Advertisment

ଅଷ୍ଟ୍ରେଲିଆ ଓପନରେ ପୁଣି ବିପର୍ଯ୍ୟୟ: ନାଡାଲଙ୍କ ପରେ ମେଡଭେଡେଭ ବିଦା

୨ୟ ରାଉଣ୍ଡରୁ ଡିଫେଣ୍ଡିଂ ଚାମ୍ପିୟନ ରାଫେଲ ନାଡାଲ ବିଦା ହୋଇଥିବା ବେଳେ ଏବେ ଦୁଇ ଥରର ରନର୍ସଅପ ଡାନିଲ ମେଡଭେଡେଭ ସମାନ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

Daniil Medvedev

Daniil Medvedev

Advertisment

ଅଷ୍ଟ୍ରେଲିଆ ଓପନରେ ପୁଣି ଗୋଟିଏ ବିପର୍ଯ୍ୟୟ ଘଟିଛି। ୨ୟ ରାଉଣ୍ଡରୁ ଡିଫେଣ୍ଡିଂ ଚାମ୍ପିୟନ ରାଫେଲ ନାଡାଲ ବିଦା ହୋଇଥିବା ବେଳେ ଏବେ ଦୁଇ ଥରର ରନର୍ସଅପ ଡାନିଲ ମେଡଭେଡେଭ ସମାନ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଆଜି ସେବାଷ୍ଟିଆନ କୋରଡା ସମସ୍ତଙ୍କୁ ଜଳକା କରି ମେଡଭେଡେଭଙ୍କୁ ହରାଇ ଦେଇଛନ୍ତି। ଏହି ପରାଜୟ ସହ ରୁଷର ଟପ୍‌ ସିଡ୍‌ ତଥା ବିଶ୍ୱର ପୂର୍ବତନ ୧ନଂ ଖେଳାଳି ମେଡଭେଡେଭଙ୍କ ଟ୍ରଫି ଜିତିବା ସ୍ୱପ୍ନ ଅଧା ରହିଯାଇଛି।

Advertisment

ଆମେରିକାର ସେବାଷ୍ଟିଆନ ବିଶ୍ୱ ରାଙ୍କିଙ୍ଗର ୩୧ତମ ସ୍ଥାନରେ ରହିଛନ୍ତି। ସେ ହେଉଛନ୍ତି ୧୯୯୮ରେ ଅଷ୍ଟ୍ରେଲିଆ ଓପନ ଜିତିଥିବା ପିଟର କୋରଡାଙ୍କ ପୁଅ। ରାଙ୍କିଙ୍ଗର ୩୧ତମ ସ୍ଥାନରେ ଥିବାରୁ ସେବାଷ୍ଟିଆନ ସପ୍ତମ ସିଡ୍‌ ମେଡଭେଡେଭଙ୍କ ଠାରୁ ପରାସ୍ତ ହେବେ ବୋଲି ସମସ୍ତେ ଆକଳନ କରିଥିଲେ। କିନ୍ତୁ ମ୍ୟାଚ୍‌ରେ ସେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏଥିସହ ୭-୬(୯-୭), ୬-୩, ୭-୬(୭-୪)ରେ ବିଜୟ ହୋଇ ରାଉଣ୍ଡ ୧୬ରେ ପ୍ରବେଶ କରିଛନ୍ତି।

ଏବେ ସେବାଷ୍ଟିଆନ କ୍ୱାର୍ଟର ଫାଇନାଲରେ ନିଜ ସ୍ଥାନ ପକ୍କା କରିବା ପାଇଁ ପୋଲାଣ୍ଡ ତଥା ୧୦ମ ସିଡ୍‌ ହୁବର୍ଟ ହୁରକାଜଙ୍କ ସହ ଲଢ଼େଇ କରିବେ। ହୁବାର୍ଟ କାନାଡାର ଡେନିସ ଶାପୋଭାଲୋଭଙ୍କୁ ୭-୬(୭-୩), ୬-୪, ୧-୬, ୪-୬ ଓ ୬-୩ରେ ପରାସ୍ତ କରିଛନ୍ତି।

Advertisment

ବିପର୍ଯ୍ୟୟ ସୃଷ୍ଟି କରିଥିବା ୨୨ ବର୍ଷୀୟ ସେବାଷ୍ଟିଆନ କହିଛନ୍ତି, “ଏହା ଏକ ଅବିଶ୍ୱସନୀୟ ମ୍ୟାଚ୍‌। ମୋତେ କ’ଣ କରିବାକୁ ଥିଲା ମୁଁ ଭଲ ଭାବେ ଜାଣିଥିଲି। ଉଥାନ ଓ ପତ୍ତନର ଲଢ଼େଇ ଭିତରେ ମୁଁ ନିଜକୁ ସମ୍ଭାଳିଥିଲି। ବର୍ତ୍ତମାନ ମୁଁ ବହୁତ ଖୁସି।”

ମେଡଭେଡେଭ ଅଷ୍ଟ୍ରେଲିଆ ଓପନର ଗତ ଦୁଇଟି ଯାକ ସଂସ୍କରଣରେ ଫାଇନାଲ ମ୍ୟାଚ୍ ଖେଳିଥିଲେ। ୨୦୨୧ରେ ସେ ନୋଭାକ ଜୋକଭିଚ୍‌ଙ୍କ ଠାରୁ ହାରିଥିଲେ। ସେହିପରି ୧୨ ମାସ ତଳେ ରାଫେଲ ନାଡାଲ ତାଙ୍କୁ ଟ୍ରଫି ଟକ୍କରରେ ହରାଇଥିଲେ। ଏଥର ମଧ୍ୟ ସେ ଭଲ ପ୍ରଦର୍ଶନ ଲକ୍ଷ୍ୟ ନେଇ କୋର୍ଟକୁ ଓହ୍ଲାଇଥିଲେ। ହେଲେ ତାଙ୍କ ସ୍ୱପ୍ନ ଅଧା ରହି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe