Advertisment

ମନୁ ଭାକରଙ୍କ ଟ୍ରେନିଂ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର? ଆସିଲା ଏମିତି ତଥ୍ୟ

ଭଲ ଟ୍ରେନିଂ ପାଇଁ ମନୁଙ୍କୁ ଜର୍ମାନୀ ଓ ସ୍ୱିଜରଲ୍ୟାଣ୍ଡ ପଠାଯାଇଥିଲା। ତାଙ୍କ ପସନ୍ଦ ଅନୁସାରେ କୋଚଙ୍କୁ ଅଣାଯାଇଥିଲା।

ଅଦ୍ୟତନ ହୋଇଛି
Manu

Manu

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ଜିତିଛନ୍ତି ଯୁବ ଶୁଟର ମନୁ ଭାକର। ସେ ପ୍ରଥମ ଭାରତୀୟ ମହିଳା ଭାବେ ବନ୍ଧୁକ ଚାଳନାରେ ପଦକ ହାତେଇଛନ୍ତି। ପଦକ ଜିତିବା ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମନୁ ଭାକରଙ୍କ ତାଲିମ ପଛରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି, ତା’ର ତଥ୍ୟ ଦେଇଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ ମାଣ୍ଡଭୀୟ କହିଛନ୍ତି, “ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ ପଦକ ଜିତି ମନୁ ଭାକର ଭାରତକୁ ଗର୍ବିତ କରିଛନ୍ତି। ତାଙ୍କ ସହ କଥାବାର୍ତ୍ତା କରିବା ବେଳେ ମନୁ କହିଛନ୍ତି ଯେ ସେ ଖେଲୋ ଇଣ୍ଡିଆର ଅଂଶବିଶେଷ ଥିଲେ। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଲୋ ଇଣ୍ଡିଆ ଆରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମ ଜରିଆରେ ଦେଶରେ କ୍ରୀଡ଼ା ଭିତ୍ତିଭୂମି, ଅଧିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ସ୍କୁଲ ଓ କଲେଜରୁ ପ୍ରତିଭାବାନ ଖେଳାଳିଙ୍କୁ ବଛା ଯାଇଥିଲା।

Advertisment

ପ୍ରତିଭାବାନ ଖେଳାଳିଙ୍କୁ ତାଲିମ ଦେବା ପାଇଁ ଭଲ କୋଚଙ୍କୁ ଅଣା ଯାଇଛି। ସେମାନଙ୍କୁ ଟିଓପିଏସ୍‌ ସ୍କିମ ଜରିଆରେ ଉତ୍ତମ ଟ୍ରେନିଂ ଦିଆଯାଉଛି। ପ୍ରତିଭାବାନ ଖେଳାଳିମାନେ ଯେମିତି କୌଣସି ଆର୍ଥିକ ସମସ୍ୟାର ସମ୍ମୁଖୀନ ନ ହେବେ, ତା’ର ବ୍ୟବସ୍ଥା କରାଯାଇଛି।”

ମାଣ୍ଡଭୀୟ ଖୁଲାସା କରିଛନ୍ତି ଯେ ମନୁଙ୍କ ତାଲିମ ପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଭଲ ଟ୍ରେନିଂ ପାଇଁ ତାଙ୍କୁ ଜର୍ମାନୀ ଓ ସ୍ୱିଜରଲ୍ୟାଣ୍ଡ ପଠାଯାଇଥିଲା। ତାଙ୍କ ପସନ୍ଦ ଅନୁସାରେ କୋଚଙ୍କୁ ଅଣାଯାଇଥିଲା।

ଆମେ ସବୁ ଖେଳାଳିଙ୍କୁ ଏ ପ୍ରକାରର ସୁବିଧା ଯୋଗାଇ ଆସୁଛୁ। କାରଣ ସେମାନେ ଯେମିତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ କରପାରିବେ, ଆମେ ତାକୁ ନିଶ୍ଚିତ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।

ଏଥିସହ ଦେଶର ଆଥଲେଟମାନେ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ଭଲ କରିପାବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ରଖିଛନ୍ତି।

Manu Bhaker Paris Olympics 2024 Olympics 2024 Paris Olympics Paris Olympic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe