Advertisment

ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଇତିହାସ ରଚିଲେ ମନୁ ଭାକର, ତାଙ୍କ ନାଁରେ ଯୋଡ଼ି ହେଲା ଅନେକ ରେକର୍ଡ

ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିବାରେ ସେ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଆଥ୍‌ଲେଟ୍।

Manu Bhakar

Manu Bhakar

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର ମନୁ ଭାକର। ଜିତିଛନ୍ତି ଦୁଇଟି ପଦକ। ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିବାରେ ସେ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଆଥ୍‌ଲେଟ୍। 

Advertisment

ରବିବାର ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକର ଆଜି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହଙ୍କ ସହ ମିଶି ଜିତିଛନ୍ତି ବ୍ରୋଞ୍ଜ ପଦକ। 

୧୯୦୦ ଅଲିମ୍ପିକ୍ସରେ ବ୍ରିଟିଶ-ଇଣ୍ଡିଆନ୍ ଆଥ୍‌ଲେଟ୍‌ ନୋରମାନ ପ୍ରିଚାର୍ଡ ଦୁଇଟି ରୌପ୍ୟ ପଦକ ଜିତିଥିଲେ। ସେ ୨୦୦ ମିଟର ସ୍ପ୍ରିଣ୍ଟ ଓ ୨୦୦ ମିଟର ହର୍ଡଲ୍ସରେ ଏହି ପଦକ ଜିତିଥିଲେ। କିନ୍ତୁ ସେତେବେଳେ ଭାରତ ସ୍ୱାଧୀନ ହୋଇ ନଥିଲା।

Advertisment

ପୂର୍ବରୁ  ସୁଶୀଲ କୁମାର (ରେସଲିଂ) ଓ ପିଭି ସିନ୍ଧି (ବ୍ୟାଡମିଣ୍ଟନ) ଦୁଇଟି ଲେଖାଏଁ ଅଲିମ୍ପିକ୍ସ ପଦକ ଜିତିଛନ୍ତି। କିନ୍ତୁ ସେମାନେ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଏହି ସଫଳତା ହାସଲ କରି ନଥିଲେ। ଭିନ୍ନ ଭିନ୍ନ ସଂସ୍କରଣରେ ସେମାନଙ୍କୁ ଏହି ସଫଳତା ମିଳିଥିଲା। 

ପ୍ୟାରିସ ଅଲିମ୍ପିକ୍ସରେ ଏହି ସଫଳତା ସହିତ ମନୁ ଭାକରଙ୍କ ନାଁରେ ଅନେକ ରେକର୍ଡ ଯୋଡ଼ି ହୋଇଯାଇଛି।  

ଗତ ୨୦ ବର୍ଷ ମଧ୍ୟରେ ମନୁ ଭାକର ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥ୍‌ଲେଟ୍ ଯିଏ ଅଲିମ୍ପିକ୍ସରେ ଶୁଟିଂର ଫାଇନାଲରେ ପହଞ୍ଚିଛନ୍ତି। ତାଙ୍କ ପୂର୍ବରୁ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତର ସୁମା ଶିରୁରୁ ଶୁଟିଂର ଫାଇନାଲରେ ପହଞ୍ଚିଥିଲେ।

ମନୁ ଭାକର ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଶୁଟର ଯିଏ ଅଲିମ୍ପିକ ପଦକ ଜିତିଛନ୍ତି। ସେହଭଳି ସେ ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ଏୟାର ପିସ୍ତଲରେ ଅଲିମ୍ପିକ୍ସ ପଦକ ଜିତିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଶୁଟର ଯିଏ ଦୁଇଟି ଅଲିମ୍ପିକ୍ସ ପଦକ ଜିତିଛନ୍ତି। 

ମନୁ ଭାକର ଓ ସରବଜୋତ ସିଂହ ହେଉଛନ୍ତି ପ୍ରଥମ ଭାରତୀୟ ଶୁଟିଂ ଯୋଡ଼ି ଯେଉଁମାନେ ଅଲିମ୍ପିକ୍ସରେ ଏକ ଟିମ୍ ମେଡାଲ ଜିତିଛନ୍ତି।

ସେହିଭଳି ମନୁ ଭାକର ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ଅଲିମ୍ପିକ୍ସରେ ଉଭୟ ଏକକ ଓ ଟିମ୍ ଇଭେଣ୍ଟସରେ ପଦକ ଜିତିଛନ୍ତି। 

Shooting Paris Olympics 2024 Paris Olympics Manu Bhaker
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe