Advertisment

ଟୋକିଓରେ ତ୍ରିରଙ୍ଗା ଧରିବେ ମ୍ୟାରୀ କମ୍ ଓ ମନପ୍ରୀତ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ମହିଳା ବକ୍ସର ଏମସି ମ୍ୟାରୀ କମ୍ ଓ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ ଟୋକିଓ ଅଲିମ୍ପିକର ଉଦଘାଟନୀ ସମାରୋହରେ ଭାରତର ଧ୍ୱଜାବାହକ ହେବେ। ଏ ନେଇ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏଡ) ଆଜି ଘୋଷଣା କରିଛି। ସେହିପରି କ୍ରୀଡ଼ାର ଉଦଯାପନୀ ସମାରୋହରେ ରେସଲର୍ ବଜରଙ୍ଗ ପୁନିଆ ଭାରତୀୟ ଧ୍ୱଜା ନିଜ ହାତରେ ଧରିବେ। ଟୋକିଓ ଅଲିମ୍ପିକର ଆୟୋଜନ ଗତ ବର୍ଷ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନା ମହାମାରୀ ସଂକ୍ରମଣ […]

ଅଦ୍ୟତନ ହୋଇଛି
ଟୋକିଓରେ ତ୍ରିରଙ୍ଗା ଧରିବେ ମ୍ୟାରୀ କମ୍ ଓ ମନପ୍ରୀତ

mary-kom-and-manpreet

Advertisment

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ମହିଳା ବକ୍ସର ଏମସି ମ୍ୟାରୀ କମ୍ ଓ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ ଟୋକିଓ ଅଲିମ୍ପିକର ଉଦଘାଟନୀ ସମାରୋହରେ ଭାରତର ଧ୍ୱଜାବାହକ ହେବେ। ଏ ନେଇ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏଡ) ଆଜି ଘୋଷଣା କରିଛି। ସେହିପରି କ୍ରୀଡ଼ାର ଉଦଯାପନୀ ସମାରୋହରେ ରେସଲର୍ ବଜରଙ୍ଗ ପୁନିଆ ଭାରତୀୟ ଧ୍ୱଜା ନିଜ ହାତରେ ଧରିବେ।

Advertisment

ଟୋକିଓ ଅଲିମ୍ପିକର ଆୟୋଜନ ଗତ ବର୍ଷ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହା ସମ୍ଭବ ହୋଇପାରିନଥିଲା ଏବଂ ଏହା ପରେ ଆଇଓସି ଏହି କ୍ରୀଡ଼ା ମହାକୁମ୍ଭକୁ ବର୍ଷକ ପାଇଁ ସ୍ଥଗିତ କରିଦେଇଥିଲା। ଏବେ ଏହି କ୍ରୀଡ଼ା ଆସନ୍ତା ଜୁଲାଇ ୨୩ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ପ୍ରଥମଥର ଅଲିମ୍ପିକରେ ଦୁଇଜଣ ଅର୍ଥାତ୍ ଜଣେ ମହିଳା ଓ ଜଣେ ପୁରୁଷ ଧ୍ୱଜାବାହକ ହେବେ। ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରିବା ପାଇଁ ଏହା କରାଯାଇଛି ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା କହିଛନ୍ତି। ରିଓ ଅଲିମ୍ପିକ୍ ଗେମ୍ସରେ ସୁଟର ଅଭିନବ ବିନ୍ଦ୍ରା ଭାରତର ଧ୍ୱଜାବାହକ ଥିଲେ। ୨୦୦୮ରେ ବିନ୍ଦ୍ର ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଭାରତର ଏକମାତ୍ର ଖେଳାଳି, ଯିଏ ଅଲିମ୍ପିକ୍ ଗେମ୍ସର ସିଙ୍ଗଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Advertisment

୬ଥରର ବିଶ୍ୱ ଚାମ୍ପିୟନ୍ ମ୍ୟାରୀ କମ୍ ଗତବର୍ଷ ମାର୍ଚ୍ଚ ମାସରେ ଏସିଆନ୍ କ୍ୱାଲିଫାୟର୍ ଜିତି ଟୋକିଓ ଟିକେଟ୍ କାଟିଥିଲେ। ଟୋକିଓ ଗେମ୍ସ ୩୮ ବର୍ଷୀୟ ମ୍ୟାରୀ କମଙ୍କର ଶେଷ ଅଲିମ୍ପିକ୍ ହେବ। ମ୍ୟାରୀ କମ୍ ୨୦୧୨ ଲଣ୍ଡନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଟୋକିଓରେ ଭାରତର ଅନ୍ୟତମ ଧ୍ୱଜାବାହକ ମନପ୍ରୀତ ତୃତୀୟଥର ଅଲିମ୍ପିକରେ ପ୍ରତିନିଧିତ୍ୱ କରିବେ। ସେ ୨୦୧୭ରେ ଭାରତୀୟ ହକି ଦଳର ନେତୃତ୍ୱ ବହନ କରିଥିଲେ। ଯାହା ପରେ ଭାରତ ୨୦୧୭ରେ ଏସିଆ କପ୍, ୨୦୧୮ରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୯ରେ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଜିତିଥିଲା। ତାଙ୍କ ନେତୃତ୍ୱରେ ଭାରତ ୨୦୧୮ରେ ଭୁବନେଶ୍ୱରେ ଆୟୋଜିତ ହକି ବିଶ୍ୱକପ୍ କ୍ୱାର୍ଟର୍ ଫାଇନାଲରେ ପହଞ୍ଚିଥିଲା।

ଟୋକିଓ ଅଲିମ୍ପିକର ଉଦଯାପନୀ ଦିବସରେ ଭାରତର ଧ୍ୱଜାବାହକ ହୋଇଥିବା ବଜରଙ୍ଗ ୨୦୧୮ ଓ ୨୦୧୯ରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ଯାହା ତାଙ୍କୁ ଅଲିମ୍ପିକକୁ କ୍ୱାଲିଫାଏ କରିବାରେ ସହାୟକ ହୋଇଥିଲା। ୨୭ ବର୍ଷୀୟ ଏହି ରେସଲର୍ ଦୁଇଥର ଏସିଆନ୍ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୨୦୧୮ ଏସିଆନ୍ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାତେଇଥିଲେ। ଟୋକିଓ ଅଲିମ୍ପିକରେ ବଜରଙ୍ଗଙ୍କୁ ଭାରତର ଅନ୍ୟତମ ପଦକ ଦାବିଦାର କୁହାଯାଉଛି।

ଭାରତରୁ ମୋଟ ୨୦୧ ଜଣ ସଦସ୍ୟ ଟୋକିଓ ଯାତ୍ରା କରିବେ। ସେଥିମଧ୍ୟରୁ ୧୨୬ ଜଣ ଆଥଲେଟ୍ ଓ ୭୫ ଆଥଲେଟ୍ ଅଲିମ୍ପିକରେ ଭାରତର ପ୍ରତିନିଧିତ୍ୱ କରିବେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe