ଅବସର ଘୋଷଣାକୁ ଖଣ୍ଡନ କଲେ ମ୍ୟାରି କମ୍‌, କହିଲେ- ମୋ କଥାକୁ ଭୁଲ ତର୍ଜମା ହୋଇଛି

ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।

Mary-Kom

ବକ୍ସିଂ ଚାମ୍ପିଅନ ମ୍ୟାରି କମ୍‌ ।

Niharika Rout
  • Published: Thursday, 25 January 2024
  • Updated: 25 January 2024, 09:39 AM IST

Sports

Latest News

ଭାରତର କିମ୍ବଦନ୍ତୀ ଖେଳାଳି ତଥା ବିଶ୍ୱ ଚାମ୍ପିଅନ ମ୍ୟାରି କମ୍ ବକ୍ସିରୁ ଅବସର ନେଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ଖୋଦ ମ୍ୟାରି କମ୍‌ ।

ଏଥିସହ ସେ କହିଛନ୍ତି, ଗତକାଲି ଦିବ୍ରୁଗଡ଼ରେ ଏକ ସ୍କୁଲ ଉତ୍ସବରେ ଯୋଗ ଦେଇଥିଲି। ସେଠାରେ ପିଲାମାନଙ୍କୁ ଉତ୍ସାହିତ କରିବାକୁ ଯାଇ ମୁଁ ଏବେବି ଆହୁରି ବହୁତ କିଛି ହାସଲ କରିବାକୁ ଚାହୁଁଛି, ମାତ୍ର ବୟସ ବାଧକ ସାଜୁଥିବା କହିଥିଲା। ଏପରିକି ଦୁର୍ଭାଗ୍ୟବଶତଃ ବୟସ ସୀମା ପାଇଁ ଅଲମ୍ପିକ୍ସରେ ଅଂଶଗ୍ରହଣ କରି ପାରୁ ନ ଥିବା ବି କହିଥିଲି। ମାତ୍ର ମୋର ଏହି ଉକ୍ତିକୁ ଭୁଲ୍‌ ଭାବେ ଗଣମାଧ୍ୟମରେ ଉପସ୍ଥାପନ କରାଯାଇଥିବା କହିଛନ୍ତି ମ୍ୟାରି କମ୍‌।

Also Read

ଏଥିସହ ସେ କହିଛନ୍ତି ଏବେ ବି ମୁଁ ମୋ’ ଫିଟନେସ୍‌କୁ ଗୁରୁତ୍ୱ ଦେଉଛି। ତେଣୁ ଯେବେ ଅବସର ନେବି ସମସ୍ତଙ୍କୁ ଜଣାଇବି ବୋଲି ସେ ସୂଚନା ଦେଇଛନ୍ତି।

୧୮ ବର୍ଷ ବୟସରୁ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ମଣିପୁରର ମ୍ୟାରି କମ୍, ୬ଟି ୱାର୍ଲଡ ଟାଇଟଲ୍ ହାସଲ କରିବାରେ ବିଶ୍ୱର ପ୍ରଥମ ମହିଳା ମୁଷ୍ଟିଯୋଦ୍ଧା। ଏହି ୫ ଥର ଏସିଆନ୍ ଚାମ୍ପିଅନ, ଭାରତ ପାଇଁ ପ୍ରଥମ ମହିଳା ବକ୍ସର ଭାବେ ୨୦୧୪ ଏସିଆନ ଗେମ୍ସରେ ଆଣିଥିଲେ ଗୋଲ୍ଡ ମେଡାଲ୍ । ୨୦୧୨ ଲଣ୍ଡନ ଅଲିମ୍ପିକ ଗେମ୍ସରେ ସେ କାଂସ୍ୟ ପଦକ ହାସଲ କରିଥିଲେ ।

୨୦୧୬ରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିବା ବେଳେ, ତାଙ୍କର ସଂଘର୍ଷ ଉପରେ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତି ଏକ ବଲିଉଡ୍ ଫିଲ୍ମ ମଧ୍ୟ ରହିଛି ।

ସୂଚନାଯୋଗ୍ୟ, ଇଣ୍ଟରନ୍ୟାସନାଲ ବକ୍ସିଂ ଆସୋସିଏସନ ବା IBAର ନିୟମ ଅନୁଯାୟୀ, କେବଳ ୪୦ ବର୍ଷ ବୟସ ଯାଏଁ ଜଣେ ପ୍ରତିଯୋଗୀ ଏଲିଟ୍-ଲେଭଲ୍ କମ୍ପିଟିସନରେ ଅଂଶ ଗ୍ରହଣ କରିପାରିବେ । ଏବେ ମ୍ୟାରି କମ୍ ଙ୍କୁ ୪୧ ବର୍ଷ ଚାଲିଛି। ତେଣୁ ତାଙ୍କ ଉକ୍ତିକୁ ନେଇ ସେ ଅବସର ଘୋଷଣା କରିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story