zaheerkhan
ନୂଆଦିଲ୍ଲୀ: ଯୁବରାଜ ଏବେ ସୁଦ୍ଧା ଭଲ ପ୍ରଦର୍ଶନ କରିପାରି ନ ଥିବା ବେଳେ ଦିଲ୍ଲୀ ଡେୟାର ଡେଭିଲ୍ସର ଆଉ ଜଣେ ବରିଷ୍ଠ ଖେଳାଳି ଜାହିର ଖାଁ ଏପର୍ଯ୍ୟନ୍ତ ପଡ଼ିଆକୁ ଓହ୍ଲାଇ ନାହାନ୍ତି। ତେଣୁ ତାଙ୍କ ଫିଟନେସ ନାହିଁ ବୋଲି ପ୍ରାରମ୍ଭରୁ ଯେଉଁ ଆଶଙ୍କା କରାଯାଉଥିଲା ତାହା କ୍ରମେ ବୃଦ୍ଧି ପାଉଛି। ଅବଶ୍ୟ ଜାହିର ଶତ ପ୍ରତିଶତ ଫିଟ୍ ନାହାନ୍ତି ବୋଲି ଡୁମିନିଙ୍କ ମନ୍ତବ୍ୟରୁ ପ୍ରମାଣିତ ହୋଇଯାଇଛି। ତେବେ ମେ’୧ରେ ଜାହିର ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳିବେ। ଡୁମିନି କହିଛନ୍ତି ଯେ ଆସନ୍ତା ମେ’ ୧ରେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ଜାହିର ଖାଁ ଖେଳିବେ। ଜାହିର ୯୫ ପ୍ରତିଶତ ଫିଟ୍ ଅଛନ୍ତି। ତାଙ୍କର ଫିଟନେସରେ ଉନ୍ନତି ଘଟିଛି। ସେ ଫେରିବାକୁ ଓ ଦିଲ୍ଲୀକୁ ପ୍ରତିନିଧିତ୍ୱ କରିବାକୁ ବ୍ୟାକୁଳ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/04/zaheerkhan.jpg)