Advertisment

ଅଲିମ୍ପିକ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ସିନ୍ଧୁ ଓ ଲକ୍ଷ୍ୟ ସେନ

ନକଆଉଟ ଷ୍ଟେଜ ଅର୍ଥାତ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ।

PV Sindhu

PV Sindhu

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶଟଲରଙ୍କ ଦବଦବା ଜାରି ରହିଛି। ନକଆଉଟ ଷ୍ଟେଜ ଅର୍ଥାତ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ।

Advertisment

୨୦୧୬ ଓ ୨୦୨୨ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ସିନ୍ଧୁ ମହିଳା ଏକକ ବର୍ଗ ଓ ଲକ୍ଷ୍ୟ ସେନ ପୁରୁଷ ଏକକ ବର୍ଗର କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି।

ସିନ୍ଧୁଙ୍କ ମୁକାବିଲା ଆଜି ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କ ସହ ହୋଇଥିଲା। ଉକ୍ତ ମ୍ୟାଚ୍‌କୁ ସିନ୍ଧୁ ଅତି ସହଜରେ ୨-୦ରେ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମ୍ୟାଚ୍‌କୁ ସେ ମାତ୍ର ୩୦ ମିନିଟ ମଧ୍ୟରେ ଶେଷ କରି ୨୧-୫ ଓ ୨୧-୧୦ରେ କବଜା କରି ନେଇଛନ୍ତି।

Advertisment

ଏହି ବିଜୟ ସହ ଗ୍ରୁପ ଏମରୁ ସିନ୍ଧୁ ୧ ନଂ ସ୍ଥାନରେ ରହି ପ୍ରି-କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ସିନ୍ଧୁ ଦମଦାର ଢଙ୍ଗରେ ଅବଦୁଲ ରଜାକ ଫାତିମାଙ୍କୁ ହରାଇଥିଲେ। ଆଜି ଦ୍ୱିତୀୟ ମ୍ୟାଚ୍‌ରେ ସେ କୁବାଙ୍କୁ ମାତ ଦେଇଛନ୍ତି। ୨୦୧୬ ଓ ୨୦୨୨ରେ ଭାରତ ପାଇଁ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାତେଇଥିବା ସ୍ୱର୍ଣ୍ଣ ଜିତିବା ମୁଡରେ ରହିଛନ୍ତି। 

ଅନ୍ୟପକ୍ଷରେ ଲକ୍ଷ୍ୟ ସେନ ତାଙ୍କ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ହରାଇଛନ୍ତି। ଆଜିର ମ୍ୟାଚ୍‌ ଆରମ୍ଭରୁ ଜୋନାଥନ ନିଜର ଦବଦବା ଦେଖାଇଥିଲେ। ଏଥିସହ ଲକ୍ଷ୍ୟଙ୍କ ଠାରୁ ୨-୮ରେ ଲିଡ କରିଥିଲେ। ହେଲେ ଅଲିମ୍ପିକ୍ସ ଡେବ୍ୟୁଟାଣ୍ଟ ଲକ୍ଷ୍ୟ ସେନ ଜବରଦସ୍ତ କମବ୍ୟାକ କରି ପ୍ରଥମ ସେଟକୁ ୨୧-୧୮ରେ ଜିତି ନେଇଥିଲେ।

ଦ୍ୱିତୀୟ ସେଟ ଆରମ୍ଭରୁ ଲକ୍ଷ୍ୟ ସେନଙ୍କ ଦବଦବା ଦେଖିବାକୁ ମିଳିଥିଲା। ସେ ଏହି ସେଟରେ ନିଜର ଜଲୱା ଦେଖାଇଥିଲେ। ଜୋନାଥନ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ହେଁ ଲକ୍ଷ୍ୟ ସେନ ତାଙ୍କର ସବୁ ଉଦ୍ୟମକୁ ପାଣିରେ ପକାଇ ଦେଇଥିଲେ।

ଶେଷରେ ଏହି ସେଟକୁ ୨୧-୧୨ରେ ଜିତି ସେ ଇତିହାସ ରଚିଥିଲେ। ଲକ୍ଷ୍ୟ ସେନ ଭାରତର ପ୍ରଥମ ପୁରୁଷ ଶଟଲର ଭାବେ ଦୀର୍ଘ ୮ ବର୍ଷ ପରେ ଅଲିମ୍ପିକ୍ସର ନକଆଉଟ ଷ୍ଟେଜରେ ପହଞ୍ଚିଛନ୍ତି।

Paris Olympics 2024 Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe