/odisha-reporter/media/post_attachments/uploads/2020/09/Marsh.jpg)
Marsh
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ସିଜିନର ପ୍ରଥମ ମ୍ୟାଚରେ ଆହତ ହୋଇଥିବା ସନରାଇଜର୍ସ ହାଇଦ୍ରାବାଦର ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ମିଚେଲ୍ ମାର୍ଶ ଆଇପିଏଲରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଜାସନ୍ ହୋଲଡର୍ ଦଳରେ ସାମିଲ ହୋଇଥିବା ସନ ରାଇଜର୍ସ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ମିଳିଛି।
ତେବେ ଏହା ମଧ୍ୟରେ ଆଘାତ ଯୋଗୁ ପ୍ରଥମ ମ୍ୟାଚ୍ ଖେଳି ନଥିବା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କାନେ ୱିଲିୟମସନ୍ ଏବେ ଫିଟ୍ ହୋଇଥିବା ସୂଚନା ମିଳିଛି। ସେହିପରି ପ୍ରଥମ ମ୍ୟାଚରେ ସାମାନ୍ୟ ଆହତ ହୋଇଥିବା ଆଫଗାନୀ ଅଲରାଉଣ୍ଡର୍ ରସିଦ୍ ଖାନ୍ ମଧ୍ୟ ସଂପୂର୍ଣ୍ଣ ଫିଟ୍ ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚରେ ପ୍ରଥମ ବୋଲିଂ କରୁଥିବାବେଳେ ମିଚେଲ୍ ମାର୍ଶ ଗୋଇଠିରେ ଆଘାତ ପାଇଥିଲେ। ପରେ ବିଜୟ ଶଙ୍କର ହି ମାର୍ଶଙ୍କ ଓଭର ସାରିଥିଲେ। ତେବେ ଦଳ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିବାବେଳେ ମାର୍ଶ ଆଘାତ ସତ୍ତ୍ୱେ ବ୍ୟାଟିଂ କରିବାକୁ ଆସି ଯଦିଓ ଖାତା ଖୋଲି ପାରି ନଥିଲେ, ତେବେ ଏଥିପାଇଁ ସୋଶାଲ୍ ମିଡିଆରେ ଯଥେଷ୍ଟ ପ୍ରଶଂସା ପାଇଥିଲେ। ଏବେ ଚଳିତ ସିଜିନରେ ଆଘାତ ଯୋଗୁ ସଂପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡ଼ିବାରେ ମାର୍ଶ ହେଉଛନ୍ତି ପ୍ରଥମ ଖେଳାଳି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
