ଆସନ୍ତାକାଲି ଦ୍ୱିତୀୟ ଟେଷ୍ଟ: ମୟଙ୍କ କରିପାରନ୍ତି ଡେବ୍ୟୁ

ହାଇଦ୍ରାବାଦ୍‌: ଆସନ୍ତାକାଲିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ଆରମ୍ଭ ହେବ। ହାଇଦ୍ରାବାଦର ରାଜୀବଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ୧-୦ରେ ଅଗ୍ରଣୀ ଥିବା ଭାରତ ଏହି ଟେଷ୍ଟ ଜିତି ସିରିଜ୍‌କୁ କ୍ଲିନ୍‌ସୁଇପ୍‌ କରିବା ଯୋଜନାରେ ରହିଛି। ସେହିପରି ମ୍ୟାଚ୍‌ ଜିତି ସିରିଜ୍‌ ଡ୍ର ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ୱେଷ୍ଟଇଣ୍ଡିଜ୍‌। ତେବେ ଏହି ଟେଷ୍ଟରେ ଭାରତୀୟ ଟେଷ୍ଟ ଜର୍ସି ପିନ୍ଧି ପାରନ୍ତି ମୟଙ୍କ ଅଗ୍ରୱାଲ। ଅର୍ଥାତ ଆସନ୍ତାକାଲି ମୟଙ୍କଙ୍କୁ ଟେଷ୍ଟ ଡେବ୍ୟୁର […]

agarwak

agarwak

Rakesh Mallick
  • Published: Thursday, 11 October 2018
  • Updated: 11 October 2018, 10:40 AM IST

Sports

Latest News

ହାଇଦ୍ରାବାଦ୍‌: ଆସନ୍ତାକାଲିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ଆରମ୍ଭ ହେବ। ହାଇଦ୍ରାବାଦର ରାଜୀବଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ୧-୦ରେ ଅଗ୍ରଣୀ ଥିବା ଭାରତ ଏହି ଟେଷ୍ଟ ଜିତି ସିରିଜ୍‌କୁ କ୍ଲିନ୍‌ସୁଇପ୍‌ କରିବା ଯୋଜନାରେ ରହିଛି। ସେହିପରି ମ୍ୟାଚ୍‌ ଜିତି ସିରିଜ୍‌ ଡ୍ର ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ୱେଷ୍ଟଇଣ୍ଡିଜ୍‌।

ତେବେ ଏହି ଟେଷ୍ଟରେ ଭାରତୀୟ ଟେଷ୍ଟ ଜର୍ସି ପିନ୍ଧି ପାରନ୍ତି ମୟଙ୍କ ଅଗ୍ରୱାଲ। ଅର୍ଥାତ ଆସନ୍ତାକାଲି ମୟଙ୍କଙ୍କୁ ଟେଷ୍ଟ ଡେବ୍ୟୁର ସୁଯୋଗ ମିଳିପାରେ। ଲୋକେଶ ରାହୁଲଙ୍କ ସ୍ଥାନରେ ମୟଙ୍କଙ୍କୁ ସୁଯୋଗ ଦେବାକୁ ଟିମ୍‌ ଇଣ୍ଡିଆ ଚିନ୍ତା କରୁଥିବା ଶୁଣାଯାଉଛି।

ଫାଷ୍ଟକ୍ଲାସ୍‌ କ୍ରିକେଟ୍‌ରେ ମୟଙ୍କଙ୍କ ରେକର୍ଡ ବହୁତ ଭଲ ରହିଛି। ସେ ୪୩ଟି ଫାଷ୍ଟକ୍ଲାସ୍‌ ମ୍ୟାଚ୍‌ ଖେଳି ୫୦.୩୨ ହାରରେ ୩୩୭୨ ରନ୍‌ କରିଛନ୍ତି। ଯାହା ମଧ୍ୟରେ ସର୍ବାଧିକ ୩୦୪ ରନର ଇନିଂସ ରହିଛି। ଶେଷ ୬ଟି ଇଂନିସ୍‌ରେ ସେ ୫୪.୮୩ ହାରରେ ୩୨୯ ରନ୍‌ କରିଛନ୍ତି।

ଅନ୍ୟପକ୍ଷରେ ରାହୁଲ ୩୦ଟି ଟେଷ୍ଟ ଖେଳି ୩୭.୭୨ ହାରରେ ୧୮୧୧ ରନ୍‌ କରିଛନ୍ତି। ଏଥିରେ ୫ଟି ଶତକ ରହିଛି। ଏହାସହ ସେ ୬ ଥର ଶୂନ୍‌ରେ ମଧ୍ୟ ଆଉଟ୍‌ ହୋଇଛନ୍ତି। ଚଳିତ ବର୍ଷ ରାହୁଲ ୯ଟି ଟେଷ୍ଟ ଖେଳିଥିଲେ ମଧ୍ୟ କିଛି କମାଲ ଦେଖାଇ ପାରିନାହାନ୍ତି। ଏହି ୯ଟି ଟେଷ୍ଟ୍‌ରେ ତାଙ୍କୁ ୧୬ଟି ଇଂନିସ୍‌ରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଛି। ଏଥିରେ ସେ ୨୩.୯୪ ହାରରେ ୩୮୩ ରନ୍‌ କରିଛନ୍ତି। ଏଥିରେ ଗୋଟିଏ ଶତକ ରହିଛି। ଏହି ଇଂନିସ୍‌ ଗୁଡିକ ମଧ୍ୟରେ ସେ ୮ ଥର  ୧୦ରୁ କମ ରନ୍ କରି ଆଉଟ୍‌ ହୋଇଛନ୍ତି।

ଉମେଶଙ୍କ ସ୍ଥାନ ନେଇ ପାରନ୍ତି ସିରାଜ

ପ୍ରଥମ ଟେଷ୍ଟରେ ଉମେଶ ଯାଦବ ମାତ୍ର ୧୪ ଓଭର ବୋଲିଂ କରିଥିଲେ। ଅଳ୍ପ ଓଭର ବୋଲିଂ କରିଥିଲେ ମଧ୍ୟ ସେ ୱେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାବାକୁ ସକ୍ଷମ ହୋଇଥିଲେ। ହେଲେ ଦ୍ୱିତୀୟ ଟେଷ୍ଟରେ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ଦେଇପାରେ। ସିରାଜ ଶେଷ ୫ଟି ଫାଷ୍ଟକ୍ଲାସ୍‌ ମ୍ୟାଚ୍‌ରେ ୪୦ ୱିକେଟ୍‌ ନେଇଛନ୍ତି। ସେହିପରି ସେ ଖେଳିଥିବା ୨୦ଟି ଫାଷ୍ଟକ୍ଲାସ୍‌ ମ୍ୟାଚ୍‌ରେ ୯୭ ୱିକେଟ୍‌ ନେଇ ସାରିଲେଣି। ଏହାସହ ହାଇଦ୍ରାବଦ୍‌ରେ ମ୍ୟାଚ୍‌ ଥିବାରୁ ସିରାଜ୍‌ ଘରୋଇ ପରିବେଶରେ ଖେଳିବାର ସୁଯୋଗ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos