Advertisment

ସ୍କିଟ ମିକ୍ସଡ ଟିମ : ବ୍ରୋଞ୍ଜ ପାଇଁ ଚାଇନା ସହ ଲଢ଼ିବ ଭାରତ

ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଯୋଡ଼ି ୪ର୍ଥ ସ୍ଥାନରେ ରହିବାରୁ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ।

Skeet

Skeet

Advertisment

ଶୁଟିଂର ସ୍କିଟ ମିକ୍ସଡ ଟିମ ଇଭେଣ୍ଟରେ କମାଲ କରିଛନ୍ତି ଭାରତର ମାହେଶ୍ୱରୀ ଚୌହାନ ଓ ଅନନ୍ତଜୀତ ସିଂହ। ଉଭୟ ଯୋଗ୍ୟତା ପର୍ଯ୍ୟାୟରେ ଦମ ଦେଖାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଯୋଡ଼ି ୪ର୍ଥ ସ୍ଥାନରେ ରହିବାରୁ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ।

Advertisment

ବ୍ରୋଞ୍ଜ ପଦକ ପାଇଁ ଉଭୟ ଚାଇନା ସହ ଲଢ଼େଇ କରିବେ। ଚାଇନା ଯୋଗ୍ୟତା ପର୍ଯ୍ୟାୟରେ ସମାନ ୧୪୬ ପଏଣ୍ଟ ସହ ୩ ସ୍ଥାନରେ ରହିଥିଲା। ତେଣୁ ଭାରତ ଓ ଚାଇନା ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ ହେବ। ଏହି ମ୍ୟାଚ୍‌ ଆଜି ସନ୍ଧ୍ୟା ୬.୩୦ରେ ଅନୁଷ୍ଠିତ ହେବ। 

ଶୁଟିଂର ସ୍କିଟ ମିକ୍ସଡ ଟିମ ଇଭେଣ୍ଟର ପ୍ରଥମ ସ୍ଥାନରେ ଇଟାଲୀ ଓ ଦ୍ୱିତୀୟ ସ୍ଥାନରେ ଆମେରିକା ରହିଛନ୍ତି। ଇଟାଲୀର ପଏଣ୍ଟ ସଂଖ୍ୟା ୧୪୯ ଥିବା ବେଳେ ଆମେରିକାର ପଏଣ୍ଟ ସଂଖ୍ୟା ଏହାଠାରୁ ଗୋଟିଏ କମ।

Advertisment

ଯୋଗ୍ୟତା ପର୍ଯ୍ୟାୟରେ ମାହେଶ୍ୱରୀ ଓ ଅନନ୍ତଜୀତ ଦମଦାର ପ୍ରଦର୍ଶନ କରିଥିଲେ। ଉଭୟଙ୍କ ମଧ୍ୟରେ ତଳମେଳର ଜବରଦସ୍ତ କମ୍ବିନେସନ ମଧ୍ୟ ଦେଖିବାକୁ ମିଳିଥିଲେ। ଏବେ ସେମାନଙ୍କ ନଜର ବ୍ରୋଞ୍ଜ ପଦକ ଉପରେ ରହିଛି।

Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe