Advertisment

ଲାଞ୍ଚ ମାମଲା: ରୈନା, ଜାଡେଜାଙ୍କୁ ବିସିସିଆଇର କ୍ଲିନଚିଟ୍

ନୂଆଦିଲ୍ଲୀ: ଆଇପିଏଲ୍ ଫିକ୍ସି ମାମଲାରେ ସୁରେଶ ରୈନା,ରବୀନ୍ଦ୍ର ଜାଡେଜା ଓ ୱେଷ୍ଟଇଣ୍ଡିଜର ଖେଳାଳି ଡ୍ୱେନ୍  ବ୍ରାରୋଙ୍କୁ ବିସିସିଆଇ ଦେଇଛି କ୍ଲିନଚିଟ୍। ଜିମ୍ୱାୱେ ଗସ୍ତ ପାଇଁ ଟିମ୍ ଘୋଷଣା କରିବାକୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏଥିରେ ବିସିସିଆଇ ସଂପାଦକ ଅନୁରାଗ ଠାକୁର କହିଥିଲେ ଯେ ରୈନାଙ୍କ ସମେତ ତିନି ଜଣ ଯାକ ଖେଳାଳିଙ୍କୁ କ୍ଲିନଚିଟ୍ ଦେଇ ଦିଆଯାଇଛି। ତେବେ ଏହି ମାମଲାରେ ଆଇସିସି ତଦନ୍ତ କରୁଛି। ତଦନ୍ତ ରିପୋର୍ଟ ଆସିବା ପରେ ଯାଇ […]

ଅଦ୍ୟତନ ହୋଇଛି
ଲାଞ୍ଚ ମାମଲା: ରୈନା, ଜାଡେଜାଙ୍କୁ ବିସିସିଆଇର କ୍ଲିନଚିଟ୍

Suresh-Raina

Advertisment

ନୂଆଦିଲ୍ଲୀ: ଆଇପିଏଲ୍ ଫିକ୍ସି ମାମଲାରେ ସୁରେଶ ରୈନା,ରବୀନ୍ଦ୍ର ଜାଡେଜା ଓ ୱେଷ୍ଟଇଣ୍ଡିଜର ଖେଳାଳି ଡ୍ୱେନ୍  ବ୍ରାରୋଙ୍କୁ ବିସିସିଆଇ ଦେଇଛି କ୍ଲିନଚିଟ୍। ଜିମ୍ୱାୱେ ଗସ୍ତ ପାଇଁ ଟିମ୍ ଘୋଷଣା କରିବାକୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

Advertisment

ଏଥିରେ ବିସିସିଆଇ ସଂପାଦକ ଅନୁରାଗ ଠାକୁର କହିଥିଲେ ଯେ ରୈନାଙ୍କ ସମେତ ତିନି ଜଣ ଯାକ ଖେଳାଳିଙ୍କୁ କ୍ଲିନଚିଟ୍ ଦେଇ ଦିଆଯାଇଛି। ତେବେ ଏହି ମାମଲାରେ ଆଇସିସି ତଦନ୍ତ କରୁଛି। ତଦନ୍ତ ରିପୋର୍ଟ ଆସିବା ପରେ ଯାଇ ବିସିସିଆଇ ତା’ର ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ସ୍ଥିର କରିବ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ଅଭିଯୋଗ କରିଥିଲେ ଯେ ରୈନା,ଜାଡେଜା ଓ ବ୍ରାରୋ ଜଣେ ବୁକିଙ୍କ ଠାରୁ ଘର ଓ ଟଙ୍କା ଲାଞ୍ଚ ନେଇଥିଲେ। ଏ ନେଇ ସେ ଆଇସିସିର ମୁଖ୍ୟ କାର୍ଯ୍ୟନିବାହୀ ଡେବିଡ୍ ରିଚାର୍ଡସନଙ୍କୁ ଚିଠି ଲେଖିଥିଲେ ବୋଲି ଟ୍ୱିଟ୍ କରି କହିଥିଲେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe