ନୂଆଦିଲ୍ଲୀ: ଆଇପିଏଲ୍ ଫିକ୍ସି ମାମଲାରେ ସୁରେଶ ରୈନା,ରବୀନ୍ଦ୍ର ଜାଡେଜା ଓ ୱେଷ୍ଟଇଣ୍ଡିଜର ଖେଳାଳି ଡ୍ୱେନ୍ ବ୍ରାରୋଙ୍କୁ ବିସିସିଆଇ ଦେଇଛି କ୍ଲିନଚିଟ୍। ଜିମ୍ୱାୱେ ଗସ୍ତ ପାଇଁ ଟିମ୍ ଘୋଷଣା କରିବାକୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।
ଏଥିରେ ବିସିସିଆଇ ସଂପାଦକ ଅନୁରାଗ ଠାକୁର କହିଥିଲେ ଯେ ରୈନାଙ୍କ ସମେତ ତିନି ଜଣ ଯାକ ଖେଳାଳିଙ୍କୁ କ୍ଲିନଚିଟ୍ ଦେଇ ଦିଆଯାଇଛି। ତେବେ ଏହି ମାମଲାରେ ଆଇସିସି ତଦନ୍ତ କରୁଛି। ତଦନ୍ତ ରିପୋର୍ଟ ଆସିବା ପରେ ଯାଇ ବିସିସିଆଇ ତା’ର ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ସ୍ଥିର କରିବ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ଅଭିଯୋଗ କରିଥିଲେ ଯେ ରୈନା,ଜାଡେଜା ଓ ବ୍ରାରୋ ଜଣେ ବୁକିଙ୍କ ଠାରୁ ଘର ଓ ଟଙ୍କା ଲାଞ୍ଚ ନେଇଥିଲେ। ଏ ନେଇ ସେ ଆଇସିସିର ମୁଖ୍ୟ କାର୍ଯ୍ୟନିବାହୀ ଡେବିଡ୍ ରିଚାର୍ଡସନଙ୍କୁ ଚିଠି ଲେଖିଥିଲେ ବୋଲି ଟ୍ୱିଟ୍ କରି କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଘୃଣା ସୃଷ୍ଟିକାରୀ ବୟାନ ପାଇଁ ବିଜେପି ନେତାଙ୍କ ନାଁରେ ମାମଲା
ବିଜେପି ପକ୍ଷରୁ ଜର୍ଜଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ବିରୋଧ କରାଯାଇଛି। ଏହାକୁ କ୍ଷମତାସୀନ ଏଲଡିଏଫ ସରକାରଙ୍କର ଗୋଟିଏ ରାଜନୀତିକ ଷଡ଼ଯନ୍ତ୍ର ବୋଲି ଦଳ ପକ୍ଷରୁ କୁହାଯାଇଛି।
Politics
୨୦୨୬ କୋଟି କ୍ଷତି ସହିଛି ଦିଲ୍ଲୀ: ବିଜେପି ଟାର୍ଗେଟରେ ଆପ୍
ଲିକ୍ ହୋଇଥିବା ସିଏଜି ରିପୋର୍ଟକୁ ଆଧାର କରି ବିଜେପି କହିଛି ଯେ ଦିଲ୍ଲୀର କ୍ଷମତାସୀନ ଆପ୍ ଅବକାରୀ ନୀତି ଲାଗୁ କରିଛି। ଏଥିଯୋଗୁ ରାଜ୍ୟବାସୀ ୨୦୨୬ କୋଟି ଟଙ୍କାର କ୍ଷତି ସହିଛନ୍ତି।
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।