Advertisment

ଖେଳ ରତ୍ନ ବିବାଦକୁ ନେଇ ଏମିତି କହିଲେ ମନୁ ଭାକର

ଖେଳ ରତ୍ନ ନ ମିଳିବାରୁ ମନୁଙ୍କ ବାପା ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଏସବୁ ବିବାଦ ମଧ୍ୟରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ମନୁ ଭାକର।

author-image
Hemant Lenka
Manu Bhaker

Manu Bhaker

ଅଲିମ୍ପିକ୍ସରେ ଭାରତ ପାଇଁ ଶୁଟିଂରେ ଡବଲ ମେଡାଲ ଜିତି ରେକର୍ଡ କରିଥିବା ମନୁ ଭାକର ଏବେ ଚର୍ଚ୍ଚାରେ। ଦେଶର ସବୁଠାରୁ ବଡ଼ ଖେଳ ସମ୍ମାନ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ନୋମିନୀରୁ ମନୁ ଭାକର ବାଦ ପଡ଼ିବା ପରେ ବିବାଦ ସୃଷ୍ଟି ହୋଇଛି। ମନୁ ଭାକର ଡବଲ ପଦକ ଜିତିଥିଲେ ହେଁ ତାଙ୍କୁ ଖେଳ ରତ୍ନ ମିଳିବା ଦରକାର ବୋଲି ଅନେକ ମତ ରଖିଥିଲେ।

Advertisment

ଖେଳ ରତ୍ନ ନ ମିଳିବାରୁ ମନୁଙ୍କ ବାପା ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଏସବୁ ବିବାଦ ମଧ୍ୟରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ମନୁ ଭାକର। ପୁରସ୍କାର ଓ ସମ୍ମାନ ପ୍ରେରଣା ଦେଇଥାଏ ସତ। କିନ୍ତୁ ଏହା ତାଙ୍କର ଏକମାତ୍ର ଗୋଲ ନୁହେଁ ବୋଲି ମନୁ ଭାକର ଇନଷ୍ଟାଗ୍ରାମ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ଜଣେ ଆଥଲେଟ ହିସାବରେ ମୋ ଭୂମିକା ହେଲା ଖେଳିବା ଓ ଦେଶ ପାଇଁ ଭଲ ପ୍ରଦର୍ଶନ କରିବା। ସମ୍ମାନ ଓ ପୁରସ୍କାର ମୋତେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ। କିନ୍ତୁ ଏହା ମୋର ଏକମାତ୍ର ଗୋଲ ନୁହେଁ।

Advertisment

ପୁରସ୍କାର ପାଇଁ ନୋମିନେସନ ଫାଇଲ କରିବା ବେଳେ ସମ୍ଭବତଃ ମୋ ତରଫରୁ କିଛି ତ୍ରୁଟି ରହିଯାଇଥିବ। ଆୱାର୍ଡକୁ ବାଦ ଦେଇ ମୁଁ ସବୁବେଳେ ମୋ ଦେଶ ପାଇଁ ପଦକ ଜିତିବାକୁ ଚେଷ୍ଟା କରି ଚାଲିଛି ଓ ଆଗକୁ ଏହି ଧାରା ଜାରି ରହିବ। ଏହି ପ୍ରସଙ୍ଗରେ କେହି ବି କିଛି ଆକଳନ ନ କରିବା ପାଇଁ ମୁଁ ଅନୁରୋଧ କରୁଛି।”

କ୍ରୀଡ଼ା ମନ୍ତ୍ରଣାଳୟର କହିବା କଥା ଯେ ଭାକର ଖେଳ ରତ୍ନ ପୁରସ୍କାର ପାଇଁ ଆବେଦନ କରି ନାହାନ୍ତି। କିନ୍ତୁ ତାଙ୍କ ବାପା ରାମ କ୍ରିଷ୍ଣଙ୍କ କହିବା କଥା ଯେ ମନୁ ଭାକର ନୋମିନେସନ ଦାଖଲ କରିଥିଲେ। କିନ୍ତୁ କୌଣସି ଜବାବ ମିଳି ନଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ମନୁ ଭାକର ନିଜ ଖେଳ ଉପରେ ଫୋକସ କରୁଥିବା କହିଛନ୍ତି।

Shooting Olympics Manu Bhaker