Advertisment

ଏସିଆନ୍‌ ଗେମସ୍‌ରେ ଭାଗ ନେବେନି ବିଶ୍ୱ ଚାମ୍ପିଅନ୍‌ ମୀରାବାଈ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନ୍‌ ଭାରୋତ୍ତଳକ ମୀରାବାଈ ଚାନୁଙ୍କ ପିଠି ଯନ୍ତ୍ରଣା କମିବାର ନା ନେଉନାହିଁ। ଫଳରେ ଜାକର୍ତ୍ତାରେ ହେବାକୁ ଥିବା ଏସିଆନ୍‌ ଗେମସ୍‌ରେ ସେ ଭାଗନେବା ନାହିଁ। ପିଠି ଯନ୍ତ୍ରଣା କାରଣରୁ ସେ ଏଥିରେ ଭାଗ ନେବେ ନାହିଁ ବୋଲି ଚିଠି ଲେଖି ଇଣ୍ଡିଆନ୍‌ ୱେଟ୍‌ଲିଫ୍‌ଟିଂ ଫେଡରେଶନ୍‌କୁ ଜଣାଇଛନ୍ତି। ଏହାସହ ସେ ଅଲମ୍ପିକ୍‌ ୱାଲିଫାୟର ମ୍ୟାଚ୍‌ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟକୋଚ୍‌ ବିଜୟ ଶର୍ମା ମୀରାବାଈଙ୍କ ଫିଟ୍‌ନେସ୍‌କୁ ଦୃଷ୍ଟିରେ ରଖି ଏସିଆନ୍‌ ଗେମସ୍‌ […]

ଅଦ୍ୟତନ ହୋଇଛି
ଏସିଆନ୍‌ ଗେମସ୍‌ରେ ଭାଗ ନେବେନି ବିଶ୍ୱ ଚାମ୍ପିଅନ୍‌ ମୀରାବାଈ

mirabai_chanu

Advertisment

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନ୍‌ ଭାରୋତ୍ତଳକ ମୀରାବାଈ ଚାନୁଙ୍କ ପିଠି ଯନ୍ତ୍ରଣା କମିବାର ନା ନେଉନାହିଁ। ଫଳରେ ଜାକର୍ତ୍ତାରେ ହେବାକୁ ଥିବା ଏସିଆନ୍‌ ଗେମସ୍‌ରେ ସେ ଭାଗନେବା ନାହିଁ। ପିଠି ଯନ୍ତ୍ରଣା କାରଣରୁ ସେ ଏଥିରେ ଭାଗ ନେବେ ନାହିଁ ବୋଲି ଚିଠି ଲେଖି ଇଣ୍ଡିଆନ୍‌ ୱେଟ୍‌ଲିଫ୍‌ଟିଂ ଫେଡରେଶନ୍‌କୁ ଜଣାଇଛନ୍ତି। ଏହାସହ ସେ ଅଲମ୍ପିକ୍‌ ୱାଲିଫାୟର ମ୍ୟାଚ୍‌ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

Advertisment

ମୁଖ୍ୟକୋଚ୍‌ ବିଜୟ ଶର୍ମା ମୀରାବାଈଙ୍କ ଫିଟ୍‌ନେସ୍‌କୁ ଦୃଷ୍ଟିରେ ରଖି ଏସିଆନ୍‌ ଗେମସ୍‌ ନଯିବାକୁ ପରାମର୍ଶ ଦେଇଥିଲେ। ମୀରାବାଈ ଏସିଆନ୍‌ ଗେମସ୍‌ ବଦଳରେ ଚଳିତବର୍ଷ ହେବାକୁ ଥିବା ଅଲମ୍ପିକ୍‌ କ୍ୱାଲିଫାୟର ଉପରେ ଧ୍ୟାନ ଦେବା ଉଚିତ୍‌ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଗତ ମେ’ ମାସରୁ ପିଠିର ତଳଭାଗରେ ଯନ୍ତ୍ରଣା ଭୋଗୁଛନ୍ତି ମୀରାବାଈ। ଯନ୍ତ୍ରଣା କମିବା ପରେ ଗତ ସପ୍ତାହରେ ସେ ଅଭ୍ୟାସ୍‌ ଆରମ୍ଭ କରିଥିଲେ। ହେଲେ ଭାର ଉଠାଇବା କ୍ଷଣି ଯନ୍ତ୍ରଣା ପୁଣି ଆରମ୍ଭ ହୋଇଯାଇଥିଲା।

Advertisment

ବିଜୟ କହିଥିଲେ, “ମୀରାବାଈଙ୍କ ପିଠିରେ ପୁଣି ଯନ୍ତ୍ରଣା ଆରମ୍ଭ ହୋଇଛି। ସେ କୌଣସି ପ୍ରକାରର ସମସ୍ୟାରେ ପଡ଼ନ୍ତୁ, ଆମେ ଚାହୁଁନାହୁଁ। ଏନେଇ ମହାସଂଘକୁ ରିପୋର୍ଟ ପଠାଇ ଦେଇଛି। ଏବେ ସଂଘ ନିଷ୍ପତ୍ତି ନେବ।”

ସେ ଆହୁରି କହିଛନ୍ତି, “ମୋ ମତରେ ଏତେ କମ୍‌ ସମୟରେ ମୀରା ଅଧିକ ଓଜନ ଉଠାଇବା ଠିକ୍‌ ନୁହେଁ। ଅଲମ୍ପିକ୍‌ କ୍ୱାଲିଫାୟର ପାଇଁ କମ୍‌ ସମୟ ବାକି ଅଛି ଓ ଏହା ଏସିଆନ୍‌ ଗେମସ୍‌ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe