ବିନା କୋଚରେ କମାଲ୍ କଲେ ମନିକା

ଟୋକିଓ: ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଟେବୁଲ୍ ଟେନିସ୍ ଷ୍ଟାର୍ ମନିକା ବାତ୍ରା ଅଲିମ୍ପିକ୍ସରେ ନିଜର ବିଜୟ ଯାତ୍ରା ଜାରି ରଖିଛନ୍ତି। ରବିବାର ମନିକା ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ୟୁକ୍ରେନର ମାର୍ଗାରିଟା ପେସୋତସ୍କାଙ୍କୁ ହରାଇଛନ୍ତି। ଏହି ବିଜୟ ସହ ମନିକା ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବିଶ୍ୱ ରାଙ୍କିଙ୍ଗର ୬୨ତମ ସ୍ଥାନରେ ଥିବା ମନିକା ୟୁକ୍ରେନର ୨୦ତମ ମାନ୍ୟତାପ୍ରାପ୍ତ ମାର୍ଗାରିଟାଙ୍କୁ ୫୭ ମିନିଟ୍ ଧରି ଚାଲିଥିବା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୪-୩ (୪-୧୧, […]

manika-batra

manika-batra

Ranjit Kumar Jena
  • Published: Sunday, 25 July 2021
  • Updated: 25 July 2021, 06:43 PM IST

Sports

Latest News

ଟୋକିଓ: ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଟେବୁଲ୍ ଟେନିସ୍ ଷ୍ଟାର୍ ମନିକା ବାତ୍ରା ଅଲିମ୍ପିକ୍ସରେ ନିଜର ବିଜୟ ଯାତ୍ରା ଜାରି ରଖିଛନ୍ତି। ରବିବାର ମନିକା ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ୟୁକ୍ରେନର ମାର୍ଗାରିଟା ପେସୋତସ୍କାଙ୍କୁ ହରାଇଛନ୍ତି। ଏହି ବିଜୟ ସହ ମନିକା ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି।

ବିଶ୍ୱ ରାଙ୍କିଙ୍ଗର ୬୨ତମ ସ୍ଥାନରେ ଥିବା ମନିକା ୟୁକ୍ରେନର ୨୦ତମ ମାନ୍ୟତାପ୍ରାପ୍ତ ମାର୍ଗାରିଟାଙ୍କୁ ୫୭ ମିନିଟ୍ ଧରି ଚାଲିଥିବା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୪-୩ (୪-୧୧, ୪-୧୧, ୧୧-୭, ୧୨-୧୦, ୮-୧୧, ୧୧-୫, ୧୧-୭)ରେ ପରାସ୍ତ କରି ତୃତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ତୃତୀୟ ରାଉଣ୍ଡରେ ମନିକାଙ୍କ ସାମ୍ନା ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କ ସହ ହେବ।

ମ୍ୟାଚ୍ ଆରମ୍ଭରୁ ମନିକାଙ୍କୁ ଲୟ ହାସଲ କରିବାରେ ସମସ୍ୟା ହୋଇଥିଲା ଏବଂ ଏହାର ଫାଇଦା ଉଠାଇ ୟୁକ୍ରେନ୍ ଖେଳାଳି ପ୍ରଥମ ଦୁଇଟି ଗେମକୁ ସହଜରେ ନିଜ ନାମଁରେ କରିଥିଲେ। ମନିକାଙ୍କ ପାଖରେ ମାର୍ଗାରିଟାଙ୍କ ଦମଦାର ଫୋରହ୍ୟାଣ୍ଡ ଓ ସ୍ମାଶର କୌଣସି ଜବାବ ନଥିଲା। ମନିକା ତୃତୀୟ ଗେମରେ ପଛୁଆ ଥିଲେ, କିନ୍ତୁ ସେ ପରେ ସ୍କୋରକୁ ୬-୬ରେ ବରାବର କରିଥିଲେ ଏବଂ ଲଗାତର ଅଗ୍ରଣୀ ବଜାୟ ରଖି ଫୋରହ୍ୟାଣ୍ଡ ଶଟ୍ ଜରିଆରେ ଗେମକୁ ଜିତି ନେଇଥିଲେ। ଚତୁର୍ଥ ଗେମ୍ ଖୁବ୍ ରୋମାଞ୍ଚକର ହୋଇଥିଲା, କିନ୍ତୁ ମନିକା ଜବରଦସ୍ତ ପ୍ରଦର୍ଶନ କରି ଏହି ଗେମକୁ ମଧ୍ୟ ନିଜ ନାଁରେ କରିଥିଲେ।

ପଞ୍ଚମ ଗେମରେ ୟୁକ୍ରେନ୍ ଖେଳାଳି କମବ୍ୟାକ୍ କରି ବିଜୟୀ ହୋଇଥିଲେ। ଷଷ୍ଠ ଗେମରେ ମନିକା ଏକ ସମୟରେ ୨-୫ରେ ପଛୁଆ ଥିଲେ। କିନ୍ତୁ ଏହା ପରେ ସେ ଲଗାତର ୯ ପଏଣ୍ଟ ହାସଲ କରି ସ୍କୋରକୁ ୩-୩ରେ ବରାବର କରିଥିଲେ। ନିର୍ଣ୍ଣାୟକ ଗେମରେ ମନିକା ନିଜ ଗେମକୁ ଭଲ ଭାବେ ନିୟନ୍ତ୍ରଣ କରିଥିଲେ। ମନିକା ନିଜର ଦମଦାର ସ୍ମାଶ୍ ବଳରେ ୟୁକ୍ରେନ୍ ଖେଳାଳିଙ୍କୁ ସପ୍ତମ ଗେମରେ ହରାଇ ମୁକାବିଲାକୁ ଜିତି ନେଇଥିଲେ।

ସୂଚନାଯୋଗ୍ୟ, ମନିକା ଏହି ମ୍ୟାଚରେ ମଧ୍ୟ ବିନା କୋଚରେ ଖେଳିଥିଲେ। ତାଙ୍କ ବ୍ୟକ୍ତିଗତ କୋଚଙ୍କୁ ଷ୍ଟାଡିୟମ ଭିତରକୁ ଆସିବାକୁ ଅନୁମତି ଦିଆଯାଇନାହିଁ ଏବଂ ଏହାର ବିରୋଧରେ ମନିକା କୋଚ୍ ସୌମ୍ୟଦୀପ ରୟଙ୍କ ସାହାଯ୍ୟ ନେବାକୁ ମନା କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story