Advertisment

ଲିଓନେଲ ମେସି ହେଲେ FIFA ବେଷ୍ଟ ପ୍ଲେୟର ୨୦୨୩, ତୃତୀୟ ଥର ଲାଗି ଜିତିଲେ ସମ୍ମାନ

ସୋମବାର ଲଣ୍ଡନରେ ଆୟୋଜିତ ଏହି ସମାରୋହରେ ମେସିଙ୍କୁ ଫିଫା ଦ ବେଷ୍ଟ ମେନ୍ସ ପ୍ଲେୟର ଅଫ୍ ୨୦୨୩( FIFA The Best Men's Player of 2023) ସମ୍ମାନରେ ସମ୍ମାନିତ କରାଯାଇଛି।

Lionel Messi

Lionel Messi

Advertisment

ପୁଣି ଫିଫାର ବେଷ୍ଟ ପ୍ଲେୟର ସମ୍ମାନ ଜିତିଛନ୍ତି ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସି। ତୃତୀୟ ଥର ପାଇଁ ସେ ଏହି ସମ୍ମାନ ହାସଲ କରିଛନ୍ତି। ସୋମବାର ଲଣ୍ଡନରେ ଆୟୋଜିତ ଏହି ସମାରୋହରେ ମେସିଙ୍କୁ ଫିଫା ଦ ବେଷ୍ଟ ମେନ୍ସ ପ୍ଲେୟର ଅଫ୍ ୨୦୨୩( FIFA The Best Men's Player of 2023) ସମ୍ମାନରେ ସମ୍ମାନିତ କରାଯାଇଛି।

Advertisment

ଏହା ପୂର୍ବରୁ ସେ ୨୦୧୯ ଏବଂ ୨୦୨୨ରେ ଦୁଇଥର ଫିଫା ବେଷ୍ଟ ପ୍ଲେୟର ସମ୍ମାନ ପାଇଥିଲେ। ଆର୍ଡେଣ୍ଟିନାର ମେସିଙ୍କୁ ଫୁଟବଲର କିମ୍ବଦନ୍ତୀ ଖେଳାଳି ବୋଲି କୁହାଯାଏ। କୋଟି କୋଟି କ୍ରୀଡାପ୍ରେମୀଙ୍କ ସେ ଆଇକନ୍। କେବଳ ଫିଫା ଆୱାର୍ଡ ନୁହେଁ ମେସି ୨୦୨୩ରେ ଅଷ୍ଟମ ଥର ପାଇଁ Ballon d'Or ଆୱାର୍ଡ ମଧ୍ୟ ପାଇଥିଲେ।

ସେ ଇଣ୍ଟର ମିଆମି ଦଳ ପାଇଁ ୧୪ ଟି ମ୍ୟାଚରେ ୧୧ ଗୋଲ ସ୍କୋର କରି ରେକର୍ଡ କରିଥିଲେ। ଗତ ବର୍ଷ ଆମେରିକାନ ଲିଗକୁ ଯିବା ପୂର୍ବରୁ PSG (ପ୍ୟାରିସ ସେଣ୍ଟ-ଜର୍ମାନ ଫୁଟବଲ୍ କପ୍) ଲିଗ୍ ୧ ଚାମ୍ପିଅନସିପ୍ ଜିତିଥିଲେ ମେସି। ୩୬ ବର୍ଷୀୟ ମେସି ମଧ୍ୟ ମିଆମି ୨୦୨୩ ଲିଗ୍ କପ୍ ଜିତିଥିଲେ। ସେ ଏଥିରେ ୧୦ ଟି ଗୋଲ ଦେଇଥିଲେ।

Advertisment

ଫୁଟବଲର ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହେବା ପରେ ମେସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପର୍ତ୍ତୁଗୀଜର କିମ୍ବଦନ୍ତୀ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ। ଏକ ଇନଷ୍ଟାଗ୍ରାମ ପୋଷ୍ଟ କରି ରୋନାଲ୍ଡୋ ମେସିଙ୍କୁ ଶୁଭେଚ୍ଛା ଭାର୍ତ୍ତା ଦେବା ସହ ଭବିଷ୍ୟତର ଉତ୍ତୋରତ୍ତର କାମନା କରିଛନ୍ତି। 

Cristiano Ronaldo Lionel Messi FIFA FIFA The Best Player
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe