Advertisment

ବାଜିଲା ଅଲିମ୍ପିକ୍ସ ବିଗୁଲ୍, ତ୍ରିରଙ୍ଗା ଧରିଲେ ମନପ୍ରୀତ ଓ ମ୍ୟାରୀ କମ୍

ଟୋକିଓ: ବାଜିଲା ଅଲିମ୍ପିକ୍ସ ବିଗୁଲ୍। ଜାପାନର ରାଜଧାନୀ ଟୋକିଓର ଜାତୀୟ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ଅଲିମ୍ପିକ୍ସର ୩୨ତମ ସଂସ୍କରଣ। ଭାରତୀୟ ସମୟାନୁସାରେ ଅପରାହ୍ଣ ୪.୩୦ ମିନିଟରେ ଉଦଘାଟନ ସମାରୋହ ଆରମ୍ଭ ହୋଇଥିଲା। ଏଥିସହ ବର୍ଷକ ପ୍ରତୀକ୍ଷାର ଅନ୍ତ ଘଟିଛି। କୋଭିଡ୍-୧୯ ମହାମାରୀ କାରଣରୁ ଗତ ବର୍ଷ ଏହି କ୍ରୀଡ଼ାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଚଳିତବର୍ଷ କରୋନା ଗାଇଡ୍ ଲାଇନ୍ ମୁତାବକ ଉଦଘାଟନୀ ସମାରୋହ ଆୟୋଜିତ ହୋଇଛି। A matter of great pride for […]

ଅଦ୍ୟତନ ହୋଇଛି
ବାଜିଲା ଅଲିମ୍ପିକ୍ସ ବିଗୁଲ୍, ତ୍ରିରଙ୍ଗା ଧରିଲେ ମନପ୍ରୀତ ଓ ମ୍ୟାରୀ କମ୍

manpreet-singh-and-mary-kom

Advertisment

ଟୋକିଓ: ବାଜିଲା ଅଲିମ୍ପିକ୍ସ ବିଗୁଲ୍। ଜାପାନର ରାଜଧାନୀ ଟୋକିଓର ଜାତୀୟ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ଅଲିମ୍ପିକ୍ସର ୩୨ତମ ସଂସ୍କରଣ। ଭାରତୀୟ ସମୟାନୁସାରେ ଅପରାହ୍ଣ ୪.୩୦ ମିନିଟରେ ଉଦଘାଟନ ସମାରୋହ ଆରମ୍ଭ ହୋଇଥିଲା। ଏଥିସହ ବର୍ଷକ ପ୍ରତୀକ୍ଷାର ଅନ୍ତ ଘଟିଛି। କୋଭିଡ୍-୧୯ ମହାମାରୀ କାରଣରୁ ଗତ ବର୍ଷ ଏହି କ୍ରୀଡ଼ାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଚଳିତବର୍ଷ କରୋନା ଗାଇଡ୍ ଲାଇନ୍ ମୁତାବକ ଉଦଘାଟନୀ ସମାରୋହ ଆୟୋଜିତ ହୋଇଛି।

Advertisment

https://twitter.com/Media_SAI/status/1418551100123217933?s=20

https://twitter.com/airnewsalerts/status/1418559459765276674?s=20

ଏହି ଭବ୍ୟ ସମାରୋହ ସମସ୍ତଙ୍କ ମନ ମୋହିଛି। ମାର୍ଚ୍ଚ ପାଷ୍ଟରେ ଭାରତର ନମ୍ବର ଥିଲା ୨୧। ଉଦଘାଟନୀ ସମାରୋହରେ ଭାରତର ନେତୃତ୍ୱ ନେଇଥିଲେ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ ଓ ମହାନ ମହିଳା ବକ୍ସର ଏମସି ମ୍ୟାରୀ କମ୍। ଦୁହେଁ ହାତରେ ତ୍ରିରଙ୍ଗା ଧରି ସବୁଠାରୁ ଆଗରେ ଚାଲିଥିଲେ। ଭାରତର ଅନ୍ୟ ସଦସ୍ୟ ହାତରେ ତ୍ରିରଙ୍ଗା ଧରି ପଛେ ପଛେ ଚାଲିଥିଲେ।

https://twitter.com/Tokyo2020hi/status/1418548022783393793?s=20

ଉଦଘାଟନୀ ସମାରୋହରେ ଭାରତର ୨୨ଜଣ ଖେଳାଳି ଓ ୬ଜଣ ଅଫିସିଆଲ୍ସ ଭାଗ ନେବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଟେବୁଲ୍ ଟେନିସ୍ ତାରକା ଅଚନ୍ତା ଶରଥ କମଲ୍ ଓ ମନିକା ବାତ୍ରା ଉଦଘାଟନୀ ସମାରୋହରେ ଭାଗ ନେଇନାହାନ୍ତି। ଦୁହେଁ ମିକ୍ସଡ୍ ଡବଲ୍ସ ମ୍ୟାଚ୍ ଖେଳିବେ।

Advertisment

https://twitter.com/Tokyo2020/status/1418543718655610882?s=20

https://twitter.com/Tokyo2020/status/1418528434955841538?s=20

https://twitter.com/Tokyo2020/status/1418528729270157313?s=20

ଟୋକିଓ ଦ୍ୱିତୀୟଥର ଅଲିମ୍ପିକ୍ସର ଆୟୋଜନ କରୁଛି। ଏହା ପୂର୍ବରୁ ୧୯୬୪ରେ ଟୋକିଓ ସଫଳତାର ସହ ଅଲିମ୍ପିକ୍ସର ଆୟୋଜନ କରିଥିଲା। ଉଦଘାଟନୀ ସମାରୋହର ଆରମ୍ଭରୁ ୨୦୧୩ରେ ଟୋକିଓକୁ ମିଳିଥିବା ଆୟୋଜନକୁ ସ୍ମରଣ କରାଯାଇଥଲା। ଏହା ପରେ ଟୋକିଓ ୨୦୨୦ର ପ୍ରତୀକକୁ ପ୍ରଦର୍ଶିତ କରିବା ପାଇଁ ୨୦ ସେକେଣ୍ଡ ଯାଏ ନୀଳ ଓ ଧରା ରଙ୍ଗର ଆତିଶବାଜୀ କରାଯାଇଥିଲା, ଯାହାକୁ ଜାପାନୀ ସଂସ୍କୃତିରେ ଶୁଭଙ୍କର ବୋଲି କୁହାଯାଏ। ଜାପାନର ସମ୍ରାଟ ନାରୁହିତୋ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ମୁଖ୍ୟ ଥୋମାସ୍ ବାକଙ୍କ ସହ ଷ୍ଟାଡିୟମରେ ପହଞ୍ଚିଥିଲେ।

https://twitter.com/Tokyo2020/status/1418531718034722818?s=20

https://twitter.com/Tokyo2020/status/1418556264317997061?s=20

ଉଦଘାଟନୀ ସମାରୋହରେ ଦର୍ଶକଙ୍କୁ ଅନୁମତି ଦିଆଯାଇନାହିଁ। ତେଣୁ ଷ୍ଟାଡିୟମରେ କେବଳ ୧୦୦୦ ସେଲିବ୍ରିଟୀ ଉପସ୍ଥିତ ଥିଲେ, ଯେଉଁଥିରେ ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ୍ ସାମିଲ୍ ଥିଲେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe