Advertisment

ଖରାପ ପିଚ୍‌ ପାଇଁ ଲକ୍ଷ୍ନୌ କ୍ୟୁରେଟର ବରଖାସ୍ତ

ନୂଆ କ୍ୟୁରେଟର ଭାବେ ସଞ୍ଜୀବ କୁମାର ଅଗ୍ରୱାଲଙ୍କ ନିଯୁକ୍ତି ଦିଆଯାଇଛି। ସେ ଜଣେ ଅଭିଜ୍ଞ କ୍ୟୁରେଟର।

author-image
Hemant Lenka
Lucknow Pitch

Lucknow Pitch

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ରେ ପ୍ରସ୍ତୁତ ହୋଇଥିବା ପିଚ୍‌କୁ ନେଇ ସବୁଆଡ଼େ ଚର୍ଚ୍ଚା। ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୯୯ ରନ କରିଥିବା ବେଳେ ଭାରତ ବହୁତ କଷ୍ଟରେ ଗୋଟିଏ ବଲ ପୂର୍ବରୁ ମ୍ୟାଚ୍‌କୁ ଜିତିଥିଲା। ମ୍ୟାଚ୍‌ ପରେ ଦୁଇ ଦଳର ଅଧିନାୟକ ପିଚ୍‌କୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏବେ ଖରପା ପିଚ୍‌ ପ୍ରସ୍ତୁତ କରିବା ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମର କ୍ୟୁରେଟରଙ୍କୁ ମହଙ୍ଗା ପଡ଼ିଛି। କ୍ୟୁରେଟରଙ୍କୁ ତାଙ୍କ ପଦରୁ ବରଖାସ୍ତ କରାଯାଇଛି।

Advertisment

ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ପିଚ୍‌ କ୍ୟୁରେଟରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ନୂଆ କ୍ୟୁରେଟର ଭାବେ ସଞ୍ଜୀବ କୁମାର ଅଗ୍ରୱାଲଙ୍କ ନିଯୁକ୍ତି ଦିଆଯାଇଛି। ସେ ଜଣେ ଅଭିଜ୍ଞ କ୍ୟୁରେଟର। ଆସନ୍ତା ଗୋଟିଏ ମାସ ମଧ୍ୟରେ ସବୁ କିଛି ଠିକ୍ ହୋଇଯିବ। 

ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ସେଣ୍ଟର ୱିକେଟଗୁଡ଼ିକରେ ଅନେକ ଘରୋଇ କ୍ରିକେଟ ଖେଳା ଯାଇଥିଲା। କ୍ୟୁରେଟର ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଗୋଟିଏ କିମ୍ବା ଦୁଇଟି ଷ୍ଟ୍ରିପ୍‌ ଛାଡ଼ିବାର ଥିଲା। ଉକ୍ତ ସରଫେସ ଆବଶ୍ୟକ ଠାରୁ ଅଧିକ ବ୍ୟବହାର ହୋଇଛି। ସେହିପରି ଖରାପ ପାଗ ଯୋଗୁ ନୂଆ ୱିକେଟ ପାଇଁ ସମୟ ନଥିଲା। ତେଣୁ ଏପରି ଘଟଣା ଘଟିଲା ବୋଲି ଆସୋସିଏସନ ସଫେଇ ଦେଇଛି।

Advertisment

ଏବେ ନିଯୁକ୍ତି ପାଇଥିବା ଅଗ୍ରୱାଲ ପୂର୍ବରୁ ବାଂଲାଦେଶରେ ପିଚ୍‌ ପ୍ରସ୍ତୁତ କରୁଥିଲେ। ତାଙ୍କୁ ଗତବର୍ଷ ଅକ୍ଟୋବରରେ କାର୍ଯ୍ୟାନ୍ତର କରାଯାଇଥିଲେ। ଏବେ ତାଙ୍କୁ ହିଁ ସବୁ କିଛି ଠିକ୍‌ କରିବାକୁ କୁହାଯାଇଛି। ସେ ବିସିସିଆଇର ଭେଟରାନ କ୍ୟୁରେଟର ତାପୋଶ ଚାଟାର୍ଜୀଙ୍କ ସହ ମିଶି କାମ କରିବେ।

Bcci Indian Cricket Team