ଟୋକିଓ: ୬ଥରର ବିଶ୍ୱ ଚାମ୍ପିୟନ୍ ଓ ଅଲିମ୍ପିକ୍ସ ପଦକ ବିଜେତା ଭାରତର ଷ୍ଟାର୍ ମହିଳା ବକ୍ସର ଏମସି ମ୍ୟାରୀ କମ୍ ଟୋକିଓରେ ବିଜୟ ସହ ଖାତା ଖୋଲିଛନ୍ତି। ମ୍ୟାରୀ କମ୍ ମହିଳା ୫୧ କେଜି ଓଜନ ବର୍ଗର ରାଉଣ୍ଡ-୩୨ ମୁକାବିଲାରେ ଡୋମିନିକ୍ ରିପବ୍ଲିକର ହର୍ଣ୍ଣାଣ୍ଡିଜ୍ ଗାର୍ସିଆଙ୍କୁ ୪-୧ରେ ହରାଇଛନ୍ତି। ଏହାସହ ମ୍ୟାରୀ କମଙ୍କ ଶକ୍ତ ପଞ୍ଚ୍ ଟୋକିଓ ରିଙ୍ଗରେ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି।
ଚଳିତ ଅଲିମ୍ପିକ୍ସରେ ମ୍ୟାରୀ କମ୍ ଉଚିତ୍ ରଣନୀତି ସହ ନିଜର ପ୍ରଥମ ମୁକାବିଲାକୁ ଓହ୍ଲାଇଥିଲା। ସେ ପୂରା ମ୍ୟାଚରେ ନିଜ ଅଭିଜ୍ଞତାର ଭରପୂର ବ୍ୟବହାର କରି ବିଜୟୀ ହୋଇଛନ୍ତି। ତିନି ରାଉଣ୍ଡ ବିଶିଷ୍ଟ ମୁକାବିଲାରେ ମ୍ୟାରୀ କମ୍ ପ୍ରଥମ ରାଉଣ୍ଡରେ ଧୈର୍ଯ୍ୟର ସହ ଖେଳିଥିଲେ। ସେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରଖିବା ପାଇଁ କିଛି ସମୟ ନେଇଥିଲେ।
ଦ୍ୱିତୀୟ ରାଉଣ୍ଡରେ ମ୍ୟାରୀ କମ୍ କିଛି ଆକ୍ରମଣାତ୍ମକ ପଞ୍ଚ୍ ମାରିଥିଲେ। ଗାର୍ସିଆ ମଧ୍ୟ କିଛି ଦମଦାର ପଞ୍ଚ୍ ମାରି ପଏଣ୍ଟ ସଂଗ୍ରହ କରିଥିଲେ। ଏହି ରାଉଣ୍ଡ ଶେଷ ହେବା ବେଳକୁ ଉଭୟ ବକ୍ସରଙ୍କ ସ୍କୋର ୫୦-୫୦ ରହିଥିଲା। ଅର୍ଥାତ୍ ଦୁଇ ଜଜ୍ ମ୍ୟାରୀ କମଙ୍କୁ ଦୁଇଥର ୧୦ ପଏଣ୍ଟ ଦେଇଥିବା ବେଳେ ଗାର୍ସିଆଙ୍କୁ ମଧ୍ୟ ଦୁଇଥର ସମାନ ପଏଣ୍ଟ ମିଳିଥିଲା।
https://twitter.com/Tokyo2020hi/status/1418488554234138626?s=20
ତୃତୀୟ ରାଉଣ୍ଡରେ ମ୍ୟାରୀ କମ୍ ପୂରା ଜୋଶରେ ଆକ୍ରମଣ କରିଥିଲେ। ସେ ପ୍ରତିପକ୍ଷ ବକ୍ସରଙ୍କୁ ପଞ୍ଚ୍ ପରେ ପଞ୍ଚ୍ ମାରି ଚାଲିଲେ। ଏହି ରାଉଣ୍ଡକୁ ଜିତିବା ପାଇଁ ମ୍ୟାରୀ କମ୍ ନିଜର ପୂରା ଶକ୍ତି ଲଗାଇ ଦେଇଥିଲେ। ଏହାସହ ତାଙ୍କୁ ଅଭିଜ୍ଞତାର ମଧ୍ୟ ଭରପୂର ଫାଇଦା ମିଳିଥିଲା। ଏହିପରି ଭାବେ ମ୍ୟାରୀ କମ୍ ତୃତୀୟ ରାଉଣ୍ଡରେ ୫-୦ରେ ବିଜୟୀ ହେବା ସହ ମୁକାବିଲାକୁ ମଧ୍ୟ ଜିତି ନେଇଥିଲେ। ପୂରା ମ୍ୟାଚରେ ମ୍ୟାରୀ କମ୍ ନିଜର ଦମଦାର 'ରାଇଟ୍ ହୁକ୍' ଦ୍ୱାରା ଦବଦବା କାଏମ୍ ରଖିଥିଲେ। ଗାର୍ସିଆ ମଧ୍ୟ ମ୍ୟାରୀ କମଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ, କିନ୍ତୁ ସେ ପଞ୍ଚକୁ ସଠିକ୍ ଭାବେ ଲଗାଇ ପାରିନଥିଲେ।
LEଚାରି ପିଲାର ମା' ମ୍ୟାରୀ କମ୍ ରାଉଣ୍ଡ-୧୬ ବା ପ୍ରି-କ୍ୱାର୍ଟରଫାଇନାଲରେ କଲମ୍ବିଆର ଇଙ୍ଗ୍ରିଟ ଭାଲେନ୍ସିଆଙ୍କୁ ଭେଟିବେ। ଭାଲେନ୍ସିଆ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।