିଲା। ଏହି ସେଟ ୨୬ ମିନିଟ ଧରି ଚାଲିଥିଲା।
ତୃତୀୟ ତଥା ନିର୍ଣ୍ଣାୟକ ସେଟରେ ଲି କ୍ରମାଗତ ଭାବେ ଲକ୍ଷ୍ୟଙ୍କ ଉପରେ ଚାପ ପକାଇ ପୂରା ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏଥିସହ ଏହି ସେଟକୁ ସେ ୨୧-୧୧ରେ ଜିତି ଲକ୍ଷ୍ୟଙ୍କ ପଦକ ଆଶାକୁ ଚୂରାମାର ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
