Advertisment

ଅଧାରେ ରହିଲା ଖେଳ, ପଡ଼ିଆ ମଝିରେ ଟଳିପଡ଼ିଲେ ଖେଳାଳି

ସୁରଟର ରାନ୍ଦେର ଅଞ୍ଚଳରେ ଜଣେ ବ୍ୟକ୍ତି କ୍ରିକେଟ ଖେଳୁଥିବା ସମୟରେ ହଠାତ ପଡ଼ିଆ ମଝିରେ ଟଳି ପଡ଼ିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Man Dies During Cricket Match

Man Dies During Cricket Match

Advertisment

ମୃତ୍ୟୁ କେତେବଳେ, କେଉଁଠି ଓ କେମିତି ଆସିବ, ସେକଥା କାହାକୁ ବି ଜଣାନଥାଏ। ବର୍ତ୍ତମାନ ସମୟରେ ବିଶେଷ କରି ହୃଦଘାତ ଗୋଟିଏ ଜଟିଳ ସମସ୍ୟା ଭାବେ ପୂରା ବିଶ୍ୱ ଆଗରେ ଉଭା ହୋଇଛି। ହୃଦଘାତ ଅନେକ ସୁସ୍ଥ ସବଳ ଲୋକଙ୍କୁ ମଧ୍ୟ ହଠାତ୍‌ ପରପାରିକୁ ନେଇଯାଉଛି। କିଏ ବସିଥିବା ବେଳେ ଟଳି ପଡ଼ୁଛି ତ କିଏ ହସଖୁସିରେ ଖେଳୁ ଖେଳୁ ସବୁଦିନ ପାଇଁ ଆଖି ବୁଜିଦେଉଛି। ମାତ୍ର କିଛି ସେକେଣ୍ଡ ମଧ୍ୟରେ ସବୁ କିଛି ବଦଳି ଯାଉଛି। ଗୁଜରାଟର ସୁରଟରେ ସେହିଭଳି ଗୋଟିଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ସୁରଟର ରାନ୍ଦେର ଅଞ୍ଚଳରେ ଜଣେ ବ୍ୟକ୍ତି କ୍ରିକେଟ ଖେଳୁଥିବା ସମୟରେ ହଠାତ ପଡ଼ିଆ ମଝିରେ ଟଳି ପଡ଼ିଥିଲେ। ଏହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ମକସୁଦ୍ ଅହମ୍ମଦ ବୁଟୱାଲା (୫୧) ବୋଲି ଜଣାପଡ଼ିଛି। ଘଟଣା ସମୟର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଖେଳ ବିରତି ସମୟରେ ମକସୁଦ୍ କିଛି ସମୟ ପଡ଼ିଆ ଭୂମିରେ ବସି ପାଣି ପିଇଥିଲେ। ଏହାପରେ ଉଠି ସାଥି ଖେଳାଳିମାନଙ୍କ ଆଡ଼କୁ ଯାଇଥିଲେ। ଏହି ସମୟରେ ହଠାତ ସେ ତଳେ ପଡ଼ି ଯାଇଥିଲେ।

Advertisment

ପଡ଼ିଆରେ ଉପସ୍ଥିତ ସମସ୍ତ ଖେଳାଳି ଓ ଦର୍ଶକ ତୁରନ୍ତ ସହାୟତା ପାଇଁ ମକସୁଦଙ୍କ ଆଡ଼କୁ ଦୌଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ମୃତ ମକସୁଦ୍ ଅହମ୍ମଦ ଜଣେ ଟ୍ୟୁସନ ସଂଚାଳକ ଥିଲେ ବୋଲି କୁହାଯାଉଛି। ସେ ସବୁବେଳେ ଏପରି ପିଲାମାନଙ୍କ ସହ ଖେଳନ୍ତି। ହେଲେ ଏହା ତାଙ୍କର ଅନ୍ତିମ ଖେଳ ଥିଲା ବୋଲି କେହି ଭାବି ନଥିଲେ। ଏପରି ଅପ୍ରତ୍ୟାଶିତ ଘଟଣା ସମସ୍ତଙ୍କୁ ଚକିତ କରିଛି।

Heart Attack Heart Attack Viral Video Player Dies Of Heart Attack Heart Attack During Cricket Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe