Advertisment

ପାରା ଅଲିମ୍ପିକ୍ସ: ମହିଳା ବ୍ୟାଡମିଣ୍ଟନରେ ଭାରତକୁ ରୌପ୍ୟ ଓ କାଂସ୍ୟ

ଏହି ରୌପ୍ୟ ଓ ବ୍ରୋଞ୍ଜକୁ ମିଶାଇ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସେହିପରି କେବଳ ବ୍ୟାଡମିଣ୍ଟନରୁ ଏଯାଏ ୩ଟି ପଦକ ମିଳିସାରିଲାଣି।

author-image
Hemant Lenka
Manisha

Manisha

ପ୍ୟାରିସ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତକୁ ବ୍ୟାଡମିଣ୍ଟନରେ ମିଳିଛି ଡବଲ ପଦକ। ମହିଳା ବ୍ୟାଡମିଣ୍ଟନର ଏସ୍‌ୟୁ ୫ ବର୍ଗରେ ଭାରତକୁ ମିଳିଛି ରୌପ୍ୟ ଓ ବ୍ରୋଞ୍ଜ ପଦକ। ଦେଶ ପାଇଁ ତୁଳସୀମାଠି ମୁର୍ଗେସନ ରୌପ୍ୟ ଜିତିଥିବା ବେଳେ ମନୀଷା ରାମଦାସ ବ୍ରୋଞ୍ଜ ଜିତିଛନ୍ତି।

Advertisment

ଏହି ରୌପ୍ୟ ଓ ବ୍ରୋଞ୍ଜକୁ ମିଶାଇ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସେହିପରି କେବଳ ବ୍ୟାଡମିଣ୍ଟନରୁ ଏଯାଏ ୩ଟି ପଦକ ମିଳିସାରିଲାଣି। ଏହାପୂର୍ବରୁ ନୀତେଶ କୁମାର ପୁରୁଷ ଏକକ ବ୍ୟାଡମିଣ୍ଟନର ଏସଏଲ ୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଆଜି ଫାଇନାଲରେ ମୁର୍ଗେସନଙ୍କ ମୁକାବିଲା ଚାଇନାର ୟାଙ୍ଗ ସହ ହୋଇଥିଲା। ଆରମ୍ଭରୁ ମୁର୍ଗେସନ ଲୟରେ ଥିଲେ ହେଁ ୟାଙ୍ଗ କମବ୍ୟାକ କରି ପ୍ରଥମ ସେଟକୁ ୨୧-୧୭ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟକୁ ସେ ପୂରା ଏକତରଫା କରି ୨୧-୧୦ରେ ଜିତିବା ସହ ସ୍ୱର୍ଣ୍ଣ ପଦକ କବଜା କରିଥିଲେ। ମୁର୍ଗେସନଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

Advertisment

ସମାନ ବର୍ଗର ବ୍ରୋଞ୍ଜ ପଦକ ମୁକାବିଲାରେ ମନୀଷା ରାମଦାସଙ୍କ ମୁକାବିଲା ଡେନମାର୍କର କ୍ୟାଥରେନଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ମନୀଷା ବେଶ ସହଜରେ ୨୧-୧୨ ଓ ୨୧-୮ରେ ଜିତି ବ୍ରୋଞ୍ଜ ପଦକ ଦଖଲ କରିଛନ୍ତି।

Paris Paralympics Paris Paralympics 2024