Advertisment

ଲୁସାନେ ଡାଇମଣ୍ଡ ଲିଗ୍: ଅଲିମ୍ପିକ୍ସ ପରେ ନୀରଜ ଚୋପ୍ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ଲୁସାନେ ଡାଇମଣ୍ଡ ଲିଗ୍ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ୮୯.୪୯ ମିଟର ଫିଙ୍ଗି ସିଜିନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା।

author-image
Debibandita Barick
ଅଦ୍ୟତନ ହୋଇଛି
Neeraj Chopra

Neeraj Chopra

ପ୍ୟାରିସ୍ ଅଲିମ୍ପିକ୍ସ ପରେ ସିଜିନର ବେଷ୍ଟ ଥ୍ରୋ କରିଛନ୍ତି ଭାରତର ଜାଭଲିନ ଷ୍ଟାର୍ ନୀରଜ ଚୋପ୍ରା। ଲୁସାନେ ଡାଇମଣ୍ଡ ଲିଗ୍ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ୮୯.୪୯ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି ନୀରଜ। ଏହି ଥ୍ରୋ ସହ ନୀରଜ ଡାଇମଣ୍ଡ ଲିଗର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। 

Advertisment

ଆସନ୍ତା ମାସରେ ବେଲଜିୟମର ବ୍ରୁସେଲ୍ସରେ ଡାଇମଣ୍ଡ ଲିଗ୍ ଖେଳାଯିବ। ତେବେ ଲୁସାନେ ଡାଇମଣ୍ଡ ଲିଗରେ ନୀରଜଙ୍କ ଥ୍ରୋ ୮୯.୪୯ ମିଟର ଥିବାବେଳେ ଗ୍ରେନେଡାର ଆଣ୍ଡରସନ ପିଟର ୯୦.୬୧ ମିଟର ଫୋପାଡ଼ି ପ୍ରଥମ ହୋଇଛନ୍ତି। ସେହିପରି ଜର୍ମାନୀର ଜୁଲିଆନ୍ ୱେବର ୮୭.୦୮ ମିଟର ଫୋପାଡି ତୃତୀୟ ସ୍ଥାନରେ ରହିଛନ୍ତି। 

ପ୍ରଥମ ଚାରିଟି ପ୍ରୟାସରେ ନୈରାସ୍ୟଜନକ ପ୍ରଦର୍ଶନ ସହ ନୀରଜ ଚତୁର୍ଥ ସ୍ଥାନରେ ରହିଥିଲେ। ଏହାପରେ ପଞ୍ଚମ ପ୍ରୟାସରେ ସେ ନିଜର ଶକ୍ତି ପ୍ରଦର୍ଶନ କରି ଶ୍ରେଷ୍ଠ ତିନିରେ ପ୍ରବେଶ କରିଥିଲେ।

Advertisment

ଶେଷରେ ୮୯.୪୯ ମିଟରର ସର୍ବୋତ୍ତମ ଥ୍ରୋ ସହିତ ସିଜିନର ସର୍ବୋତ୍ତମ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜଙ୍କ ଥ୍ରୋ ଥିଲା ୮୯.୪୫ ମିଟର। 

India Neeraj Chopra Javelin Throw Olympics 2024 Lausanne Diamond League Athletics