Advertisment

ଅଲିମ୍ପିକ୍ସ ଉଦଯାପନୀ ଉତ୍ସବରେ ମନୁ ଭାକର ଧ୍ୱଜା ବାହକ

ଆସନ୍ତା ରବିବାର ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।

author-image
Hemant Lenka
Manu Bhaker

Manu Bhaker

ଭାରତର ଷ୍ଟାର ଶୁଟର ତଥା ପ୍ୟାରିସ ଅଲିମ୍ପିକ୍ସରେ ରେକର୍ଡ ଦୁଇଟି ପଦକ ଜିତିଥିବା ମନୁ ଭାକରଙ୍କୁ ମିଳିଛି ଗୁରୁ ଦାୟିତ୍ୱ। ସେ ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସର ଉଦଯାପନୀ ଉତ୍ସବରେ ଭାରତର ଧ୍ୱଜା ବାହକ ସାଜିବେ। ଆସନ୍ତା ରବିବାର ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।

Advertisment

ମନୁ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ତାଲିକା ଖୋଲିଥିଲେ। ସେ ପ୍ରଥମ ଭାରତୀୟ ଭାବେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପଦକ ଜିତିବାର ରେକର୍ଡ କରିଥିଲେ। ଏହାପରେ ମନୁ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହଙ୍କୁ ସାଥୀ କରି ଆଉ ଏକ ବ୍ରୋଞ୍ଜ ପଦକ କବଜା କରିଥିଲେ। ତେଣୁ ତାଙ୍କୁ ଉଦଯାପନୀ ଉତ୍ସବରେ ଭାରତର ଧ୍ୱଜା ବାହକ କରାଯାଇଛି।

ଆଇଓଏ ପକ୍ଷରୁ କୁହାଯାଇଛି ଯେ “ହଁ, ମନୁ ଭାକବର ଧ୍ୱଜା ବାହକ ଭାବେ ଚୟନ ହୋଇଛନ୍ତି। ସେ ଚତ୍ମକାର ପ୍ରଦର୍ଶନ କରିଛନ୍ତି ଓ ସେ ଏପରି ସମ୍ମାନର ହକଦାର।” ଏହାପୂର୍ବରୁ ମନୁ କହିଥିଲେ ଯେ ଭାରତର ଧ୍ୱଜାବାହକ ବନିବା ନିଶ୍ଚିତ ଗର୍ବ ଓ ସମ୍ମାନର ବିଷୟ।

Advertisment

ଚଳିତ ଅଲିମ୍ପିକ୍ସରେ ମନୁଙ୍କ ବ୍ୟତୀତ ୫୦ ମିଟର ପିସ୍ତଲ ଥ୍ରୀ ପୋଜିସନ ମ୍ୟାଚ୍‌ରେ ଭାରତ ପାଇଁ ସ୍ୱପ୍ନିଲ କୁଶାଲେ ମଧ୍ୟ ବ୍ରୋଞ୍ଜ ଜିତିଛନ୍ତି।

Olympics Paris Olympics 2024 Paris Olympic Paris Olympics Olympics 2024 Manu Bhaker