Advertisment

ପ୍ୟାରିସ ଅଲିମ୍ପିକ୍ସ: ଶୁଟିଂରେ ଭଲ ଖବର ଦେଲେ ମନୁ ଭାକର୍‌

୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟରୁ ଆଗକୁ ଯାଇ ପାରି ନଥିଲେ। କିନ୍ତୁ ଏଥର ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି।

author-image
Hemant Lenka
Manu Bhaker

Manu Bhaker

ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରୁ ଭାରତ ପାଇଁ ଭଲ ଖବର ଆସିଛି। ଯୁବ ମହିଳା ଶୁଟର ମନୁ ଭାକର୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି।

Advertisment

ଶନିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ସେ ତୃତୀୟ ସ୍ଥାନରେ ରହିବାରୁ ଏପରି ସଫଳତା ପାଇଛନ୍ତି। ସେ ୨୭ଟି ଇନର ୧୦ ଶଟ ମାରିଛନ୍ତି। ଦୁଇ ଭାରତୀୟଙ୍କ ସମେତ ମୋଟ ୪୫ ଜଣ ଖେଳାଳି ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେଇଥିଲେ।

୨୨ ବର୍ଷୀୟ ମନୁ ଭାକରର ଦ୍ୱିତୀୟ ସିରିଜରେ ଦମଦାର ପ୍ରଦର୍ଶନ କରି ୯୭ ପଏଣ୍ଟ ହାସଲ କରିଥିଲା। ୬ ସିରିଜ ଇଭେଣ୍ଟର ହାଫ ଟାଇମ ସୁଦ୍ଧା ସେ ମୋଟ ୩୦୦ରୁ ୨୯୨ ପଏଣ୍ଟ ହାସଲ କରି ନିଜକୁ ଟପ୍‌ ୮ରେ ରଖିବାକୁ ସକ୍ଷମ ହୋଇଥିଲେ। କାରଣ ଟପ୍‌ ୮ରେ ରହୁଥିବା ଖେଳାଳିମାନେ ହିଁ ମେଡାଲ ଦୌଡ଼ରେ ରହିବେ। ହେଲେ ମନୁ ଭାକର ସିଧା ତୃତୀୟ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Advertisment

୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟରୁ ଆଗକୁ ଯାଇ ପାରି ନଥିଲେ। କିନ୍ତୁ ଏଥର ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି।

ଅନ୍ୟପକ୍ଷରେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ରିଦମ ସାଙ୍ଗୱାନ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ସେ ୧୫ତମ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି। ସେ ୧୫ତମ ସ୍ଥାନରେ ରହିବାରୁ ଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି।

ଏହାପୂର୍ବରୁ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ସରବଜୋତ ସିଂହ ଓ ଅର୍ଜୁନ ସିଂହ ଚୀମା ନିରାଶ କରିଥିଲେ। ସିଂହ ୫୭୭ ପଏଣ୍ଟ ସହ ୯ମ ସ୍ଥାନରେ ଓ ୫୭୪ ପଏଣ୍ଟ ସହ ଚୀମା ୧୮ତମ ସ୍ଥାନରେ ରହିଥିଲେ। ଉଭୟ ଟପ୍‌ ୮ରେ ରହିବାକୁ ସକ୍ଷମ ନ ହେବାରୁ ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରବଜୋତ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ରହିଥିଲା। କାରଣ ସେ ଓ ଜର୍ମାନୀର ରବିନ ୱାଲ୍ଟର ସମାନ ପଏଣ୍ଟ ହାସଲ କରିଥିଲେ। କିନ୍ତୁ ଗୋଟିଏ ଇନର ୧୦ ପାଇଁ ରବିନ ଟପ ୮ ଓ ସରବଜୋ ୯ମ ସ୍ଥାନରେ ରହିଥିଲେ।

Olympics Paris Olympics 2024 Paris Olympic Paris Olympics Olympics 2024