ବିବାଦରେ ବଟଲରଙ୍କ 'ମାଙ୍କଡ୍' ଆଉଟ୍

ନୂଆଦିଲ୍ଲୀ: ସୋମବାର ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବଡ଼ ବିବାଦ ସୃଷ୍ଟି ହୋଇଛି। ରାଜସ୍ଥାନ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଜୋସ ବଟଲର ଆଇପିଏଲ ଇତିହାସରେ ‘ମାଙ୍କଡ୍’ର ଶିକାର ହେବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କୁ ପଞ୍ଜାବ କ୍ୟାପଟେନ୍ ଆର. ଅଶ୍ୱିନ୍ ମ୍ୟାଚ ବେଳେ ବିବାଦୀୟ ଢଙ୍ଗରେ ଆଉଟ କରିଥିଲେ। ବଟଲର ୬୯ ରନରେ ବ୍ୟାଟିଂ କରୁଥିବା ବେଳେ ଅଶ୍ୱିନ ତାଙ୍କୁ ବିନା ଚେତାବନୀରେ ଆଉଟ କରିଥିଲେ। ରାଜସ୍ଥାନ ରୟାଲ୍ସ ଇନିଂସର […]

mankad

mankad

Ranjit Kumar Jena
  • Published: Tuesday, 26 March 2019
  • Updated: 26 March 2019, 10:12 PM IST

ନୂଆଦିଲ୍ଲୀ: ସୋମବାର ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବଡ଼ ବିବାଦ ସୃଷ୍ଟି ହୋଇଛି। ରାଜସ୍ଥାନ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଜୋସ ବଟଲର ଆଇପିଏଲ ଇତିହାସରେ 'ମାଙ୍କଡ୍'ର ଶିକାର ହେବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କୁ ପଞ୍ଜାବ କ୍ୟାପଟେନ୍ ଆର. ଅଶ୍ୱିନ୍ ମ୍ୟାଚ ବେଳେ ବିବାଦୀୟ ଢଙ୍ଗରେ ଆଉଟ କରିଥିଲେ।

ବଟଲର ୬୯ ରନରେ ବ୍ୟାଟିଂ କରୁଥିବା ବେଳେ ଅଶ୍ୱିନ ତାଙ୍କୁ ବିନା ଚେତାବନୀରେ ଆଉଟ କରିଥିଲେ। ରାଜସ୍ଥାନ ରୟାଲ୍ସ ଇନିଂସର ୧୩ତମ ଓଭର ଚାଲିଥିଲା। ପଞ୍ଜାବ ଅଧିନାୟକ ଅଶ୍ୱିନ୍ ନିଜ କୋଟାର ଶେଷ ଓଭରର ପଞ୍ଚମ ବଲ ପକାଉଥିଲେ। ଅଶ୍ୱିନ ବଲ ପକାଇବା ପାଇଁ କ୍ରିଜକୁ ଆସିଥିଲେ ଏବଂ ସେହି ସମୟରେ ବଟଲର କ୍ରିଜରୁ ବାହାରକୁ ବାହାରୁଥିଲେ। ଅଶ୍ୱିନ ସୁଯୋଗର ଫାଇଦା ଉଠାଇ ନନଷ୍ଟ୍ରାଇକର ଏଣ୍ଡର ବେଲ ଉଡାଇ ଦେଇଥିଲେ।

ରିପ୍ଲେରେ ସ୍ପଷ୍ଟ ହୋଇଥିଲା ଯେ, ବଟଲର କ୍ରିଜରୁ ବାହାରେ ଥିଲେ ଏବଂ ସେ ରନଆଉଟ ହୋଇଥିଲେ। ବଟଲର ଏହି ନିଷ୍ପତ୍ତିରେ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଥିଲେ। ଏହା ପରେ ବଟଲର ଓ ଅଶ୍ୱିନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେଣୁ କ୍ରିକେଟର ଏହି ଜେଣ୍ଟଲମ୍ୟାନ ଗେମରେ ଯେତେବେଳେ ଏହି ମାଙ୍କାଡିଙ୍ଗ କଥା ଉଠେ, ସେଥିରେ ବିବାଦ ହେବା ଥୟ।

'ମାଙ୍କଡ୍' କ'ଣ: ମ୍ୟାଚରେ ନନଷ୍ଟ୍ରାଇକର ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନ ଯଦି ବୋଲରଙ୍କ ହାତରୁ ବଲ ବାହାରିବା ପୂର୍ବରୁ କ୍ରିଜରୁ ବାହାରି ଯାଆନ୍ତି, ତାହେଲେ ତାଙ୍କୁ ରନଆଉଟ କରିବା ପ୍ରକ୍ରିୟାକୁ ମାଙ୍କଡିଙ୍ଗ କୁହାଯାଏ। ଏଥିରେ ବଲ କାଉଣ୍ଟ ହୋଇନଥାଏ, କିନ୍ତୁ ବ୍ୟାଟ୍ସମ୍ୟାନ ଆଉଟ ହୋଇଥାନ୍ତି।

କେଉଁଠୁ ଆରମ୍ଭ ହୋଇଥିଲା: 'ମାଙ୍କଡ୍' ଶବ୍ଦ ଭାରତର ଖ୍ୟାତାନାମ ବୋଲର ବିନୁ ମାଙ୍କଡ ନାମରୁ ହିଁ ଆସିଥିବା କୁହାଯାଉଛି। ୧୩ ଡିସେମ୍ବର, ୧୯୪୭ରେ ସିଡନୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚରେ ମାଙ୍କଡ ଘରୋଇ ଦଳର ବ୍ୟାଟ୍ସମ୍ୟାନ ବିଲ ବ୍ରାଉନଙ୍କୁ 'ମାଙ୍କଡ୍' ଆଉଟ୍ କରିଥିଲେ। ମାଙ୍କଡ ବୋଲିଂ କରୁଥିଲେ ଏବଂ ସେ ବ୍ରାଉନଙ୍କୁ କ୍ରିଜରୁ ବାହାରିବା ପରେ ରନଆଉଟ କରିଥିଲେ। ମାଙ୍କଡ ଦ୍ୱିତୀୟଥର ବ୍ରାଉନଙ୍କୁ ଏଭଳି ଆଉଟ କରିଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ମ୍ୟାଚରେ ମଧ୍ୟ ମାଙ୍କଡ ବ୍ରାଉନଙ୍କୁ ମାଙ୍କଡିଙ୍ଗ ଆଉଟ୍ କରିଥିଲେ। କିନ୍ତୁ ଏହା ପୂର୍ବରୁ ମାଙ୍କଡ ବ୍ରାଉନଙ୍କୁ ଚେତାବନୀ ଦେଇଥିଲେ। ମାଙ୍କଡଙ୍କ ଏଭଳି ବ୍ୟବହାରକୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ସମାଲୋଚନା କରିଥିଲେ, କିନ୍ତୁ ଅଷ୍ଟ୍ରେଲୀୟ ଅଧିନାୟକ ଡନ ବ୍ରାଡମ୍ୟାନ ତାଙ୍କୁ ସମର୍ଥନ କରିଥିଲେ। ସେବେଠାରୁ ବ୍ୟାଟ୍ସମ୍ୟାନଙ୍କ ଏଭଳି ଆଉଟ ହେବାର ଘଟଣାକୁ ଅନୌପଚାରିକ ଭାବେ ମାଙ୍କଡିଙ୍ଗ କୁହାଯାଉଛି।

ଟେଷ୍ଟ କ୍ରିକେଟରେ ମାଙ୍କଡିଙ୍ଗ

ବିନୁ ମାଙ୍କଡଙ୍କ ଦ୍ୱାରା ବିଲ ବ୍ରାଉନ୍ (ଭାରତ ବନାମ ଅଷ୍ଟ୍ରେଲିଆ, ୧୯୪୭-୪୮)

ଚାର୍ଲି ଗ୍ରିଫିଥଙ୍କ ଦ୍ୱାରା ଇଆନ ରେଡପାଥ (ୱେଷ୍ଟଇଣ୍ଡିଜ ବନାମ ଅଷ୍ଟ୍ରେଲିଆ, ୧୯୬୮-୬୯)

ଏୱିନ ଚାଟଫିଲ୍ଡଙ୍କ ଦ୍ୱାରା ଡେରେକ ରାଣ୍ଡାଲ (ନ୍ୟୁଜିଲ୍ୟାଣ୍ଡ ବନାମ ଇଂଲଣ୍ଡ, ୧୯୭୭-୭୮)

ଆଲାନ ହର୍ଷ୍ଟଙ୍କ ଦ୍ୱାରା ସିକନ୍ଦର ଭକ୍ତ (ଅଷ୍ଟ୍ରେଲିଆ ବନାମ ପାକିସ୍ତାନ, ୧୯୭୮-୭୯)

ଦିନିକିଆ କ୍ରିକେଟରେ ମାଙ୍କଡିଙ୍ଗ

ଗ୍ରେଗ ଚାପେଲଙ୍କ ଦ୍ୱାରା ବ୍ରାଏନ ଲକହର୍ଷ୍ଟ (ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ୧୯୭୪-୭୫)

ଦୀପକ ପଟେଲଙ୍କ ଦ୍ୱାରା ଗ୍ରାଣ୍ଟ ଫ୍ଲାୱାର (ନ୍ୟୁଜିଲ୍ୟାଣ୍ଡ ବନାମ ଜିମ୍ବାୱେ, ୧୯୯୨-୯୩)

କପିଲ ଦେବଙ୍କ ଦ୍ୱାରା ପିଟର କିର୍ଷ୍ଟେନ (ଭାରତ ବନାମ ଦକ୍ଷିଣ ଆଫ୍ରିକା, ୧୯୯୨-୯୩)

ସଚିତ୍ର ସେନାନାୟକେଙ୍କ ଦ୍ୱାରା ଜୋସ ବଟଲର (ଶ୍ରୀଲଙ୍କା ବନାମ ଇଂଲଣ୍ଡ, ୨୦୧୪)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story