Advertisment

କୁସ୍ତି ମହାସଂଘକୁ ଚଳାଇବେ ମ୍ୟାରୀକମଙ୍କ ନେତୃତ୍ୱାଧୀନ କମିଟି!

କ୍ରଡ଼ା ମନ୍ତ୍ରଣାଳୟ କୁସ୍ତି ମହାସଂଘର ଦୈନନ୍ଦିନ କାର୍ଯ୍ୟର ପରିଚାଳନା ପାଇଁ ଗୋଟିଏ ଓଭରସାଇଟ୍‌ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି।

author-image
Hemant Lenka
Mary Kom

Mary Kom

ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗରେ ଫସି ବିବାଦ ମଧ୍ୟକୁ ଆସିଥିବା ଭାରତୀୟ କୁସ୍ତି ମହାସଂଘର ଦୈନିନ୍ଦିନ କାର୍ଯ୍ୟ ବୁଝିବ ସ୍ୱତନ୍ତ୍ର କମିଟି। ଏହି କମିଟିର ନେତୃତ୍ୱ ନେବେ କିମ୍ବଦନ୍ତୀ ବକ୍ସର ତଥା ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ମ୍ୟାରୀକମ। କ୍ରଡ଼ା ମନ୍ତ୍ରଣାଳୟ କୁସ୍ତି ମହାସଂଘର ଦୈନନ୍ଦିନ କାର୍ଯ୍ୟର ପରିଚାଳନା ପାଇଁ ଗୋଟିଏ ଓଭରସାଇଟ୍‌ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି। ବିବାଦର ସମାଧାନ ନ ହେବା ଯାଏ ଏହି କମିଟି କୁସ୍ତି ମହାସଂଘର ସବୁ କାମ ବୁଝି।

Advertisment

ଶନିବାର କ୍ରୀଡ଼ା ମନ୍ତ୍ରଣାଳୟ କୁସ୍ତି ମହାସଂଘ ଦ୍ୱାରା ଜାରି ରହିଥିବା ସମସ୍ତ କାର୍ଯ୍ୟକଳାପ ଓ ଇଭେଣ୍ଟକୁ ସସପେଣ୍ଡ କରିଥିଲା। ଗୋଣ୍ଡାରେ ଚାଲିଥିବା ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ମଧ୍ୟ ବାତିଲ ହୋଇଥିଲା। ଏହାବାଦ କୁସ୍ତି ମହାସଂଘର ସହକାରି ସମ୍ପାଦକ ବିନୋଦ ତୋମାରଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିଲା। ଏବେ ମନ୍ତ୍ରଣାଳୟ ଗଠନ କରିବାକୁ ଥିବା କମିଟିର ନେତୃତ୍ୱ ମ୍ୟାରୀକମ ନେବେ ବୋଲି ଜଣାପଡ଼ିଛି। 

ରେସଲରମାନେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ହେରଫେର ଅଭିଯୋଗ ଆଣିଛନ୍ତି। ବ୍ରିଜ ଭୂଷଣ ବିଜେପିର ଜଣେ ସାଂସଦ ଓ ସେ ଗୋଣ୍ଡା ଜିଲ୍ଲାରୁ ଆସିଛନ୍ତି। ତାଙ୍କ ପୁଅ ପ୍ରତୀକ ଭୂଷଣ ଗୋଣ୍ଡା ସଦରରୁ ୨ଥରର ସାଂସଦ। ବ୍ରିଜ ଭୂଷଣଙ୍କ ପତ୍ନୀ କେତକୀ ଦେବୀ ଗୋଣ୍ଡା ଜିଲ୍ଲା ପଞ୍ଚାୟତର ସଭାପତି। ଏପରି ସ୍ଥିତିରେ ରେସଲରମାନେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ୧୮ ତାରିଖରୁ ବିକ୍ଷୋଭ ଆରମ୍ଭ କରିଥିଲେ। ଅବଶ୍ୟ ଏହା ୨୦ ତାରିଖ ବିଳମ୍ବିତ ରାତିରେ ଶେଷ ହୋଇଛି।

Advertisment

ରେସଲରମାନେ ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବି କରୁଥିବା ବେଳେ ସେ ନିଜ ଜିଦରେ ଅଟଳ ରହିଛନ୍ତି। ସେ କୁସ୍ତି ମହାସଂଘର ସଭାପତି ପଦରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି କହି ଚାଲିଛନ୍ତି। ତେବେ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି। କମିଟିରେ ଆଇଓଏ ସଦସ୍ୟ ମ୍ୟାରୀକମ, ଡୋଲା ବାନାର୍ଜୀ, ଅଳକାନନ୍ଦା ଅଶୋକ, ଯୋଗେଶ୍ୱର ଦତ୍ତ ଓ ସହଦେବ ଯାଦବ ରହିଛନ୍ତି। କମିଟି ଗଠନ ହେବା ପରେ ହିଁ ରେସଲରମାନେ ବିକ୍ଷୋଭ ଶେଷ କରିଥିଲେ।

Protest Indian Wrestler