Advertisment

ଚାନୁଙ୍କୁ ମଣିପୁର ସରକାରଙ୍କ ବଡ଼ ଉପହାର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳକ ମୀରାବାଈ ଚାନୁଙ୍କ ପାଇଁ ମଣିପୁର ସରକାର ବଡ଼ ଉପହାର ଦେଇଛନ୍ତି। ମଣିପୁର ସରକାର ମୀରାବାଈ ଚାନଙ୍କୁ ଏଏସପି (କ୍ରୀଡ଼ା) ପଦରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ରାଜ୍ୟ ସରକାର ପକ୍ଷରୁ ଚାନୁଙ୍କୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ମଣିପୁରର ମୁଖ୍ୟମନ୍ତ୍ରୀ ସଚିବାଳୟ ତରଫରୁ ଏହି ସୂଚନା ଦିଆଯାଇଛି। ମୀରାବାଈ ଚାନୁ ଆଜି ଅପରାହ୍ଣରେ ସ୍ୱଦେଶ ଫେରିଛନ୍ତି। ଚାନୁ ଦେଶର […]

author-image
Ranjit Kumar Jena
ଚାନୁଙ୍କୁ ମଣିପୁର ସରକାରଙ୍କ ବଡ଼ ଉପହାର

chanu

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳକ ମୀରାବାଈ ଚାନୁଙ୍କ ପାଇଁ ମଣିପୁର ସରକାର ବଡ଼ ଉପହାର ଦେଇଛନ୍ତି। ମଣିପୁର ସରକାର ମୀରାବାଈ ଚାନଙ୍କୁ ଏଏସପି (କ୍ରୀଡ଼ା) ପଦରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ରାଜ୍ୟ ସରକାର ପକ୍ଷରୁ ଚାନୁଙ୍କୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ମଣିପୁରର ମୁଖ୍ୟମନ୍ତ୍ରୀ ସଚିବାଳୟ ତରଫରୁ ଏହି ସୂଚନା ଦିଆଯାଇଛି।

Advertisment

ମୀରାବାଈ ଚାନୁ ଆଜି ଅପରାହ୍ଣରେ ସ୍ୱଦେଶ ଫେରିଛନ୍ତି। ଚାନୁ ଦେଶର ପ୍ରଥମ ଭାରୋତ୍ତୋଳକ, ଯିଏ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ଏହା ପୂର୍ବରୁ ୨୦୦୦ ମସିହାରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଜ ପଦକ ଜିତିଥିଲେ। ସ୍ୱଦେଶ ଫେରିବା ପରେ ମୀରାବାଈ କହିଥିଲେ, ମୋ ପାଇଁ ଏହା ବହୁତ ଚ୍ୟାଲେଞ୍ଜିଂ ଥିଲା। ପଦକ ଜିତିବା ନେଇ ମୋର ଏବଂ ମୋ କୋଚଙ୍କ ସ୍ୱପ୍ନ ଥିଲା। ରିଓ ଅଲିମ୍ପିକ୍ସକୁ ମୁଁ ଯାଇପାରିନଥିଲି। କିନ୍ତୁ ଏହା ପରେ ମୁଁ ଖୁବ୍ ପରିଶ୍ରମ କରିଥିଲି। ରିଓ ଅଲିମ୍ପିକ୍ସରୁ ମୁଁ ବହୁତ କିଛି ଶିଖିଛି।

https://twitter.com/ANI/status/1419625403937812483?s=20

ସୋମବାର ସ୍ୱଦେଶ ଫେରିବା ପରେ ମୀରାବାଈଙ୍କୁ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଚାନୁ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଯେତେବେଳେ ବାହାରିଲେ, ତାଙ୍କ ମୁହଁରେ ମାସ୍କ ଥିଲା। ପହଞ୍ଚିବା ପରେ ସେ ଟ୍ୱିଟ୍ କରିଥିଲେ ଯେ, ଏତେ ଭଲପାଇବା ଓ ସମର୍ଥନ ପାଇଁ ବହୁତ ବହୁତ ଧନ୍ୟବାଦ। ୨୭ ବର୍ଷୀୟ ମୀରାବାଈଙ୍କୁ 'ଭାରତ ମାତା କି ଜୟ' ନାରାରେ ସ୍ୱାଗତ କରାଯାଇଥିଲା।

Advertisment

ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ମୀରାବାଈ ଚାନୁ ୪୯ କେଜି ବର୍ଗରେ ମୋଟ ୨୦୨ କେଜି ଓଜନ ଉଠାଇ ରୌପ୍ୟ ପଦକ ଜିତିଥିଲେ। ସେ ସ୍ନାଚରେ ୮୭ କେଜି ଭାର ଉଠାଇଥିବା ବେଳେ କ୍ଲିନ୍ ଆଣ୍ଡ ଜର୍କରେ ୧୧୫ କେଜି ଭାର ଉଠାଇଥିଲେ। ଏହି ଇଭେଣ୍ଟରେ ଚାଇନାର ହୁ ଝିହୁଇ ମୋଟ ୨୨୦ କେଜି ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଇଣ୍ଡୋନେସିଆର ୱିଣ୍ଡି କାଣ୍ଟିକା ଆଇଶା ବ୍ରୋଞ୍ଜ ପଦକ ହାସଲ କରିଥିଲେ।