Advertisment

ବାହାଘରର ୧୦ ଦିନ ପରେ ଚାଲିଗଲା ଷ୍ଟାର ଫୁଟବଲରଙ୍କ ଜୀବନ

ସ୍ପେନରେ ଘଟିଥିବା ଭୟଙ୍କର କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି।

author-image
Hemant Lenka
 Diogo Jota

Diogo Jota

ବିଶ୍ୱର ଅନ୍ୟତମ ଷ୍ଟାର ଫୁଟବଲ ଖେଳାଳି ଡିଓଗୋ ଜୋଟାଙ୍କ ଅକାଳୟ ବିୟୋଗ ଘଟିଛି। ଅନ୍ତର୍ଜାତୀୟ ସ୍ତରରେ ପର୍ତ୍ତୁଗାଲ ଓ କ୍ଲବ ସ୍ତରରେ ଲିଭରପୋଲ ପାଇଁ ଖେଳୁଥିବା ଡିଓଗୋ ମାତ୍ର ୧୦ ଦିନ ତଳେ ବିବାହ କରିଥିଲେ। ହେଲେ ସ୍ପେନରେ ଘଟିଥିବା ଭୟଙ୍କର କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାଲାକିଓସ ଡେ ସାନାବ୍ରିୟା ନିକଟ ଏ-୫୨ ଜାତୀୟ ରାଜପଥରେ ୨୮ ବର୍ଷୀୟ ଡିଓଗୋ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା ବେଳେ ଡିଓଗୋଙ୍କ ସାନ ଭାଇ ୨୬ ବର୍ଷୀୟ ଆନ୍ଦ୍ରେ ‍ଫିଲିପେ ମଧ୍ୟ କାରରେ ରହିଥିଲେ। ଡିଓଗୋଙ୍କ ଭଳି ‌ଆନ୍ଦ୍ରେ ମଧ୍ୟ ଫୁଟବଲ ଖେଳନ୍ତି। କିନ୍ତୁ କାର ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁସାରେ, ଦୁଇ ଭାଇ ଗୋଟିଏ ଲମ୍ବୋରଗିନିରେ ଯାଉଥିଲେ। କିନ୍ତୁ ସେମାନଙ୍କ ଗାଡ଼ି ଆଉ ଗୋଟିଏ କାରକୁ ଓଭର ଟେକ କରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ଡିଓଗୋ ଚଳାଉଥିବା ଲମ୍ବୋରଗିନିର ଟାୟାରରେ ସମସ୍ୟା ଦେଖାଯାଇଥିଲା। କାରର ବେଗ ଅଧିକ ଥିବାରୁ ଏହା ରାସ୍ତାରେ ସ୍ଲିପ କରି ଯାଇଥିଲା। ଏଥିସହ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଫଳରେ ଦୁଇ ଭାଇ ନିଆଁରେ ପୋଡ଼ି ହୋଇ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

Advertisment

ଦୁର୍ଘଟଣାର ମାତ୍ର ୧୦ ଦିନ ପୂର୍ବରୁ ଅର୍ଥାତ ଜୁନ ୨୨ରେ ଡିଓଗୋ ତାଙ୍କର ଦୀର୍ଘ ସମୟର ପ୍ରେମିକ ରୁଟେ କାର୍ଡୋସୋଙ୍କୁ ବିବାହ କରିଥିଲେ। ନିଜର ବାହାଘରକୁ ସେମାନେ ନିଜର ୩ ପିଲାଙ୍କ ସହ ଉପଭୋଗ କରୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।

ଡିଓଗୋ ନିଜର ଫୁଟବଲ କ୍ୟାରିୟର ପର୍ତ୍ତୁଗାଲର ପାଓସ ଡେ ଫେରିଇରାରୁ ଆରମ୍ଭ କରିଥିଲେ। ୨୦୧୬ରେ ସେ ଆଟଲଟିକୋ ମାର୍ଦିଦକୁ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ଡିଓଗୋ ଲିଭରପୋଲର ଫରୱାର୍ଡ ଭାବେ ବେଶ ଖ୍ୟାତି ଅର୍ଜନ କରିପାରିଥିଲେ।

ଅନ୍ତର୍ଜାତୀୟ ସ୍ତରରେ ଡିଓଗୋ ପର୍ତ୍ତୁଗାଲ ପାଇଁ ଅନେକ ବଡ଼ବଡ଼ ଟୁଣ୍ଣାମେଣ୍ଟ ଖେଳିଛନ୍ତି। ଚଳିତ ବର୍ଷ ପର୍ତ୍ତୁଗାଲ ୟୁଇଏଫଏ ନେଶନସ ଲିଗ ଜିତିଥିଲା। ଏହି ବିଜୟୀ ଦଳରେ ଡିଓଗୋ ରହିଥିଲେ। ୨୦୨୪ ୟୁରୋ କପରେ ମଧ୍ୟ ସେ ନିଜ ଦେଶ ପର୍ତ୍ତୁଗାଲକୁ ପ୍ରତନିଧିତ୍ୱ କରିଥିଲେ। କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ଜଣେ ଭଲ ବନ୍ଧୁ ହେଉଛନ୍ତି ଡିଓଗୋ। 

Football Portugal diogo-jota