Advertisment

ବିମାନରେ ମୁଥ ମାରିଥିବା ମାଇକ ଟାୟସନ୍‌ଙ୍କ ଅଡ଼ୁଆ ବଢ଼ିଲା, ପୀଡ଼ିତ ମାଗିଲେ ୩ କୋଟି

ମୁଥମାଡ଼ ଖାଇଥିବା ମେଲଭିନ ଟାଉନସେଣ୍ଡ ମାମାଲର ରଫାଦଫା କରିବାକୁ ୩ କୋଟି ଟଙ୍କା ମାଗିଛନ୍ତି। ଏଥିପାଇଁ ସେ ଟାୟସନଙ୍କ ଓକିଲଙ୍କୁ ଆଇନଗତ ନୋଟିସ ମଧ୍ୟ ପଠାଇଛନ୍ତି।

Mike Tyson

Mike Tyson

Advertisment

ପୂର୍ବତନ ହେଭିୱେଟ ମାଇକ ଟାୟସନଙ୍କ ଅଡ଼ୁଆ ବଢ଼ିଛି। ବିମାନ ଭିତରେ ଜଣେ ବ୍ୟକ୍ତିଙ୍କ ମୁହଁକୁ ପଞ୍ଚ ମାରିବା ତାଙ୍କୁ ମହଙ୍ଗା ପଡ଼ିଛି। ଗତବର୍ଷ ସାନ ଫ୍ରାନ୍ସିସକୋରୁ ଉଡ଼ାଣ ଭରିଥିତବା ଜେଟ ବ୍ଲ୍ୟୁ ଫ୍ଲାଇଟ ମଧ୍ୟରେ ଟାୟସନ ଜଣେ ବ୍ୟକ୍ତିଙ୍କୁ ମୁଥ ମାରିଥିଲେ।

Advertisment

ଏବେ ମୁଥମାଡ଼ ଖାଇଥିବା ମେଲଭିନ ଟାଉନସେଣ୍ଡ ମାମାଲର ରଫାଦଫା କରିବାକୁ ୩ କୋଟି ଟଙ୍କା ମାଗିଛନ୍ତି। ଏଥିପାଇଁ ସେ ଟାୟସନଙ୍କ ଓକିଲଙ୍କୁ ଆଇନଗତ ନୋଟିସ ମଧ୍ୟ ପଠାଇଛନ୍ତି।

ନିଶାସକ୍ତ ଅବସ୍ଥାରେ ମେଲଭିନ ବିମାନ ଭିତରେ ଟାୟସନଙ୍କୁ ଦୁର୍ବବ୍ୟବହାର କରିଥିଲେ। ତାଙ୍କ ଉପରକୁ ଗୋଟିଏ ପାଣି ବୋତଲ ଫିଙ୍ଗିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତଥାପି ଟାୟସନ ଚୁପ ରହିଥିଲେ। କିନ୍ତୁ ସ୍ଥିତି ଅଧିକ ବିଗିଡ଼ିବାରୁ ଟାୟସନ ରାଗି ଯାଇ ମେଲଭିନଙ୍କ ମୁହଁକୁ ଶକ୍ତ ମୁଥ ମାରିଥିଲେ। ଉକ୍ତ ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

Advertisment

ସାନ ମାଟେଓ ଡିଷ୍ଟ୍ରିକ ଆଟର୍ଣ୍ଣି ଷ୍ଟେଫେନ କହିଛନ୍ତି, ଟାୟସନ କୌଣସି ପ୍ରକାରର ମାମଲାର ସମ୍ମୁଖୀନ ହେବେ ନାହିଁ। ତାଙ୍କ ବିରୋଧରେ କୌଣସି ପ୍ରକାରର ଦଫା ଲାଗି ପାରିବ ନାହିଁ। କାରଣ ମେଲଭିନଙ୍କ ବ୍ୟବହାର ଅତ୍ୟନ୍ତ ଖରାପ ଥିଲା।

କିନ୍ତୁ ମେଲଭିନଙ୍କ ଓକିଲ ଜ୍ୟାକ ଜୋନଡେଲ କହିଛନ୍ତି, ଘଟଣା ପରଠାରୁ ଆଜି ଯାଏ ମେଲଭିନ ମୁଣ୍ଡ ଓ ବେକରେ ସମସ୍ୟା ଲାଗି ରହିଛି। ଘଟଣା ଦିନ ଟାୟସନଙ୍କ ପାଖରେ ବହୁତ କିଛି ବିକଳ୍ପ ଥିଲା। କିନ୍ତୁ ସେ ଶାରିରୀକ ଆଘାତକୁ ପସନ୍ଦ କରିଥିଲେ।

ମୁଥ ମାଡ଼ ଯୋଗୁ ମେଲଭିନ ସୁସ୍ଥ ହୋଇ ପାରୁ ନାହାନ୍ତି। ତେଣୁ ମାମଲା ପାଇଁ ତାଙ୍କୁ ୪୫୦,୦୦୦ ଡଲାର ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। କିନ୍ତୁ ଟାୟସନଙ୍କ ଓକିଲ ଆଲେକ୍ସ ସପିରୋ ଏହାକୁ ଗ୍ରହଣ କରି ନାହାନ୍ତି ଓ ଦାବି ଅନୁସାରେ ଟଙ୍କା ଦେବାକୁ ମନା କରି ଦେଇଛନ୍ତି।

Boxing World Boxing Championship Mike Tyson
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe