Advertisment

ଧାର୍ମିକ ଭାବନାକୁ କୁଠାରଘାତ କରିବା ଘଟଣା: ଧୋନୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

ଅନନ୍ତପୁର: ଭାରତୀୟ ଦିନିକିଆ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବିରୋଧରେ ଧାର୍ମିକ ଭାବନାକୁ ହାନି ପହଞ୍ଚାଇଥିବା ଅଭିଯୋଗରେ ସ୍ଥାନୀୟ ଅଦାଲତ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି। ପୂର୍ବରୁ ତାଙ୍କୁ ହାଜିର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଧୋନୀ ଏହାକୁ ପାଳନ କରି ନ ଥିଲେ। ଫଳରେ ଏପରି ନିର୍ଦ୍ଦେଶ କୋର୍ଟ ଆଜି ଦେଇଛନ୍ତି। ଅଷ୍ଟ୍ରେଲିଆରେ ଆସନ୍ତା ୧୨ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଲାଗି ଧୋନୀ ଏବେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଧାର୍ମିକ ଭାବନାକୁ କୁଠାରଘାତ କରିବା ଘଟଣା: ଧୋନୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

dhoni

ଅନନ୍ତପୁର: ଭାରତୀୟ ଦିନିକିଆ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବିରୋଧରେ ଧାର୍ମିକ ଭାବନାକୁ ହାନି ପହଞ୍ଚାଇଥିବା ଅଭିଯୋଗରେ ସ୍ଥାନୀୟ ଅଦାଲତ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି। ପୂର୍ବରୁ ତାଙ୍କୁ ହାଜିର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଧୋନୀ ଏହାକୁ ପାଳନ କରି ନ ଥିଲେ। ଫଳରେ ଏପରି ନିର୍ଦ୍ଦେଶ କୋର୍ଟ ଆଜି ଦେଇଛନ୍ତି। ଅଷ୍ଟ୍ରେଲିଆରେ ଆସନ୍ତା ୧୨ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଲାଗି ଧୋନୀ ଏବେ ସେଠାକୁ ଯାଇଛନ୍ତି।

Advertisment

ଏକ ପତ୍ରିକାର ବିଜ୍ଞାପନରେ ଧୋନୀଙ୍କୁ ବିଷ୍ଣୁଙ୍କ ରୂପରେ ଉପସ୍ଥାପନ କରାଯାଇଥିଲା। ଏଥିରେ ଧୋନୀ ତାଙ୍କ ହାତରେ ବିଭିନ୍ନ ସାମଗ୍ରୀ ଧରିଥିବା ଦର୍ଶା ଯାଇଥିଲା। ସେ ଗୋଟିଏ ହାତରେ ଜୋତା ଧରିଥିବା ଦେଖିବାକୁ ମିଳିଥିଲା। ଏହା ହିନ୍ଦୁଙ୍କ ଧାର୍ମୀକ ଭାବନାକୁ କୁଠାରଘାତ କରିଥିବା ଅଭିଯୋଗ କରି ୱାଇ. ଶ୍ୟାମସୁନ୍ଦର ନାମକ ଜଣେ ବ୍ୟକ୍ତି କୋର୍ଟର ଦ୍ୱାରସ୍ଥ ହୋଇଥିଲେ।