Advertisment

ଅଲିମ୍ପିକ୍ସ ପଦକ ଠାରୁ ଗୋଟିଏ ପାଦ ଦୂରରେ ଲଭଲିନା

୭୫ କେଜି ମହିଳା ବର୍ଗରେ ଲଢ଼ୁଥିବା ଲଭଲିନା ଆଜି ନରୱେର ସୁନ୍ନିଭା ହୋଫଷ୍ଟାଡଙ୍କୁ ୫-୦ରେ ହରାଇ କ୍ୱାର୍ଟର ଫାନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି।

author-image
Hemant Lenka
Lovlina Borgohain

Lovlina Borgohain

ପ୍ୟାରିସ ଅଲିମ୍ପିକ୍ସରେ ପଦ ପକ୍କା କରିବା ପାଇଁ ଭାରତର ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନ୍ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଓ ଏସିଆନ ଗେମ୍ସରେ ଭାରତ ପାଇଁ ଲଭଲିନା ବ୍ରୋଞ୍ଜ ଜିତିଥିଲେ। ଏବେ ସେ ପ୍ୟାରିସ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Advertisment

୭୫ କେଜି ମହିଳା ବର୍ଗରେ ଲଢ଼ୁଥିବା ଲଭଲିନା ଆଜି ନରୱେର ସୁନ୍ନିଭା ହୋଫଷ୍ଟାଡଙ୍କୁ ୫-୦ରେ ହରାଇ କ୍ୱାର୍ଟର ଫାନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି।

ଯଦି ସେ କ୍ୱାର୍ଟର ଫାଇନାଲରେ ଜିତିବେ, ତା’ହେଲେ ତାଙ୍କ ନାଁରେ ପଦକ ପକ୍କା ହୋଇଯିବ। କାରଣ ବକ୍ସିଂ ଇଭେଣ୍ଟର ସେମି ଫାଇନାଲରେ ପ୍ରବେଶ କରୁଥିବା ବକ୍ସର ଅତିକମରେ ବ୍ରୋଞ୍ଜ ପଦକ ପାଇବାର ପ୍ରାବଧାନ ରହିଛି। ହେଲେ ଲଭଲିନାଙ୍କ ଠାରୁ ଦେଶ ଏଥର ସ୍ୱର୍ଣ୍ଣ ପଦକ ଆଶାରେ ରହିଛି।

Advertisment

ଟୋକିଓରେ ସେ ୬୯ କେଜି ବର୍ଗରେ ଲଢ଼େଇ କରି ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଏଥର ସେ ୭୫ କେଜି ବର୍ଗରେ ବିଶ୍ୱର ୮ମ ସିଡ୍‌ ଭାବେ ପ୍ୟାରିସ ଅଲିମ୍ପିକ୍ସ ଖେଳୁଛନ୍ତି। ଆଜି ତାଙ୍କର ଅଲିମ୍ପିକ୍ସ ଡେବ୍ୟୁଟାଣ୍ଟ ୨୦ ବର୍ଷୀୟ ହୋଫଷ୍ଟାଡଙ୍କ ସହ ହୋଇଥିଲା।

ପ୍ରାରମ୍ଭିକ ରାଉଣ୍ଡରେ ହୋଫଷ୍ଟାଡ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ। କିନ୍ତୁ ୨୭ ବର୍ଷୀୟ ଲଭଲିନା ସବୁ କିଛି ଫିକା କରି ଦେଇଥିଲେ। ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ସମସ୍ତ ୫ଜଣ ଯାକ ବିଚାରପତି ଲଭଲିନାଙ୍କୁ ୧୦ ପଏଣ୍ଟ ଲେଖାଏ ଦେଇଥିଲେ।

ତୃତୀୟ ରାଉଣ୍ଡରେ ହୋଫଷ୍ଟାଡ କମବ୍ୟାକ କରିବାକୁ ଚାହିଁଥିଲେ। କିନ୍ତୁ ଲଭଲିନା ତାଙ୍କର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଶେଷରେ ସେ ୫:୦ ବ୍ୟବଧାନରେ ମ୍ୟାଚ୍‌ ଜିତି ପଦକର ଆଉ ଟିକେଟ ବାଟ ନିକଟତର ହୋଇଥିଲେ।

Paris Olympics 2024 Paris Olympics Olympics 2024 Lovlina Borgohain