Advertisment

୮୦୦ ମିଟର୍‌ରେ ଭାରତକୁ ଡବଲ୍ ଖୁସି, ମନଜିତଙ୍କୁ ସ୍ୱର୍ଣ୍ଣ ଓ ଜନ୍‌ସନ୍‌ଙ୍କୁ ରୌପ୍ୟ

ଜାକର୍ତ୍ତା: ଭାରତୀୟ ଆଥଲେଟ୍‌ମାନେ ଏସିଆନ୍‌ ଗେମ୍ସର ୧୮ ତମ ସଂସ୍କରଣରେ ନିଜର ସଫଳତା ଜାରି ରଖିଛନ୍ତି। ଏସିଆନ୍‌ ଗେମ୍ସର ୧୦ମ ଦିନରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଆଥଲେଟିକ୍ସରୁ ହିଁ ମିଳିଛି। ପୁରୁଷ ୮୦୦ ମିଟର ଟ୍ରାକ୍‌ ଇଭେଣ୍ଟ୍‌ରେ ଭାରତ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଉପରେ କବଜା କରିଛି। ଭାରତ ପକ୍ଷରୁ ମନଜିତ୍‌ ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅନ୍ୟତମ ଭାରତୀୟ ଧାବକ ଜିନ୍‌ସନ୍‌ ଜନସନ୍‌ ରୌପ୍ୟ ପଦକ ଜିତିଛନ୍ତି। ମନଜିତ୍‌ ୮୦୦ ମିଟର […]

ଅଦ୍ୟତନ ହୋଇଛି
୮୦୦ ମିଟର୍‌ରେ ଭାରତକୁ ଡବଲ୍ ଖୁସି, ମନଜିତଙ୍କୁ ସ୍ୱର୍ଣ୍ଣ ଓ ଜନ୍‌ସନ୍‌ଙ୍କୁ ରୌପ୍ୟ

800m

Advertisment

ଜାକର୍ତ୍ତା: ଭାରତୀୟ ଆଥଲେଟ୍‌ମାନେ ଏସିଆନ୍‌ ଗେମ୍ସର ୧୮ ତମ ସଂସ୍କରଣରେ ନିଜର ସଫଳତା ଜାରି ରଖିଛନ୍ତି। ଏସିଆନ୍‌ ଗେମ୍ସର ୧୦ମ ଦିନରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଆଥଲେଟିକ୍ସରୁ ହିଁ ମିଳିଛି।

Advertisment

ପୁରୁଷ ୮୦୦ ମିଟର ଟ୍ରାକ୍‌ ଇଭେଣ୍ଟ୍‌ରେ ଭାରତ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଉପରେ କବଜା କରିଛି। ଭାରତ ପକ୍ଷରୁ ମନଜିତ୍‌ ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅନ୍ୟତମ ଭାରତୀୟ ଧାବକ ଜିନ୍‌ସନ୍‌ ଜନସନ୍‌ ରୌପ୍ୟ ପଦକ ଜିତିଛନ୍ତି।

[caption id="attachment_268732" align="alignnone" width="980"]publive-imageବିଜୟ ପରେ ମନଜିତ୍‌[/caption]

Advertisment

ମନଜିତ୍‌ ୮୦୦ ମିଟର ଦୂରତାକୁ ୧ ମିନିଟ ୪୬.୧୫ ସେକେଣ୍ଡରେ ଅତିକ୍ରମ କରିଥିବା ବେଳେ ଜିନସନ୍‌ ୧ ମିନିଟ ୪୬.୩୫ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗୋଟିଏ ଇଭେଣ୍ଟରେ ଭାରତକୁ ଏଭଳି ଦୁଇଟି ଟପ୍ ପଦକ ମିଳିବା ଏକ ବିରଳ ଘଟଣା।

[caption id="attachment_268735" align="aligncenter" width="872"]publive-imageବିଜୟ ପରେ ଜନସନ୍‌[/caption]

ଅନ୍ୟପକ୍ଷରେ 'କୁରାଶ'(ଏକ ପ୍ରକାରର କୁସ୍ତି ଖେଳ)ରେ ଭାରତ ପ୍ରଥମ ଥର ପାଇଁ ପଦକ ଜିତିଛି। ଭାରତର ପିଙ୍କି ବଲ୍‌ହାରା ୫୨ କେଜି କୁରାଶ ଇଭେଣ୍ଟର ଫାଇନାଲ୍‌ ମୁକାବିଲାରେ ଉଜବେକିସ୍ତାନଠାରୁ ୧୦-୦ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଭାରତରେ କୁରାଶ ଖେଳର ଚାହିଦା ନାହିଁ। ଭାରତ ପ୍ରଥମଥର ପାଇଁ ଏହି ଗେମ୍ସରେ ଭାଗ ନେଇଥିବା ବେଳେ ରୌପ୍ୟ ପଦକ ପାଇ ଇତିହାସ ସୃଷ୍ଟି କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe