Advertisment

ଆଉ ଏକ ପଦକ ଆଶା ଦେଲେ ମନୁ ଭାକର

ଆଜି ସେ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Manu Bhaker

Manu Bhaker

ଭାରତର ଷ୍ଟାର ଶୁଟର ମନୁ ଭାକର ଦେଶ ପାଇଁ ଚଳିତ ଅଲିମ୍ପିକ୍ସରେ ଆଉ ଏକ ପଦକ ଜିତିବାର ଅତି ନିକଟରେ ପହଞ୍ଚି ଯାଇଛନ୍ତି। ଆଜି ସେ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Advertisment

ଯୋଗ୍ୟତା ପର୍ଯ୍ୟାୟରେ ସେ ଦମଦାର ପ୍ରଦର୍ଶନ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେଣୁ ସେ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। କାରଣ ୨ଟି ପର୍ଯ୍ୟାୟ ପରେ ଟପ ୮ରେ ରହୁଥିବା ଖେଳାଳିମାନେ ସିଧାସଳଖ ପଦକ ଦୌଡ଼ରେ ସାମିଲ ହେବାର ପ୍ରାବଧାନ ରହିଛି। ଏହି ନିୟମ ଅନୁସାରେ ମନୁ ପଦକ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି।

ଆଜି ଯୋଗ୍ୟତା ପର୍ଯ୍ୟାୟରେ ମନୁ ଦମଦାର ପ୍ରଦର୍ଶନ କରିଥିଲେ। ସେ Precision ରାଉଣ୍ଡରେ ଯଥାକ୍ରମେ ୯୭,୯୮ ଓ ୯୯ ସ୍କୋର କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ରାପିଡ ରାଉଣ୍ଡ। ଏହି ପର୍ଯ୍ୟାୟରେ ସେ ୧୦୦, ୯୮ ଓ ୯୮ ସ୍କୋ କରିଥିଲେ। ମୋଟ ଉପରେ ସେ ୫୯୦ ପଏଣ୍ଟ ହାସଲ କରି ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେଣୁ ପୂରା ଦେଶ ତାଙ୍କ ଠାରୁ ଆଉ ଏକ ପଦକ ଅପେକ୍ଷାରେ ରହିଛି।  

Advertisment

ଯୋଗ୍ୟତ୍ୟ ପର୍ଯ୍ୟାୟରେ ମନୁଙ୍କ ସହ ଭାରତର ଈଶା ସିଂହ ମଧ୍ୟ ରହିଥିଲେ। ସେ ଆରମ୍ଭରୁ ଭଲ କରିଥିଲେ ହେଁ ରାପିଡ ରାଉଣ୍ଡରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ତେଣୁ ତାଙ୍କୁ ୧୮ତମ ସ୍ଥାନରେ ନିଜର ଅଭିଯାନ ଶେଷ କରିବାକୁ ପଡ଼ିଛି। 

ଚଳିତ ଅଲିମ୍ପିକ୍ସରେ ମନୁ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତକୁ ପ୍ରଥମ ବ୍ରୋଞ୍ଜ ଭେଟି ଦେଇଥିଲେ। ଏହାପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସେ ସରବଜୋତ ସିଂହଙ୍କୁ ସାଥୀ କରି ବ୍ରୋଞ୍ଜ ଜିତିଥିଲେ। ଏବେ ସେ ନିଜର ତୃତୀୟ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି।

ଅନ୍ୟପକ୍ଷରେ ଭାରତ ଏଯାଏ ପ୍ୟାରିସ ଅଲିମ୍ପିକ୍ସରେ ୩ଟି ପଦକ ଜିତିଛି। ମନୁ ଓ ସରବଜୋଙ୍କ ବ୍ୟତୀତ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ସ୍ୱପ୍ନିଲ କୁଶାଲେ ଗୁରୁବାର ବ୍ରୋଞ୍ଜ ହାତେଇଥିଲେ।

Paris Olympics 2024 Olympics 2024 Manu Bhaker