Advertisment

ଅଲିମ୍ପିକ୍ସରୁ ବିଦାୟ ନେଲେ ଭାରତର ମନିକା ବାତ୍ରା

ପରାଜୟ ସହ ମହିଳା ଏକକ ବର୍ଗରେ ମନିକା ବାତ୍ରାଙ୍କ ପ୍ୟାରିସ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି।

Manika

Manika

Advertisment

ଅଲିମ୍ପିକ୍ସରେ ଭାରତର ପ୍ରଥମ ଟେବୁଲ ଟେନିସ ଖେଳାଳି ଭାବେ ମହିଳା ବର୍ଗର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ମନିକା ବାତ୍ରା ନିରାଶ କରିଛନ୍ତି। ସେ ଆଜି ପ୍ରି କ୍ୱାର୍ଟର ଫାଇନାଲରେ କଡ଼ା ସଂଘର୍ଷ କରିଥିଲେ ହେଁ ଜାପାନର ମିହୁ ହିରାନୋଙ୍କ ଠାରୁ ପରାସ୍ତ ହୋଇଛନ୍ତି।

Advertisment

ବିଶ୍ୱର ଅଷ୍ଟମ ସିଡ୍‌ ହିରାନୋ ମ୍ୟାଚକୁ ୪-୧ରେ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପରାଜୟ ସହ ମହିଳା ଏକକ ବର୍ଗରେ ମନିକା ବାତ୍ରାଙ୍କ ପ୍ୟାରିସ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି। ତାଙ୍କ ଠାରୁ ଭାରତ ମେଡାଲ ଆଶା କରିଥିଲେ ହେଁ ସେ ସମସ୍ତଙ୍କୁ ନିରାଶ କରିଛନ୍ତି।

ବିଶ୍ୱ ଟେବୁଲ ଟେନିସ ରାଙ୍କିଙ୍ଗର ୧୮ତମ ସ୍ଥାନରେ ଥିବା ମନିକା ଜାପାନର ହିରାନୋଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ତେବେ ମନିକା ବାରମ୍ବାର ତ୍ରୁଟି କରିବା ସହ ପଏଣ୍ଟ ହାସଲ କରିବାକୁ ତରବର ହୋଇଥିଲେ।

Advertisment

ଏହାର ଫାଇଦା ହିରାନୋ ଉଠାଇଥିଲେ। ଏଥିସହ ପ୍ରଥମ ସେଟକୁ ସେ ୧୧-୬ରେ ଜିତି ନେଇଥିଲେ। ଦ୍ୱିତୀୟ ମନିକାଙ୍କୁ ଲିଡ ମିଳିଥିଲା। କିନ୍ତୁ ହିରାନୋ ଚମତ୍କାର ଢଙ୍ଗରେ କମବ୍ୟାକ କରି ଉକ୍ତ ସେଟକୁ ୧୧-୯ରେ ଜିତି ନେଇଥିଲେ।

୨ଟି ସେଟ ପଛରେ ଥିଲେ ହେଁ ମନିକା ହାର ମାନି ନଥିଲେ। ସେ ତୃତୀୟ ସେଟରେ କମବ୍ୟାକ କରିଥିଲେ। ୩ଟି ଗେମ ପଏଣ୍ଟ ବଞ୍ଚାଇ ମନିକା ତୃତୀୟ ସେଟକୁ ୧୪-୧୨ରେ କବଜା କରିଥିଲେ।

୪ର୍ଥ ସେଟରେ ମନିକା ୬-୩ରେ ଆଗରେ ଥିଲେ। କିନ୍ତୁ ହିରାନୋ ୧୧-୮ରେ ସେଟକୁ ଜିତି ନେଇଥିଲା। ୫ମ ସେଟକୁ ମଧ୍ୟ ସେ ୧୧-୬ରେ ଜିତି ମ୍ୟାଚ୍‌କୁ ୪-୧ କବଜା କରିଥିଲେ। ଏଥିସହ ମନିକାଙ୍କୁ ପ୍ରି-କ୍ୱାର୍ଟର ଫାଇନାଲରୁ ବାହାରର ରାସ୍ତା ଦେଖାଇଥିଲେ।

Paris Olympics 2024 Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe