Advertisment

ହକି ଓ ବକ୍ସିଂ ଦେଲା ଖୁସି, ପୁଣି ନିରାଶ କଲେ ଶୁଟର୍

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ମଙ୍ଗଳବାର ଭାରତ ପାଇଁ ପୁଣି ନୈରାଶ୍ୟଜନକ ରହିଛି। ଆଶା ଥିଲା ଆଜି ଭାରତର ପଦକ ସଂଖ୍ୟା ବଢ଼ିବ ଏବଂ ମୀରାବାଈ ଚାନୁଙ୍କ ପରେ ଦେଶକୁ ପଦକ ମିଳିବ, କିନ୍ତୁ ଏହା ହେଲା ନାହିଁ। ପଦକର ସବୁଠାରୁ ବଡ଼ ଦାବିବାର କୁହାଯାଉଥିବା ମନୁ ଭାକର ଓ ସୌରଭ ଚୌଧୁରୀଙ୍କ ଯୋଡ଼ି ଫେଲ୍ ମାରିଛନ୍ତି। ଦୁହିଁଙ୍କ ବ୍ୟତୀତ ବାକି ଶୁଟରମାନେ ମଧ୍ୟ ନିରାଶ କରିଛନ୍ତି। ତେବେ ଭାରତୀୟ ପୁରୁଷ ହକି ଟିମ୍ ତା’ର ତୃତୀୟ ମୁକାବିଲା […]

author-image
Ranjit Kumar Jena
ହକି ଓ ବକ୍ସିଂ ଦେଲା ଖୁସି, ପୁଣି ନିରାଶ କଲେ ଶୁଟର୍

hockey-and-lovlina

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ମଙ୍ଗଳବାର ଭାରତ ପାଇଁ ପୁଣି ନୈରାଶ୍ୟଜନକ ରହିଛି। ଆଶା ଥିଲା ଆଜି ଭାରତର ପଦକ ସଂଖ୍ୟା ବଢ଼ିବ ଏବଂ ମୀରାବାଈ ଚାନୁଙ୍କ ପରେ ଦେଶକୁ ପଦକ ମିଳିବ, କିନ୍ତୁ ଏହା ହେଲା ନାହିଁ। ପଦକର ସବୁଠାରୁ ବଡ଼ ଦାବିବାର କୁହାଯାଉଥିବା ମନୁ ଭାକର ଓ ସୌରଭ ଚୌଧୁରୀଙ୍କ ଯୋଡ଼ି ଫେଲ୍ ମାରିଛନ୍ତି। ଦୁହିଁଙ୍କ ବ୍ୟତୀତ ବାକି ଶୁଟରମାନେ ମଧ୍ୟ ନିରାଶ କରିଛନ୍ତି। ତେବେ ଭାରତୀୟ ପୁରୁଷ ହକି ଟିମ୍ ତା'ର ତୃତୀୟ ମୁକାବିଲା ଜିତିବାରେ ସଫଳ ହୋଇଥିବା ବେଳେ ବକ୍ସିଂରେ ମଧ୍ୟ ଭାରତକୁ ବିଜୟ ମିଳିଛି। ଟେବୁଲ୍ ଟେନିସରେ ଭାରତର ଅଭିଯାନ ଶେଷ ହୋଇଛି। ଆସନ୍ତୁ ଜାଣିବା ପଞ୍ଚମ ଦିନରେ ଭାରତର ପ୍ରଦର୍ଶନ କିପରି ରହିଲା।

Advertisment

ଶୁଟିଂରେ ପୁଣି ମିଳିଲା ନିରାଶା: ମଙ୍ଗଳବାର ଶୁଟିଂରୁ ଅଭିଯାନ ଆରମ୍ଭ ହୋଇଥିଲା। ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଭାରତର ଦୁଇ ଯୋଡ଼ି ମନୁ ଭାକର ଓ ସୌରଭ ଚୌଧୁରୀ ଓହ୍ଲାଇଥିଲେ। ଯଶସ୍ୱିନୀ ଦେସୱାଲ ଓ ଅଭିଷେକ ବର୍ମାଙ୍କ ଯୋଡ଼ି କ୍ୱାଲିଫିକେସନରୁ ଆଗକୁ ବଢ଼ିପାରିନଥିଲେ। ମନୁ ଓ ସୌରଭ କ୍ୱାଲିଫିକେସନ୍-୧ରେ ଟପରେ ରହି ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ହାସଲ କରିଥିଲେ, କିନ୍ତୁ ଏହିଠାରେ ଦୁହିଁଙ୍କ ଅଭିଯାନ ଶେଷ ହୋଇଥିଲା। ଦୁହିଁଙ୍କ ପରାଜୟ ସହ ଭାରତର ପଦକ ଆଶାକୁ ବଡ଼ ଝଟକା ଲାଗିଥିଲା।

ହକିରେ ପୁରୁଷ ଦଳର ଜବରଦସ୍ତ କମବ୍ୟାକ୍: ଭାରତୀୟ ପୁରୁଷ ହକି ଟିମ୍ ତା'ର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ୧-୭ରେ ପରାସ୍ତ ହୋଇଥିଲା। ଟିମ୍ ଏହି ପରାଜୟକୁ ଭୁଲି ମଙ୍ଗଳବାର ସ୍ପେନକୁ ୩-୦ ଗୋଲରେ ହରାଇ ଜବରଦସ୍ତ କମବ୍ୟାକ୍ କରିଛି। ଭାରତ ପକ୍ଷରୁ ରୂପିନ୍ଦର ପାଲ୍ ସିଂହ ଦୁଇଟି ଗୋଲ୍ ଦେଇଥିଲେ। ସେ ପ୍ରଥମ କ୍ୱାର୍ଟରର ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ଏହା ପରେ ଶେଷ କ୍ୱାର୍ଟରରେ ମଧ୍ୟ ପେନାଲ୍ଟି କର୍ଣ୍ଣରରେ ଗୋଲ୍ ଦେଇଥିଲେ। ତେବେ ଭାରତ ପାଇଁ ଗୋଲ୍ ଖାତା ଖୋଲିଥିଲେ ସିମରନଜିତ୍ (୧୪ଶ ମିନିଟ୍)। ଗୁରୁବାର ଭାରତ ତା'ର ପରବର୍ତ୍ତୀ ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବ।

Advertisment

ଟେବୁଲ୍ ଟେନିସ୍: ଭାରତର ଅଭିଜ୍ଞ ଟେବୁଲ ଟେନିସ୍ ଖେଳାଳି ଅଚନ୍ତା ଶରତ କମଲ ପୁରୁଷ ସିଙ୍ଗଲ୍ସ ବର୍ଗର ତୃତୀୟ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ୍ ଚାଇନାର ମା' ଲଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଶରତ ଏହି ମୁକାବିଲାରେ ୧-୪ (୧୧-୭, ୮-୧୧, ୧୩-୧୧, ୧୧-୪, ୧୧-୪)ରେ ହାରିଥିଲେ।

ବ୍ୟାଡମିଣ୍ଟନ୍: ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡି ଓ ଚିରାଗ ଶେଟ୍ଟୀଙ୍କ ଯୋଡ଼ି ପୁରୁଷ ଡବଲ୍ସ ମୁକାବିଲାରେ ବ୍ରିଟେନର ବେନ୍ ଲେନ୍ ଓ ସିନ୍ ଭେଣ୍ଡିଙ୍କୁ ସିଧାସଳଖ ୨୧-୧୭, ୨୧-୧୯ ଗେମରେ ପରାସ୍ତ କରିଥିଲେ। ଏହି ବିଜୟ ସତ୍ତ୍ୱେ ଭାରତୀୟ ଯୋଡ଼ି କ୍ୱାର୍ଟରଫାଇନାଲରୁ ବଞ୍ଚିତ ହୋଇଛନ୍ତି।

ବକ୍ସିଂ: ବକ୍ସିଂରେ ଭାରତ ପାଇଁ ଆଶା ସଞ୍ଚାର କରିଛନ୍ତି ଲଭଲିନା ବୋର୍ଗୋହେନ୍। ବୋର୍ଗୋହେନ୍ ପ୍ରି-କ୍ୱାର୍ଟର ଫାଇନାଲରେ ଜର୍ମାନୀର ଭେଟେରାନ୍ ବକ୍ସର୍ ନାଦିନ୍ ଆପେଜଙ୍କୁ ୩-୨ ପଏଣ୍ଟରେ ହରାଇ ଅନ୍ତିମ-୮ରେ ପହଞ୍ଚିଛନ୍ତି। ଲଭଲିନା କ୍ୱାର୍ଟର୍ ଫାଇନାଲ୍ ଜିତିଲେ ଦେଶ ପାଇଁ ପଦକ ନିଶ୍ଚିତ କରିବେ।

Tokyo Olympics