୮୦୦ ମିଟର୍‌ରେ ଭାରତକୁ ଡବଲ୍ ଖୁସି, ମନଜିତଙ୍କୁ ସ୍ୱର୍ଣ୍ଣ ଓ ଜନ୍‌ସନ୍‌ଙ୍କୁ ରୌପ୍ୟ

ଜାକର୍ତ୍ତା: ଭାରତୀୟ ଆଥଲେଟ୍‌ମାନେ ଏସିଆନ୍‌ ଗେମ୍ସର ୧୮ ତମ ସଂସ୍କରଣରେ ନିଜର ସଫଳତା ଜାରି ରଖିଛନ୍ତି। ଏସିଆନ୍‌ ଗେମ୍ସର ୧୦ମ ଦିନରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଆଥଲେଟିକ୍ସରୁ ହିଁ ମିଳିଛି। ପୁରୁଷ ୮୦୦ ମିଟର ଟ୍ରାକ୍‌ ଇଭେଣ୍ଟ୍‌ରେ ଭାରତ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଉପରେ କବଜା କରିଛି। ଭାରତ ପକ୍ଷରୁ ମନଜିତ୍‌ ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅନ୍ୟତମ ଭାରତୀୟ ଧାବକ ଜିନ୍‌ସନ୍‌ ଜନସନ୍‌ ରୌପ୍ୟ ପଦକ ଜିତିଛନ୍ତି। ମନଜିତ୍‌ ୮୦୦ ମିଟର […]

800m

Sampad Mahapatra
  • Published: Tuesday, 28 August 2018
  • , Updated: 28 August 2018, 02:59 PM IST

ଜାକର୍ତ୍ତା: ଭାରତୀୟ ଆଥଲେଟ୍‌ମାନେ ଏସିଆନ୍‌ ଗେମ୍ସର ୧୮ ତମ ସଂସ୍କରଣରେ ନିଜର ସଫଳତା ଜାରି ରଖିଛନ୍ତି। ଏସିଆନ୍‌ ଗେମ୍ସର ୧୦ମ ଦିନରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଆଥଲେଟିକ୍ସରୁ ହିଁ ମିଳିଛି।

ପୁରୁଷ ୮୦୦ ମିଟର ଟ୍ରାକ୍‌ ଇଭେଣ୍ଟ୍‌ରେ ଭାରତ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଉପରେ କବଜା କରିଛି। ଭାରତ ପକ୍ଷରୁ ମନଜିତ୍‌ ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅନ୍ୟତମ ଭାରତୀୟ ଧାବକ ଜିନ୍‌ସନ୍‌ ଜନସନ୍‌ ରୌପ୍ୟ ପଦକ ଜିତିଛନ୍ତି।

[caption id="attachment_268732" align="alignnone" width="980"] ବିଜୟ ପରେ ମନଜିତ୍‌[/caption]

ମନଜିତ୍‌ ୮୦୦ ମିଟର ଦୂରତାକୁ ୧ ମିନିଟ ୪୬.୧୫ ସେକେଣ୍ଡରେ ଅତିକ୍ରମ କରିଥିବା ବେଳେ ଜିନସନ୍‌ ୧ ମିନିଟ ୪୬.୩୫ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗୋଟିଏ ଇଭେଣ୍ଟରେ ଭାରତକୁ ଏଭଳି ଦୁଇଟି ଟପ୍ ପଦକ ମିଳିବା ଏକ ବିରଳ ଘଟଣା।

[caption id="attachment_268735" align="aligncenter" width="872"] ବିଜୟ ପରେ ଜନସନ୍‌[/caption]

ଅନ୍ୟପକ୍ଷରେ 'କୁରାଶ'(ଏକ ପ୍ରକାରର କୁସ୍ତି ଖେଳ)ରେ ଭାରତ ପ୍ରଥମ ଥର ପାଇଁ ପଦକ ଜିତିଛି। ଭାରତର ପିଙ୍କି ବଲ୍‌ହାରା ୫୨ କେଜି କୁରାଶ ଇଭେଣ୍ଟର ଫାଇନାଲ୍‌ ମୁକାବିଲାରେ ଉଜବେକିସ୍ତାନଠାରୁ ୧୦-୦ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଭାରତରେ କୁରାଶ ଖେଳର ଚାହିଦା ନାହିଁ। ଭାରତ ପ୍ରଥମଥର ପାଇଁ ଏହି ଗେମ୍ସରେ ଭାଗ ନେଇଥିବା ବେଳେ ରୌପ୍ୟ ପଦକ ପାଇ ଇତିହାସ ସୃଷ୍ଟି କରିଛି।

Related story