Advertisment

ଅଲିମ୍ପିକ୍ସ: ଭାରତକୁ କ୍ୱାର୍ଟର ଫାଇନାଲରେ ପହଞ୍ଚାଇଲେ ମନିକା ବାତ୍ରା

ଭାରତକୁ କ୍ୱାର୍ଟର ଫାଇନାଲକୁ ଯିବା ପାଇଁ କେବଳ ଆଉ ଗୋଟିଏ ମ୍ୟାଚ୍‌ ଜିତିବାର ଥିଲା। କିନ୍ତୁ ଶ୍ରୀଜା ଅକୁଲା ଓ ଅର୍ଚ୍ଚନା ନିଜ ନିଜର ସିଙ୍ଗଲ୍ସ ମ୍ୟାଚ୍‌ ହାରି ଯିବାରୁ ସ୍ଥିତି ରୋମାଞ୍ଚକର ହୋଇ ଉଠିଥିଲା।

author-image
Hemant Lenka
Manika

Manika

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ବଞ୍ଚାଇ ଦେଇଛନ୍ତି ଷ୍ଟାର ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା। ଅଲିମ୍ପିକ୍ସ ମହିଳା ଏକକ ବର୍ଗରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ମନିକା ଆଜି ଟିମ ଇଭେଣ୍ଟରେ ନିଜର ଦମ୍ଭ ଦେଖାଇଛନ୍ତି।

Advertisment

ତାଙ୍କୁ ଯୋଗୁ ଭାରତୀୟ ମହିଳା ଟିମ ପ୍ରଥମଥର ପାଇଁ ଟେବୁଲ ଟେନିସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଟେବୁଲ ଟେନିସରେ ଭାରତୀୟ ମହିଳା ଟିମ କେବେ ହେଲେ ଅଲିମ୍ପିକ୍ସକୁ ଯୋଗ୍ୟତେ ଅର୍ଜନ କରି ନଥିଲା।

୨୦୨୪ରେ ଦଳ ପ୍ରଥମଥର ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ହିଁ କମାଲ କରିଛି। ମନିକା ବାତ୍ରା, ଶ୍ରୀଜା ଅକୁଲା ଓ ଅର୍ଚ୍ଚନାଙ୍କୁ ନେଇ ଗଠିତ ଭାରତୀୟ ଟିମ ରୋମାନିଆକୁ ୩-୨ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଯାଇଛି।

Advertisment

ଆଜି ଭାରତର ମୁକାବିଲା ରୋମାନିଆ ସହ ହୋଇଥିଲା। ପ୍ରଥମେ ଡବଲ୍ସ ମ୍ୟାଚ୍‌ ଖେଳା ଯାଇଥିଲା। ଏଥିରେ ଭାରତର ଶ୍ରୀଜା ଓ ଅର୍ଚ୍ଚନା ରୋମାନିଆର ଏଲିଜାବେଥ ସମାରା ଓ ଆଡିନା ଡିଆକୋନୁଙ୍କୁ ଭେଟିଥିଲେ। ଡବଲ୍ସରେ ଭାରତୀୟ ଯୋଡ଼ି ଦମଦାର ପ୍ରଦର୍ଶନ କରି ୧୧-୯, ୧୨-୧୦ ଓ ୧୧-୭ରେ ମ୍ୟାଚ୍‌କୁ ଜିତି ନେଇଥିଲେ। ଏଥିସହ ୧-୦ରେ ଦଳ ଆଗୁଆ ହୋଇଯାଇଥିଲା।

ଏହାପରେ ସିଙ୍ଗଲ୍ସ ମ୍ୟାଚ୍‌ରେ ମନିକା ବାତ୍ରା ଓହ୍ଲାଇଥିଲେ। ସେ ରୋମାନିଆର ବେର୍ଣ୍ଣାଡେଟ୍ଟେ ଏସ୍‌ଙ୍କୁ ଭେଟିଥିଲେ। ଏହି ମ୍ୟାଚ୍‌କୁ ମଧ୍ୟ ମନିକା ବେଶ ସହଜରେ ୧୧-୫, ୧୧-୭ ଓ ୧୧-୭ରେ ଜିତି ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲେ।

ଭାରତକୁ କ୍ୱାର୍ଟର ଫାଇନାଲକୁ ଯିବା ପାଇଁ କେବଳ ଆଉ ଗୋଟିଏ ମ୍ୟାଚ୍‌ ଜିତିବାର ଥିଲା। କିନ୍ତୁ ଶ୍ରୀଜା ଅକୁଲା ଓ ଅର୍ଚ୍ଚନା ନିଜ ନିଜର ସିଙ୍ଗଲ୍ସ ମ୍ୟାଚ୍‌ ହାରି ଯିବାରୁ ସ୍ଥିତି ରୋମାଞ୍ଚକର ହୋଇ ଉଠିଥିଲା।

ଭାରତକୁ କ୍ୱାର୍ଟର ଫାଇନାଲକୁ ଯିବା ପାଇଁ ଶେଷ ମ୍ୟାଚ୍‌ ଜିତିବା ଜରୁରୀ ହୋଇ ପଡ଼ିଥିଲା। ଏହି ସମୟରେ ପୁଣି ସିଙ୍ଗଲ୍ସ ଖେଳିବାକୁ ଓହ୍ଲାଇଥିଲେ ମନିକା। ତାଙ୍କ ଉପରେ ପୂରା ଭାରତର ନଜର ଥିବା ବେଳେ ସେ ମଧ୍ୟ କାହାକୁ ନିରାଶ କରି ନଥିଲେ।

ସେ ରୋମାନିଆର ଆଡିନାଙ୍କୁ ୧୧-୫, ୧୧-୯ ଓ ୧୧-୯ରେ ପରାସ୍ତ କରି ଭାରତକୁ ପରାଜୟକୁ ଉଦ୍ଧାର କରିଥିଲେ। ଏଥିସହ ଦଳକୁ କ୍ୱାର୍ଟର ଫାଇନାଲରେ ମଧ୍ୟ ପହଞ୍ଚାଇ ଦେଇଥିଲେ।

Paris Olympics 2024 Paris Olympics Olympics 2024 Manika Batra