Advertisment

ନଖରେ ଇଣ୍ଡିଆ, ତ୍ରିରଙ୍ଗା ଓ ଅଲିମ୍ପିକ୍ ରିଙ୍ଗ୍

ନୂଆଦିଲ୍ଲୀ: କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ କିଛି କରିବା ଲକ୍ଷ୍ୟ ନେଇ ଭାରତର ପ୍ରଥମ ପର୍ଯ୍ୟାୟ ରବିବାର ଟୋକିଓରେ ପହଞ୍ଚି ଯାଇଛନ୍ତି। ଟୋକିଓ ଅଲିମ୍ପିକ୍ସର ଆୟୋଜନ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ଯାଏ ଜାପାନର ରାଜଧାନୀ ଟୋକିଓରେ ହେବ। ଭାରତର ପ୍ରଥମ ପର୍ଯ୍ୟାୟରେ ୮୮ ଜଣ ସଦସ୍ୟ ଟୋକିଓ ଯାଇଛନ୍ତି, ଯେଉଁଥିରେ ଟେବୁଲ୍ ଟେନିସର ୪ ଜଣ ଖେଳାଳି ସାମିଲ୍ ଅଛନ୍ତି। ସମସ୍ତେ ନୂଆ ଦିଲ୍ଲୀରୁ ବିମାନ ଯୋଗେ ଟୋକିଓ ପହଞ୍ଚିଛନ୍ତି। ଟୋକିଓ ଅଲିମ୍ପିକରେ ଅଭିଜ୍ଞ ଟେନିସ୍ […]

ନଖରେ ଇଣ୍ଡିଆ, ତ୍ରିରଙ୍ଗା ଓ ଅଲିମ୍ପିକ୍ ରିଙ୍ଗ୍

nail

Advertisment

ନୂଆଦିଲ୍ଲୀ: କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ କିଛି କରିବା ଲକ୍ଷ୍ୟ ନେଇ ଭାରତର ପ୍ରଥମ ପର୍ଯ୍ୟାୟ ରବିବାର ଟୋକିଓରେ ପହଞ୍ଚି ଯାଇଛନ୍ତି। ଟୋକିଓ ଅଲିମ୍ପିକ୍ସର ଆୟୋଜନ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ଯାଏ ଜାପାନର ରାଜଧାନୀ ଟୋକିଓରେ ହେବ। ଭାରତର ପ୍ରଥମ ପର୍ଯ୍ୟାୟରେ ୮୮ ଜଣ ସଦସ୍ୟ ଟୋକିଓ ଯାଇଛନ୍ତି, ଯେଉଁଥିରେ ଟେବୁଲ୍ ଟେନିସର ୪ ଜଣ ଖେଳାଳି ସାମିଲ୍ ଅଛନ୍ତି। ସମସ୍ତେ ନୂଆ ଦିଲ୍ଲୀରୁ ବିମାନ ଯୋଗେ ଟୋକିଓ ପହଞ୍ଚିଛନ୍ତି।

Advertisment

ଟୋକିଓ ଅଲିମ୍ପିକରେ ଅଭିଜ୍ଞ ଟେନିସ୍ ଖେଳାଳି ଅଚନ୍ତ ଶରତ କମଲ ଓ ମନିକା ବାତ୍ରାଙ୍କୁ ପଦକ ପାଇଁ ଦୃଢ଼ ଦାବିବାର କୁହାଯାଉଛି। ଦୁହେଁ ନିକଟରେ ଭଲ ପ୍ରଦର୍ଶନ କରିଛନ୍ତି। ଏହାବ୍ୟତୀତ ଜି ସାଥିୟାନ୍ ଓ ସୁତୀର୍ଥ ମୁଖାର୍ଜୀ ବିପର୍ଯ୍ୟୟ ଘଟାଇପାରନ୍ତି। ମନିକା ଟୋକିଓରେ ପହଞ୍ଚିବା ପରେ ନିଜର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ ତାଙ୍କ ହାତର ଦୁଇଟି ନଖରେ 'ଇଣ୍ଡିଆ' ଲେଖାଯାଇଛି। ସେହିପରି ଦୁଇଟି ନଖରେ ତ୍ରିରଙ୍ଗା ଓ ଗୋଟିଏ ନଖରେ ଅଲିମ୍ପିକ୍ସର ୫ଟି ରିଙ୍ଗ୍ ଚିତ୍ରଣ କରାଯାଇଛି। ମନିକାଙ୍କର ଏହି ଫଟୋ ଖୁବ୍ ଭାଇରାଲ୍ ହୋଇଛି।

https://twitter.com/manikabatra_TT/status/1416632807430901761?s=20

ମନିକା ରାଙ୍କିଙ୍ଗ୍ ବଳରେ ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କରିଛନ୍ତି। ମନିକା ମିକ୍ସଡ୍ ଡବଲ୍ସରେ ଶରତଙ୍କ ସହ ଯୋଡ଼ିଦାର ହେବେ। ମନିକା ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ରେ ୪ ପଦକ ନିଜ ନାଁରେ କରିଥିଲେ। ସେ ମହିଳା ସିଙ୍ଗଲ୍ସ ଓ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଡବଲ୍ସରେ ରୌପ୍ୟ ପଦକ ଜିତିଥିଲେ। ଏହା ମନିକାଙ୍କର ଦ୍ୱିତୀୟ ଅଲିମ୍ପିକ୍ସ ହେବ।

Advertisment

https://twitter.com/Media_SAI/status/1416434668673462277?s=20

ଟୋକିଓ ଅଲିମ୍ପିକ୍ସରେ ଭାରତର ୧୨୫ ଆଥଲେଟ୍ ୧୮ଟି କ୍ରୀଡ଼ାରେ ଭାଗ ନେବେ। ଅଲିମ୍ପିକ୍ ଇତିହାସରେ ଏହା ହେଉଛି ଭାରତର ସବୁଠାରୁ ବଡ଼ ଦଳ। ଶୁଟିଂ, କୁସ୍ତି ଏବଂ ବକ୍ସିଂ ଇତ୍ୟାଦିରେ ଭାରତ ପଦକ ଜିତିବାର ସମ୍ଭାବନା ରହିଛି। ବ୍ୟାଡମିଣ୍ଟନରେ ମହିଳା ଶଟଲର ପିଭି ସିନ୍ଧୁ ଓ ତୀରନ୍ଦାଜରେ ଦୀପିକା କୁମାରୀ ଦେଶକୁ ପଦକ ଦେଇପାରନ୍ତି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe