Advertisment

ସୟଦ ମୋଦି ଇଣ୍ଟନ୍ୟାଶନାଲ: ପୁରୁଷରେ ଲକ୍ଷ୍ୟ, ମହିଳାରେ ସିନ୍ଧୁ ଚାମ୍ପିୟନ

ସିନ୍ଧୁ ଓ ଲକ୍ଷ୍ୟଙ୍କ ବ୍ୟତୀତ ମହିଳା ଡବଲ୍ସରେ ମଧ୍ୟ ଭାରତ ଚାମ୍ପିୟନ ହୋଇଛି। ତ୍ରୀସା ଜଲି ଓ ଗାୟତ୍ରୀ ଗୋପିଚାନ୍ଦ ଚାଇନାର ଲି- ବାଓ ଯୋଡ଼ିଙ୍କୁ ମାତ ଦେଇ ପ୍ରଥମଥର ପାଇଁ କୌଣସି BWF ଟୁର ଟାଇଟଲ ଜିତି ପାରିଛନ୍ତି।

ଅଦ୍ୟତନ ହୋଇଛି
BWF

BWF

Advertisment

ଭାରତର ଦୁଇ ଶଟଲର ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ କମାଲ କରିଛନ୍ତି। ସୟଦ ମୋଦି ଇଣ୍ଟରନ୍ୟାଶନାଲରେ ଉଭୟ ନିଜ ନିଜ ବର୍ଗରେ ଚାମ୍ପିୟନ ହୋଇଛନ୍ତି। ଲକ୍ଷ୍ୟ ସେନ ପୁରୁଷ ବର୍ଗର ଫାଇନାଲରେ ସିଙ୍ଗାପୁରର ଜିଆ ତେହଙ୍କୁ ଏକତରଫା ଭାବେ ପରାସ୍ତ କରି ଟ୍ରଫି କବଜା କରିଛନ୍ତି। ସେହିପରି ସିନ୍ଧୁ ମହିଳା ଏକକ ବର୍ଗ ଫାଇନାଲରେ ଚାଇନାର ୱୁ ଲୁଓ ୟୁଙ୍କୁ ୨-୦ରେ ପରାସ୍ତ କରି ତୃତୀୟ ଥର ପାଇଁ ସୟଦ ମୋଦି ଇଣ୍ଟରନ୍ୟାଶନାଲ ଟାଇଟଲ ହାତେଇଛନ୍ତି।

Advertisment

ସିନ୍ଧୁ ୨୦୧୭ ଓ ୨୦୨୨ରେ ସୟଦ ମୋଦି ଇଣ୍ଟରନ୍ୟାଶନାଲ ଜିତିଥିଲେ। କିନ୍ତୁ ଆହତ ସମସ୍ୟା ଯୋଗୁ ୨୦୨୩ରେ ଟୁର୍ଣ୍ଣାମେଣ୍ଟ ଖେଳି ପାରି ନଥିଲେ। ୨୦୨୪ରେ ସେ କମବ୍ୟାକ କରିବା ସହ ଚାମ୍ପିୟନ ହୋଇଛନ୍ତି।

ଫାଇନାଲରେ ସେ ଚାଇନାର ୟୁଙ୍କୁ ସିଧାସଳଖ ୨୧-୧୪ ଓ ୨୧-୧୬ରେ ହରାଇ ଦେଇଛନ୍ତି। ମ୍ୟାଚ୍‌ର ଦ୍ୱିତୀୟ ସେଟରେ ଟପ ସିଡ ସିନ୍ଧୁଙ୍କୁ ୟୁ କିଛିଟା ଚ୍ୟାଲେଞ୍ଜ ଦେଇଥିଲେ ହେଁ ଏହା ପ୍ରଭାବହୀନ ରହିଥିଲା। ଶେଷରେ ମ୍ୟାଚ୍‌କୁ ସିନ୍ଧୁ କବଜା କରିବା ସହ ଚାମ୍ପିୟନ ହୋଇଛନ୍ତି। ଚଳିତ ବର୍ଷ ଏହା ସିନ୍ଧୁଙ୍କ ପ୍ରଥମ ବିଶ୍ୱ ଟାଇଟଲ। ସେହିପରି ସାଇନା ନେହ୍ୱାଲଙ୍କ ପରେ ସିନ୍ଧୁ ତୃତୀୟ ଥର ପାଇଁ ସୟଦ ମୋଦି ଇଣ୍ଟରନ୍ୟାଶନାଲ ଜିତିବାର ରେକର୍ଡ କରିଛନ୍ତି। 

Advertisment

ସିନ୍ଧୁଙ୍କ ମ୍ୟାଚ୍‌ ପରେ ପୁରୁଷ ଏକକ ବର୍ଗର ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଆରମ୍ଭରୁ ଲକ୍ଷ୍ୟଙ୍କ ଦବଦବା ଦେଖିବାକୁ ମିଳିଥିଲା। ସେ ପ୍ରଥମ ସେଟକୁ ୨୧-୬ରେ ଜିତିଥିବା ବେଳେ ଦ୍ୱିତୀୟ ସେଟକୁ ୨୧-୭ରେ ଜିତି ଜିଆଙ୍କୁ ମାତ ଦେଇଛନ୍ତି। ଜିଆ ମ୍ୟାଚ୍‌ରେ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ହେଁ ଲକ୍ଷ୍ୟଙ୍କ ଆଗରେ ଆଦୌ ତିଷ୍ଠି ପାରି ନଥିଲେ। ଶେଷରେ ଲକ୍ଷ୍ୟ ୨-୦ରେ ମ୍ୟାଚ୍‌କୁ ଜିତି ୨୦୨୪ ବର୍ଷରେ ପ୍ରଥମ ବିଶ୍ୱ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି।

ସିନ୍ଧୁ ଓ ଲକ୍ଷ୍ୟଙ୍କ ବ୍ୟତୀତ ମହିଳା ଡବଲ୍ସରେ ମଧ୍ୟ ଭାରତ ଚାମ୍ପିୟନ ହୋଇଛି। ତ୍ରୀସା ଜଲି ଓ ଗାୟତ୍ରୀ ଗୋପିଚାନ୍ଦ ଚାଇନାର ଲି- ବାଓ ଯୋଡ଼ିଙ୍କୁ ମାତ ଦେଇ ପ୍ରଥମଥର ପାଇଁ କୌଣସି BWF ଟୁର ଟାଇଟଲ ଜିତି ପାରିଛନ୍ତି। ଆଜିର ମ୍ୟାଚ୍‌ର ପ୍ରଥମ ସେଟ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା।

ତେବେ ଭାରତୀୟ ଯୋଡ଼ି ୨୧-୧୮ରେ ଏହାକୁ କବଜା କରିଥିଲେ। ଦ୍ୱିତୀୟ ସେଟରେ ଜଲି ଓ ଗାୟତ୍ରୀ କମାଲ କରି ଚାଇନାକୁ କମବ୍ୟାକର କୌଣସି ସୁଯୋଗ ଦେଇ ନଥିଲେ। ଏହି ସେଟକୁ ୨୧-୧୧ରେ ଜିତି ଉଭୟ ମ୍ୟାଚ୍‌କୁ ମଧ୍ୟ କବଜା କରିଥିଲେ।

Badminton PV Sindhu Lakshya Sen
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe